News

୨୪,୮୦୦ଟି ବର୍ଷା ଜଳ ସଂରକ୍ଷଣ ସଂରଚନା ନିର୍ମାଣ

ସରକାରଙ୍କ ସହଯୋଗରେ ଗୁଜରାଟରେ "ଜଳ ସଞ୍ଚୟ ଜନ ଭାଗିଦାରୀ" ପଦକ୍ଷେପ ଆରମ୍ଭ

06 September, 2024 10:47 AM IST By: Tanushree Mahapatra

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬ ସେପ୍ଟେମ୍ବର ୨୦୨୪ ଅପରାହ୍ନ ୧୨:୩୦ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ସୁରଟ ଠାରେ 'ଜଳ ସଞ୍ଚୟ ଜନ ଭାଗିଦାରୀ ଅଭିଯାନ' ର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।

ଜଳ ନିରାପତ୍ତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ଏହି ପଦକ୍ଷେପ ଗୋଷ୍ଠୀ ଭାଗିଦାରୀ ଏବଂ ମାଲିକାନା ଉପରେ ଦୃଢ଼ ଗୁରୁତ୍ୱ ଦେଇ ଜଳ ସଂରକ୍ଷଣ କରିବାକୁ ଚାହୁଁଛି ଏବଂ ଏହା ସମଗ୍ର ସମାଜ ଏବଂ ସମଗ୍ର ସରକାରୀ ଆଭିମୁଖ୍ୟ ଦ୍ୱାରା ପରିଚାଳିତ ।

ଗୁଜରାଟ ସରକାରଙ୍କ ନେତୃତ୍ୱରେ ଜଳ ସଞ୍ଚୟ କାର୍ଯ୍ୟକ୍ରମର ସଫଳତାକୁ ଆଧାର କରି ଜଳ ଶକ୍ତି ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ସହଯୋଗରେ ଗୁଜରାଟରେ "ଜଳ ସଞ୍ଚୟ ଜନ ଭାଗିଦାରୀ" ପଦକ୍ଷେପ ଆରମ୍ଭ କରୁଛି । ଜଳ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଗୁଜରାଟ ସରକାର ନାଗରିକ, ସ୍ଥାନୀୟ ସଂସ୍ଥା, ଶିଳ୍ପ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ଏକାଠି କରିବାକୁ ପ୍ରୟାସ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ ପ୍ରାୟ ୨୪,୮୦୦ ଟି ବର୍ଷା ଜଳ ସଂରକ୍ଷଣ ସଂରଚନା ଗୋଷ୍ଠୀ ସହଭାଗିତାରେ ନିର୍ମାଣ କରାଯାଉଛି । ଏହି ରିଚାର୍ଜ ସଂରଚନା  ବର୍ଷା ଜଳ ସଂରକ୍ଷଣ ବୃଦ୍ଧି ଏବଂ ଦୀର୍ଘକାଳୀନ ଜଳ ସ୍ଥାୟୀତାକୁ ସୁନିଶ୍ଚିତ କରିବାରେ ସହାୟକ ହେବ ।

ଅଧିକ ପଢ଼ନ୍ତୁ

କୃଷି ଜାଗରଣର ପ୍ରତିଷ୍ଠା ଦିବସ ପାଳନ

Marigold Farming: ଏହି ଭେରାଇଟି ଫୁଲ ଦେବ ଅଧିକ ଲାଭ !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)