News

ନୂଆ ଆଶା ନେଇ ଆଜି ଠୁ ଆରମ୍ଭ ହେଲା କୃଷି ସଂୟଂତ୍ର ,କୃଷକଙ୍କୁ ଦେଖାଇବ ନୂଆ ଦିଗ

ନୂଆ ଆଶା ନେଇ ଆଜି ଠୁ ଆରମ୍ଭ ହେଲା କୃଷି ସଂୟଂତ୍ର (krishi sanyantra) । ଆଜି ଠାରୁ ମାର୍ଚ୍ଚ ୨୫ ରୁ ୨୭ ପର୍ଯ୍ୟନ୍ତ ଓଡ଼ିଶାର ବାଲେଶ୍ୱର କୁରୁଡା ପଡ଼ିଆରେ " କୃଷି ସୟଂତ୍ର" (krishi sanyantra) ତିନି ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

25 March, 2023 12:54 PM IST By: Sudesna Nayak

ନୂଆ ଆଶା ନେଇ ଆଜି ଠୁ ଆରମ୍ଭ ହେଲା କୃଷି ସଂୟଂତ୍ର (Krishi Sanyantra) । ଦେଶର ଅର୍ଥ ବ୍ୟବସ୍ଥାର ସୁଦୃଢ଼ୀକରଣରେ କୃଷିର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଆମ ଦେଶର ପ୍ରାୟ ୬୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ । ତେଣୁ କୃଷି କ୍ଷେତ୍ରରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ହେଲେ କୃଷକଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଯୋଗାଇ ଦେବା ସହ ଅତ୍ୟାଧୁନିକ କୃଷି ଜ୍ଞାନକୌଶଳ ସହ ସେମାନଙ୍କୁ ପରିଚିତ କରାଇବା ନିତ୍ୟାନ୍ତ ଆବଶ୍ୟକ । ଯାହା ଦ୍ୱାରା ଆଜି ଠାରୁ ମାର୍ଚ୍ଚ ୨୫ ରୁ ୨୭ ପର୍ଯ୍ୟନ୍ତ ଓଡ଼ିଶାର ବାଲେଶ୍ୱର କୁରୁଡା ପଡ଼ିଆରେ " କୃଷି ସୟଂତ୍ର" (Krishi Sanyantra)ତିନି ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ସୂଚନା ଅନୁୟାୟୀ, ଏହି ମେଳାରେ ମୁଖ୍ଯ ଅତିଥି ଭାବେ ସାଂସଦ ପ୍ରତାପ ଷଢ଼ଙ୍ଗୀ (Pratap Chandra Sarangi), କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା (Parshottam Rupala),ଶ୍ରୀ ଧ୍ରୃବ ଚରଣ ବଳ,ଡେପୁଟି ଜେନେରାଲ ମ୍ୟାନେଜର SBI,LHO (BHUBANESWAR), ଏଥିସହିତ କୃଷି ଜାଗରଣର ପ୍ରତିଷ୍ଠାତା ଏମ୍ସି ଡୋମିନିକଙ୍କ ସହିତ ଅନାନ୍ଯା ବିଶିଷ୍ଠ ବ୍ଯକ୍ତି ଯୋଗ ଦେଇଛନ୍ତି । ଏହି ମେଳାରେ ଯୋଗ ଦେଇଛନ୍ତି ହଜାର ହଜାର ଚାଷୀ । ଯେଉଁଠି ତାଙ୍କୁ ସୁଯୋଗ ମିଳିବ ଚାଷ ବିଷୟରେ ଅନେକ ଅଜଣା କଥା ଜାଣିବା ପାଇଁ । ଯାହା ଦ୍ୱାରା କୃଷି କ୍ଷେତ୍ରରେ ମନ ବଳାଉଥିବା ଯୁବପିଢ଼ୀ (Youth) ଓ କୃଷି ଭାଇ, ଭଉଣୀମାନଙ୍କୁ ଯଥେଷ୍ଟ ପ୍ରୋତ୍ସାହନ ମିଳିପାରିବ ।

ଏହି ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଶେଷ କରି ବାଲେଶ୍ୱର (balasore)ବିଭିନ୍ନ ଅଞ୍ଚଳରୁ ଚାଷୀ ଭାଇ, କୃଷି ବୈଜ୍ଞାନିକ, କୃଷି ଇଞ୍ଜିନିୟର ଓ କୃଷି ଅଧିକାରୀମାନେ ଯୋଗ ଦେଇଛନ୍ତି । ‘କୃଷି ଜାଗରଣ’(Krishi Jagran) ସଂସ୍ଥା ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏହାର ଲକ୍ଷ ଦେଶର କୃଷି କ୍ଷେତ୍ରକୁ ତୁଳନାତ୍ମକ ଭାବେ ସମୃଦ୍ଧ, ସୁଦୃଢ଼ କରିବା ।

ପ୍ରକାଶ ଥାଉ ଯେ, ଏହି ମେଳା ଓଡିଶାର କୃଷି ଏବଂ ସହଯୋଗୀ କ୍ଷେତ୍ରକୁ ଉତ୍ସାହିତ କରିବ ଏବଂ ବାଲେଶ୍ୱର ଜିଲ୍ଲାର କୃଷିକ୍ଷେତ୍ରକୁ ଆହୁରି ସୁଦୃଢ କରିବ । ସରକାରୀ ସଂଗଠନ, କୃଷି ଉଦ୍ୟୋଗୀ, ଉତ୍ପାଦକ, ମତ୍ସ୍ୟ କମ୍ପାନୀ, କୁକୁଡ଼ା ଏବଂ ପଶୁପାଳନ (Animal Husbandry),କୃଷି କ୍ଷେତ୍ର, ଡିଲର, ବିତରକ, ବୈଜ୍ଞାନିକ, ଆସୋସିଏସନ୍, ଏଗ୍ରି-ଷ୍ଟାର୍ଟଅପ୍ କମ୍ପାନୀ , ଜୈବିକକୃଷି କମ୍ପାନୀ ଏବଂ ଅନ୍ୟାନ୍ୟ କୃଷି ଏବଂ ସହଯୋଗୀ ସଂଗଠନ ସହିତ ଏହି କାର୍ଯ୍ୟକ୍ରମ କୃଷକମାନଙ୍କ ପାଇଁ ଏକ ଉଚିତ ପ୍ଲାଟଫର୍ମ ହେବ ।

‘କୃଷି ସୟଂତ୍ର’କୁ ନେଇ କ’ଣ କହିଲେ ସାଂସଦ ପ୍ରତାପ ଷଢ଼ଙ୍ଗୀ?

କୃଷି ସଂୟଂତ୍ର: କୃଷକଙ୍କ ପାଇଁ ତିନି ଦିନିଆ କାର୍ଯ୍ୟକ୍ରମ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)