News

ବଣାଇ ଅଞ୍ଚଳରେ ସ୍ୱଳ୍ପ ବର୍ଷା, ଚିନ୍ତାରେ ଚାଷୀ !!

ଚଳିତବର୍ଷ ଖରିଫ୍‌ ଋତୁରେ ବଣାଇ ଅଞ୍ଚଳର ଚାଷୀମାନେ ଖୋଲାବଜାରରୁ ବିହନ କ୍ରୟକରି ଧାନଚାଷ କରିଥିଲେ। ଚଳିତବର୍ଷ ମୌସୁମୀ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚାଷୀମାନେ ଭଲ ବର୍ଷା ଆଶା କରିଥିଲେ। ବଣାଇ ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବଣାଇ ବ୍ଲକ୍‌ରେ ରୁକୁଡ଼ା ଜଳସେଚନ ପ୍ରକଳ୍ପ,

20 September, 2021 10:18 AM IST By: Sugyan Kumar Nayak

ଚଳିତବର୍ଷ ଖରିଫ୍‌ ଋତୁରେ ବଣାଇ  ଅଞ୍ଚଳର ଚାଷୀମାନେ ଖୋଲାବଜାରରୁ ବିହନ କ୍ରୟକରି ଧାନଚାଷ କରିଥିଲେ। ଚଳିତବର୍ଷ ମୌସୁମୀ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚାଷୀମାନେ ଭଲ ବର୍ଷା ଆଶା କରିଥିଲେ। ବଣାଇ ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବଣାଇ ବ୍ଲକ୍‌ରେ ରୁକୁଡ଼ା ଜଳସେଚନ ପ୍ରକଳ୍ପ,

ଲହୁଣିପଡ଼ାରେ ଦୁଇ ଦୁଇଟି ମେଗା ଜଳସେଚନ ପ୍ରକଳ୍ପ କରାଯାଇଛି। ଜାଙ୍ଗଳା ଓ ଦର୍ଜିଂ ଠାରେ ପ୍ରକଳ୍ପ ରହିଥିବା ବେଳେ ଗୁରୁଣ୍ତିଆ ବ୍ଲକ୍‌ର ସାତକୁଟାଠାରେ ଏହି ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ କିଛି ଚାଷଜମିକୁ ପାଣି ଯୋଗାଉଥିବା ବେଳେ ଅଧିକାଂଶ ଜମି ପାଣି ଅଭାବରୁ ଫାଟି ଆଁ କଲାଣି। ବଣାଇ ବ୍ଲକ୍‌ର ପତ୍ରାପାଲି, କନ୍ତୁରପାଲି, ଜମିରପୋଷ, କଷଡ଼ା, କେଲୋ କନ୍ତସରା, ଫଳସାଘାଟ, ବାବୁନୂଆଗାଁ ଅଂଚଳରେ ପାଣି ଅଭାବରୁ ଧାନଗଛ ନବଢ଼ି ମାଟି ଫାଟି ଆଁ କଲାଣି। ସେହିଭଳି ଡିଗିରିନାଳି, ମହୁଲଡିହା, ଶିହିଡିଆ, ମୁଚୁରୀନାଳି, ରୁଗୁଡ଼ାର କିଛି ଅଞ୍ଚଳ ବର୍ଷାପାଣି ଅଭାବରୁ ମାଟି ଫାଟି ଆଁ କଲାଣି। ମହୁଲଡିହା ଗ୍ରାମର କେତେକ ଚାଷୀ ଅଭିଯୋଗ କରିଛନ୍ତି ଯେ

ଜାଙ୍ଗଳାଠାରେ ଥିବା ମେଗା ଜଳସେଚନ ପ୍ରକଳ୍ପ ସେମାନଙ୍କ ଅଞ୍ଚଳକୁ ପାଣି ଯୋଗାଇ ପାରୁନାହିଁ। ଏଥିନେଇ ସେମାନେ ଉଚ୍ଚକର୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହାର କୌଣସି ପ୍ରତିକାର ହୋଇପାରୁନାହିଁ। ଏହାକୁ ନେଇ ବଣାଇ ସହକାରୀ କୃଷି ଅଧିକାରୀ ଅଜୟ କୁମାର ମହାନ୍ତିଙ୍କୁ ପଚାରିବାରୁ ସ୍ବଳ୍ପ ବୃଷ୍ଟିହେବା ଯୋଗୁ ବିଭିନ୍ନ ଅଞ୍ଚଳରେ ମରୁଡ଼ି ପରିସ୍ଥିତ ଦେଖାଦେଇଛି। କିଛି ସ୍ଥାନରେ ଜଳସେଚନ ହେଉଥିବା ବେଳେ ଉପର ଅଞ୍ଚଳକୁ ପାଣି ଯୋଗାଣ ଠିକ୍‌ ଭାବରେ ହୋଇପାରୁନାହିଁ। ଧାନଗଛଗୁଡ଼ିକ ବଢ଼ି ନପାରି ପାଣି ଅଭାବରୁ ନାଲି ହେବାକୁ ବସିଲାଣି। ଏଥିନେଇ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ରିପୋର୍ଟ ଅନୁଯାୟୀ ସରକାରଙ୍କୁ ଜଣାଇଛୁ। ସରକାର ଯାହା ପଦକ୍ଷେପ ନେବେ ତାହା କୃଷକମାନଙ୍କୁ ଜଣାଇ ଦିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)