News

ରାଜ୍ୟସ୍ତରୀୟ କୃଷି ମହୋତ୍ସବ: କୃଷି ଓଡ଼ିଶା

ଓଡ଼ିଶା ସରକାର କୃଷି ଏବଂ କୃଷକଙ୍କର ବିକାଶ ନିମନ୍ତେ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି l ଏହି ପ୍ରଚେଷ୍ଟାର ଏକ ଉଦାହରଣ ସ୍ୱରୂପ ଚଳିତ ବର୍ଷ ରାଜ୍ୟସ୍ତରୀୟ କୃଷି ମହୋତ୍ସବ 'କୃଷି ଓଡ଼ିଶା' ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ପଡ଼ିଆ ଠାରେ ଆୟୋଜନ କରାଯାଉଛି l ମାର୍ଚ୍ଚ ୧୫ ତାରିଖ ଠାରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା’ ଅନୁଷ୍ଠିତ ହେବ।

15 March, 2021 4:38 PM IST By: Sugyan Kumar Nayak

ଓଡ଼ିଶା ସରକାର କୃଷି ଏବଂ କୃଷକଙ୍କର ବିକାଶ ନିମନ୍ତେ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି l ଏହି ପ୍ରଚେଷ୍ଟାର ଏକ ଉଦାହରଣ ସ୍ୱରୂପ ଚଳିତ ବର୍ଷ ରାଜ୍ୟସ୍ତରୀୟ କୃଷି ମହୋତ୍ସବ 'କୃଷି ଓଡ଼ିଶା' ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ପଡ଼ିଆ ଠାରେ ଆୟୋଜନ କରାଯାଉଛି l ମାର୍ଚ୍ଚ ୧୫ ତାରିଖ ଠାରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା’ ଅନୁଷ୍ଠିତ ହେବ।

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକିର ମଳିତ ସହଯୋଗିତାରେ ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶାର କୃଷି ମହାକୁମ୍ଭ 'କୃଷି ଓଡ଼ିଶା' । ଏହି ମହୋତ୍ସବକୁ ୧୫ ତାରିଖ ସନ୍ଧ୍ୟା ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଓଡ଼ିଶାରେ ଛତୁ ଚାଷ କରୁଥିବା ବ୍ୟକ୍ତି ମାନେ କିପରି ଅଧିକ ଲାଭବାନ ହୋଇପାରିବେ ଏବଂ ଓଡ଼ିଶା କିପରି ଛତୁ ଚାଷରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିବ ସେଥିପାଇଁ ଏହି ବର୍ଷ ‘କୃଷି ଓଡ଼ିଶା’ର ମାସ୍କଟ ଭାବେ ‘ଛତୁ’ ରଖାଯାଇଛି। ଛତୁର ଗୁଣାତ୍ମକ ମାନ, ସହଜ ଉପଲବ୍ଧତା, ଅଧିକ ଲାଭ, ଉନ୍ନତ ପୁଷ୍ଟିଯୁକ୍ତ ଖାଦ୍ୟ ହୋଇଥିବାରୁ ଏହାକୁ ମାସ୍କଟ ଭାବେ ଚୟନ କରାଯାଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ‘କୃଷି ଓଡ଼ିଶା’ସମ୍ପର୍କରେ ସୂଚନା ଦେଇ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ ଚଳିତ ବର୍ଷ ‘କୃଷି ଓଡ଼ିଶା’ର ବିଷୟବସ୍ତୁ ରହିଛି ‘ସମନ୍ବିତ ଚାଷ, ଚାଷୀର ବିକାଶ’। ଏହାକୁ ଫିକି ସହଯୋଗିତାରେ କୃଷି ବିଭାଗ ଆୟୋଜନ କରୁଛନ୍ତି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଉନ୍ନତୀକରଣ ପାଇଁ ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକୀକରଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସମ୍ବଳ ବିକାଶ, ବଜାର ସୁବିଧା, ଆବଶ୍ୟକ ଋଣର ସହଜ ଉପଲବ୍ଧତା, ଉନ୍ନତ କୃଷି ସାମଗ୍ରୀର ବିନିଯୋଗ ଓ ବିତରଣ ବ୍ୟବସ୍ଥା ଏବଂ କୃଷି ଉଦ୍ୟୋଗ ସ୍ଥାପନ ନିମନ୍ତେ ଗୋଟିଏ ଛାତ ତଳେ ସବୁ ଅଂଶୀଦାରମାନଙ୍କୁ ଏକାଠି କରି ‘କୃଷି ଓଡ଼ିଶା’ ମାଧ୍ୟମରେ ପ୍ରଦର୍ଶିତ କରାଯିବ। ଏହା ଦ୍ବାରା ରାଜ୍ୟର କୃଷି ଉନ୍ନତ ହେବା ସହ ଆନୁସଙ୍ଗିକ କ୍ଷେତ୍ରଗୁଡ଼ିକର ମଧ୍ୟ ଯଥେଷ୍ଟ ଅଗ୍ରଗତି ହୋଇପାରିବ। ପାଞ୍ଚ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମହୋତ୍ସବରେ ମୋଟ ୧୬୦ଟି ମଣ୍ଡପ ପ୍ରଦର୍ଶିତ ହେବ। ୧୦ଟି ବିଷୟବସ୍ତୁ ଉପରେ କୃଷକ, କୃଷି ଉଦ୍ୟୋଗୀ, ବି‌ଶେଷଜ୍ଞମାନଙ୍କ ସହ ଆଲୋଚନାଚକ୍ର ହେବ। ରାଜ୍ୟର ୩୦ଟି ଜିଲ୍ଲାରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)