News

ଆରମ୍ଭ ହେଲା କୁଇ ଓ ଦେଶିଆ ଭାଷାର ଜାତୀୟ କର୍ମଶାଳା

କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ କହିବା, ପଢ଼ିବା, ବୁଝିବା ଓ ଲେଖିବାର ଉଦ୍ଦେଶ୍ୟ ନେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବାକୁ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ (NCERT), ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE), ଭୁବନେଶ୍ଵର ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ମିଳିତ ଉଦ୍ୟମରେ ଏକ ପାଞ୍ଚଦିନିଆ ଜାତୀୟ କର୍ମଶାଳା ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପରିସରରେ ଆଜି ତା ୨୯ ମଇ ୨୦୨୩ ରେ ଉଦ୍ଘାଟିତ ହୋଇଯାଇଛି । ବ

30 May, 2023 11:09 AM IST By: Tanushree Mahapatra

କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ କହିବା, ପଢ଼ିବା, ବୁଝିବା ଓ ଲେଖିବାର ଉଦ୍ଦେଶ୍ୟ ନେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବାକୁ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ (NCERT), ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE), ଭୁବନେଶ୍ଵର ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ମିଳିତ ଉଦ୍ୟମରେ ଏକ ପାଞ୍ଚଦିନିଆ ଜାତୀୟ କର୍ମଶାଳା ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପରିସରରେ ଆଜି ତା ୨୯ ମଇ ୨୦୨୩ ରେ ଉଦ୍ଘାଟିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆନୁଷ୍ଠାନିକ ଭାବରେ ଏହି କର୍ମଶଳା କୁ ଉଦ୍ଘାଟନ କରିଛନ୍ତି।

ଏହି ଅବସରରେ ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାଷା ସମୂହର ଡିନ ପ୍ର ନୃସିଂହ ଚରଣ ପଣ୍ଡା ଏବଂ ବିଶିଷ୍ଠ ସାହିତ୍ୟିକା ଡ. ପ୍ରୀତିଧାରା ସାମଲ କୁଇ ଓ ଦେଶିଆ ଭାଷାରେ ପ୍ରାଥମିକ ସ୍ତରରେ ପଠ୍ୟପୁସ୍ତକ ତିଆରି କଲାବେଳେ କେଉଁ କେଉଁ ଦିଗପ୍ରତି ଧାନ ଦେବାକୁ ପଡିବ ବୋଲି କହିଥିଲେ। ସମାଜ ଶାସ୍ତ୍ର ବିଭାଗର ସହ ପ୍ରାଧ୍ୟାପକ ଡ କପିଳ ଖେମୁଣ୍ଡୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଓଡିଆ ବିଭାଗର ଅଧ୍ୟାପିକା ଡ ରୁଦ୍ରାଣୀ ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏହି କର୍ମଶାଳା ଆସନ୍ତା ଜୁନ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଅପ୍ରେଲ ୧ ତାରିଖରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋରାପୁଟ ପରିଦର୍ଶନ ସମୟରେ କୁଇ ଓ ଦେଶିଆ ଭାଷାଭାଷୀ ଲୋକଙ୍କ ଭାଷାଗତ ସମସ୍ଯା ଉପରେ ହୃଦୟଙ୍ଗମ କରିଥିଲେ । ତେଣୁ ସେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ ସମୟରେ କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବାର ଗୁରୁଦାୟୀତ୍ଵ ନେବାକୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ NCERT କୁ ଆହ୍ବାନ ଦେଇଥିଲେ । ମାନ୍ୟବର ମନ୍ତ୍ରୀଙ୍କ ଆହ୍ବାନକ୍ରମେ NCERT ଦ୍ବାରା ଏଥିପାଇଁ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିର ପାଞ୍ଚ ଦିବସୀୟ କର୍ମଶାଳାରେ କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ ।

ପ୍ର ତ୍ରିପାଠୀ ତାଙ୍କ ଅଭିଭାଷଣରେ କେନ୍ଦ୍ର ସରକାରଙ୍କ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ନିଜ ଭାଷା ତଥା ମାତୃଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ଏବଂ ରାଷ୍ଟ୍ରୀୟ ସଂହତି ଉପରେ ଗୁରୁତ୍ବ ଦେଇଥିଲେ । ସେ କହିଥିଲେ ଯେ ନିଜ ଭାଷା ତଥା ମାତୃଭାଷାର ବିକାଶ ହେଉଛି ରାଷ୍ଟ୍ରର ବିକାଶ । ଭାଷା ପାଇଁ ଅନେକ ରାଷ୍ଟ୍ର ବିଭାଜିତ ହୋଇଛି ଓ ଅନେକ ରାଷ୍ଟ୍ର ଗଠନ ହୋଇଛି । କେନ୍ଦ୍ରସରକାରଙ୍କ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ଭାଷାର ବିକାଶ କରିବା ଏବଂ ସମସ୍ତ ସ୍ଥାନୀୟ ଭାଷାକୁ ଗୋଟିଏ ସୂତ୍ରରେ ବାନ୍ଧି ରଖି ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା । କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ ହେବାଦ୍ୱାରା ଏହି ଭାଷାଭାଷୀ ଲୋକଙ୍କର ବିକାଶ ହେବା ସହ ଦେଶର ବିକାଶ ହୋଇପାରିବ” ।

ପ୍ର ପଣ୍ଡା ଶ୍ରବଣ, କଥନ, ପଠନ ଓ ଲିଖନ କୁ ଗୁରୁତ୍ବ ଦେଇ ଏହି କାର୍ମଶାଳାରେ କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ ଓ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସେ କହିଥିଲେ ।

ଡ ପ୍ରୀତିଧାର ସାମଲ କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ ବେଳେ ଏହି ଭାଷାଭାଷୀ ଲୋକଙ୍କ ଉଚ୍ଚାରଣ, ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ବ ଦେବାକୁ କହିଥିଲେ । ଏହି କାର୍ମଶାଳାରେ ସଦସ୍ୟ ଡ. ମହେନ୍ଦ୍ର କୁମାର ମିଶ୍ର, ପ୍ରଫେସର ଗୋପବନ୍ଧୁ ମହାନ୍ତି, ଡ. ପରମାନନ୍ଦ ପଟେଲ, ଡ. ରାଜେନ୍ଦ୍ର ପାଢ଼ୀ, ଡ. କପିଳ ଖେମଣ୍ଡୁ, ଡ. ରୁଦ୍ରାଣୀ ମହାନ୍ତି, ଡ. ଗୋବିନ୍ଦ ଚନ୍ଦ୍ର ପେଣ୍ଡେଇ, ସୁରେଶ ଖରା, ସନା ସାନ୍ତା, ତ୍ରିନାଥ ଖରା, ସୋମନାଥ ଅମାନତ୍ୟ, ଗୀତାଞ୍ଜଳି ପୂଜାରୀ, ନାରାୟଣ ମାଝି, ଗୋବିନ୍ଦ କୁମ୍ଝରିଆ, ସୁରେନ୍ଦ୍ର ତନ୍ତୀ ଏବଂ ଶିବଶଙ୍କର ପଟ୍ଟନାୟକଙ୍କ ସମେତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡ ଫଗୁନାଥ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)