News

କୃଷି ଭିତ୍ତିଭୂମିର ହେବ ବୃହତ ବିକାଶ

କୃଷି ଭିତ୍ତିଭୂମି ପାଣ୍ଠି(ଏଆଇଏଫ) ଅନ୍ତର୍ଗତ ପୁଞ୍ଜିନିବେଶ ପାଇଁ ସରକାରଙ୍କ ପାଖକୁ 23,000 କୋଟି ଟଙ୍କାର ପ୍ରସ୍ତାବ ମିଳିଥିବା ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । 2020ରେ ସ୍ଥାପିତ ହୋଇଥିଲା ଏଆଇଏଫ ।

16 July, 2022 6:39 PM IST By: Rajashree

1 - କୃଷି ପାଇଁ ସରକାରଙ୍କ ନୂତନ ପଦକ୍ଷେପ
2 - ମାଛ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ ବର୍ଷା ଦିନ
3 - କିସାନ ସାମନ୍ ନିଧି ଯୋଜନାରେ ଟଙ୍କା ଦେବେ କେନ୍ଦ୍ର ସରକାର
4 - ରାଜ୍ୟ ବଜେଟରେ ଶିକ୍ଷାକୁ ଗୁରୁତ୍ୱ
5 - ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଗୁରୁତ୍ୱ

1 - କୃଷି କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି କେନ୍ଦ୍ର ସରକାର । କୃଷି ଭିତ୍ତିଭୂମି ପାଣ୍ଠି(ଏଆଇଏଫ) ଅନ୍ତର୍ଗତ ପୁଞ୍ଜିନିବେଶ ପାଇଁ ସରକାରଙ୍କ ପାଖକୁ 23,000 କୋଟି ଟଙ୍କାର ପ୍ରସ୍ତାବ ମିଳିଥିବା ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । 2020ରେ ସ୍ଥାପିତ ହୋଇଥିଲା ଏଆଇଏଫ । ଋଣ ସହାସୟତା ଓ ଆର୍ଥିକ ସମର୍ଥନ ମାଧ୍ୟମରେ ଫସଲ ଅମଳ ପରେ ଏହାର ପରିଚାଳନା ସମ୍ବନ୍ଧୀୟ ଭିତ୍ତିଭୂମି ଢାଞ୍ଚା ପାଇଁ 2025-26 ପର୍ଯ୍ୟନ୍ତ ଏକ ମଧ୍ୟମ ଓ ଦୀର୍ଘକାଳୀନ ଋଣ ସୁବିଧା ପ୍ରଦାନ ଏହାର ଉଦ୍ଦେଶ୍ୟ ।

2 - ମାଛ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ ବର୍ଷା ଦିନ | ବର୍ଷା ଦିନରେ ମାଛ ପୋଖରୀ ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ | ବର୍ଷାଦିନ ମାଛ ଯାଆଁଳ ଉତ୍ପାଦନର ପ୍ରକୃଷ୍ଟ ସମୟ ହୋଇଥାଏ | ଏହି ଋତୁରେ ମାଛ ଚାଷରୁ ଅଧିକ ଲାଭ ପାଇବାକୁ ହେଲେ ଯାଆଁଳ ଛାଡିବା ସମୟରେ ବିଶେଷ ସତର୍କତା ଅବଲମ୍ବନ ସହ ପୋଖରୀର ଉପଯୁକ୍ତ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ | ସାଧାରଣତଃ ରୋହି, ଭକୁର ଓ ମିରିକାଳୀ ଓ ଅନ୍ୟାନ୍ୟ କାର୍ପ ଜାତୀୟ ମାଛ ବର୍ଷା ଋତୁରେ ପ୍ରଜନନକ୍ଷମ ହୋଇଥାନ୍ତି | ଏହି ମାଛ ମାନେ ବର୍ଷା ଦିନେ ପୋଖରୀରେ ସ୍ଵତଃ ପ୍ରବୃତ୍ତଭାବେ ଅଣ୍ଡା ଦେଇ ନଥାଆନ୍ତି ,ଏମାନଙ୍କୁ କୃତ୍ରିମ ପ୍ରଜନନ ଦ୍ଵାରା ପ୍ରଜନନ କରାଯାଇଥାଏ | ଏହି ଦିନରେ ମାଛ ଯାଆଁଳର ବ୍ୟବସାୟ ଅଧିକ ପରିମାଣରେ ହୋଇଥାଏ ଓ ଚାଷୀମାନେ ଏହି ସମୟରେ ପୋଖରୀରେ ଜାଅଁଳା ଛାଡ଼ିଥାନ୍ତି |

3 - ଚାଷୀଙ୍କୁ ଟଙ୍କା ପଠାଇବାକୁ ପ୍ରସ୍ତୁତ କେନ୍ଦ୍ର ସରକାର | ଦେଶର ସବୁଠାରୁ ଲୋକପ୍ରିୟ କୃଷକ ଯୋଜନାରେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ଆକାଉଣ୍ଟକୁ 2000 ଲେଖାଏଁ ଟଙ୍କା ପଠାଇବେ ସରକାର | ପ୍ରଧାନମନ୍ତ୍ରୀ କିସାନ ସାମନ୍ ନିଧି ଯୋଜନାରେ 11 କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକକାଳୀନ 22 ହଜାର କୋଟି ଟଙ୍କା ଟ୍ରାନ୍ସଫର ହେବ। ତେବେ ଏହା ପୂର୍ବରୁ ଅର୍ଥାତ ଜୁଲାଇ 31 ତାରିଖ ପୂର୍ବରୁ କୃଷକ ମାନଙ୍କୁ ସମସ୍ତ ଜରୁରୀ କାଗଜପତ୍ର ପୈଠ କରିବାକୁ ପଡିବ |

4 - ରାଜ୍ୟ ବଜେଟରେ ଶିକ୍ଷାକୁ ଗୁରୁତ୍ୱ | ରାଜ୍ୟ ସ୍କୁଲ ଭିତ୍ତିଭୂମିର ଉନ୍ନତି କରଣ ପାଇଁ ୬ କୋଟି ୨୬ ଲକ୍ଷ 857 ହଜାର ଟଙ୍କା ବ୍ୟୟ ବରାଦ ହୋଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ | ସେହିପରି ରାଜ୍ୟ ରାଜଧାନୀରେ ପ୍ରତିଷ୍ଠା ହେବ ସାଇନ୍ସ ସିଟି | ଓଡିଶାର ରାଜଧାନୀ ଭୁବନେଶ୍ୱରରେ ସାଇନ୍ସ ସିଟି ପ୍ରତିଷ୍ଠା ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା | ବିଜ୍ଞାନ ପ୍ରତି ରାଜ୍ୟର ଯୁବ ପିଢ଼ିଙ୍କ ଉତ୍ସାହକୁ ଆଖିରେ ରଖି ସରକାର ଏହି ନିଷ୍ପତି ନେଇଥିବା ସେ କହିଛନ୍ତି |

5 - ବର୍ତମାନ ସ୍ୱାସ୍ଥ୍ୟ ବିଭଗକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର | ରାଜ୍ୟରେ ଖାଲି ପଡିଥିବା ଡାକ୍ତର ସିଟ ପୁର୍ଣ କରିବା ପାଇଁ ଅଂଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ | ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ , ଆସନ୍ତା 22 ତାରିଖରେ 600 ଜଣ ଡାକ୍ତରକୁ ନିଯୁକ୍ତି ଦେବେ ରାଜ୍ୟ ସରକାର | ଏହି ନିଯୁକ୍ତି ଉତ୍ସବ ଲୋକସେବା ଭବନର ରାଜ୍ୟ କନଭେନସନ ସେଣ୍ଟର, ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହେବ | ଏଥିପାଇଁ ବିଏମସି ପକ୍ଷରୁ ସମସ୍ତ ଆୟୋଜନ କରାଯାଉଛି |

6 - ବିଶ୍ୱରେ ଭାରତ ସର୍ବ ବୃହତ କଦଳୀ ଉତ୍ପାଦନକାରୀ ଦେଶ | ଦେଶରେ ପ୍ରତିବର୍ଷ ପ୍ରାୟ 180 ଲକ୍ଷ ଟନ୍ରୁ ଅଧିକ କଦଳୀ ଉତ୍ପାଦନ କରାଯାଏ | ପାଖାପାଖି 4.5 ଲକ୍ଷ ହେକ୍ଟର ଜମିରେ କଦଳୀ ଚାଷ କରାଯାଏ | ବିଶ୍ୱର 25 ପ୍ରତିଶତରୁ ଅଧିକ କଦଳୀ ଭାରତରୁ ହିଁ ଉତ୍ପାଦନ ହୋଇଥାଏ | ଗତ 9 ବର୍ଷ ମଧ୍ୟରେ କଦଳୀ ଉତ୍ପାଦନରେ ଅଗ୍ରଗତି କରିଛି ଭାରତ | କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି |

7 - କରୋନାରେ ଲାଗୁନି ରୋକ | ଦେଶ ଓ ରାଜ୍ୟରେ ବଢିଚାଲିଛି କୋଭିଡ଼ ରୋଗୀଙ୍କ ସଂଖ୍ୟା | ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ | ପଜିଟିଭଙ୍କ ମଧ୍ୟରୁ ୬୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୪୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଏଥିମଧ୍ୟରେ ୧୨୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାପଡିଛି |

8 - ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା | ଉତ୍ତର ଓଡ଼ିଶାରେ ସୃଷ୍ଟି ହୋଇଛି ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କଳାହାଣ୍ଡି , କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ,ବରଗଡ଼, ସମ୍ବଲପୁର, ଓ ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି | ରବିବାର ଲଘୁଚାପର ପ୍ରଭାବ କମିପାରେ ବୋଲି ସୂଚନା ଦେଇଛି IMD | ପ୍ରବଳ ବର୍ଷାର ଆଶଙ୍କା ଥିବା ଜିଲ୍ଲା ମାନଙ୍କୁ ବିଭାଗପକ୍ଷରୁ ରେଡ ଓ ୟେଲୋ WARNING ଜାରି କରାଯାଇଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)