News

କୃଷି ବିଜ୍ଞାନ କେନ୍ଦ୍ର, କଟକ ର ପ୍ରଶାସନିକ ଭବନ ଉଦ୍ଘାଟିତ

ଆଇ. ସି. ଏ. ଆର୍. ପରିଚାଳିତ ଭାରତୀୟ ଧାନ ଗବେଷଣା କେନ୍ଦ୍ର ବିଭିନ୍ନ କ୍ଷେତ୍ର ରେ କୃଷି ଓ କୃଷକଙ୍କ ର ସହାୟତା କରି ଆସୁଛି।ଚଳିତ ମାସ ୨ ତରିକ ଦିନ ଏହାର ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର, କଟକ ର ପ୍ରଶାସନିକ ଭବନ ଡ ଏ.କେ.

02 December, 2018 8:32 PM IST By: KJ Staff

ଆଇ. ସି. ଏ. ଆର୍. ପରିଚାଳିତ ଭାରତୀୟ ଧାନ ଗବେଷଣା କେନ୍ଦ୍ର ବିଭିନ୍ନ କ୍ଷେତ୍ର ରେ କୃଷି ଓ କୃଷକଙ୍କ ର ସହାୟତା କରି ଆସୁଛି।ଚଳିତ ମାସ ୨ ତରିକ ଦିନ ଏହାର ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର, କଟକ ର ପ୍ରଶାସନିକ ଭବନ ଡ ଏ.କେ.ସିଂ (ଉପନିର୍ଦେଶକ,କୃଷି ପ୍ରସାରଣ), ଡ ଏସ ଏସ ସିଂ, ନିର୍ଦେଶକ, ଅଟାରି, ଜୋନ୍ ଭି,ଏବଂ ଡ ଏଚ୍ ପାଠକ (ନିର୍ଦେଶକ, ଏନ୍ ଆର୍ ଆର୍ ଆଇ) ଙ୍କର ଉପସ୍ଥିତିର ରେ ଉଦ୍ଘାଟନ କରିଛନ୍ତି ଡ ତ୍ରିଲୋଚନ ମହାପାତ୍ର (ସଚିବ, ଡି. ଏ. ଆର୍. ଇ) ଏବଂ ଡି. ଜି(ଆଇ ସି ଏ ଆର୍)।ଏହା ବ୍ୟତୀତ ଅନ୍ୟାନ୍ୟ ଅତିଥି ବର୍ଗ ମଧ୍ୟରୁ ସେଠାରେ ଉପସ୍ଥିତ ଥିଲେ ଅନ୍ୟାନ୍ୟ ଆଇ ସି ଏ ଆର ସଂସ୍ଥାପନ ମାନଙ୍କର ମୁଖ୍ୟ,ଜିଲ୍ଲା କୃଷି ବିଭାଗଙ୍କ ମୁଖ୍ୟ,କେ. ଭି.କେ ସହାୟକ, ବିଭାଗୀୟ ମୁଖ୍ୟ,ଏବଂ ଏନ ଆର୍ ଆର୍ ଆଇ , କଟକ ର ଅଧ୍ୟକ୍ଷ ,ପ୍ରଧାନ ଇଞ୍ଜିନିୟର ସି.ପି. ଦବ୍ଲୁ. ଡି ,ଏବଂ ୧୨୦ ଜଣ ପ୍ରତିନିଧି ଚାଷୀ।

ସମ୍ମାନୀୟ ଡି ଜି ଚାଷୀଭାଇ ମାନଙ୍କୁ ସ୍ଵାଗତ ଜଣାଇ ନୂତନ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ବୈଜ୍ଞାନିକ ପଦ୍ଧତରେ ରେ ଚାଷ କରିବାକୁ ଉପଦେଶ ଦେଇଥିଲେ ଏବଂ ଏହି ଅବସରରେ ଏକ କିଶାନ୍ ଗୋଷ୍ଠୀ ର ନିର୍ମାଣ କରାଗଲା ଯେଉଁଥିରେ ସାମିଲ୍ ଥିଲେ କୃଷି ,ପ୍ରାଣୀ ସୁରକ୍ଷା, ଉଦ୍ଦ୍ୟାନ ବିଦ୍ୟା , ଆତ୍ମା ଏବଂ ଅନ୍ୟାନ୍ୟ ଆଇ ସି ଏ ଆର୍ ର ମୁଖ୍ୟ ଓ ପ୍ରତିନିଧି ବର୍ଗ ।ଏହା ଦ୍ବାରା ଚାଷୀଙ୍କ ପାଖକୁ ସମସ୍ତ ପ୍ରକାର ସରକାରୀ ସହାୟତା ଏବଂ ସ୍କିମ ର ସୂଚନା ଯୋଗାଇବା ଲାଗି ଚେଷ୍ଟା କରାଯିବ ।ପରେ ବୈଜ୍ଞାନିକ ଏବଂ ଚାଷୀ ମାନଙ୍କର ଏକ ପାରସ୍ପରିକ ଆଲୋଚନା ଚାଷୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଦିଆଯାଇଥିଲା ।ଏହା ବ୍ୟତୀତ ଏନ୍ ଆର୍ ଆର୍ ଆଇ ର ପ୍ରଥମ ଧାନ କିସମ"ପଦ୍ମା" କୁ ସମ୍ମାନ ଦିଆଯାଇଥିଲ ଏବଂ ପରିଶେଷରେ କଟକ ଜିଲ୍ଲା ର ୧୦ ଟି ପ୍ରଗତିଶୀଳ ଚାଷୀ ମାନଙ୍କୁ ସମନ୍ନିତ କରାଯାଇଥିଲା ।ଏହି ଅବସରରେ " ପରଜୀବୀ ଆକ୍ରମଣ ଏବଂ ପଶୁ ମାନଙ୍କ ରେ ତାର ନିୟନ୍ତ୍ରଣ "ବିଷୟବସ୍ତୁ ଉପରେ ନିର୍ଦ୍ଧାରିତ ଏକ ବୁଲେଟିନ ମଧ୍ୟ ଶୁଭାରମ୍ଭ କରାଯାଇଥିଲା ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)