News

ପଲିସି ଧାରକଙ୍କୁ ବଡ଼ ରିହାତି ଦେଲା LIC,ମାର୍ଚ୍ଚ ୨୫ ସୁଦ୍ଧା କରନ୍ତୁ ଏହି କାମ; ନଚେତ୍ ଅଟକି ଯିବ ଟଙ୍କା...

ଯଦି ଆପଣମାନଙ୍କର ମଧ୍ୟ ଭାରତୀୟ ଜୀବନ ବୀମା ନିଗମ (LIC)ରେ କୌଣସି ପଲିସି ଅଛି, ତେବେ ଏହା ଆପଣମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଟେ ।

16 March, 2022 3:00 PM IST By: Sudesna Nayak

ଯଦି ଆପଣମାନଙ୍କର ମଧ୍ୟ ଭାରତୀୟ ଜୀବନ ବୀମା ନିଗମ (LIC)ରେ କୌଣସି ପଲିସି ଅଛି, ତେବେ ଏହା ଆପଣମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଟେ ।

LIC କହିଛି ଯେ, ଯଦି ଆପଣଙ୍କର ପଲିସି ଲାପ୍ସ ହୋଇଯାଇଛି, ତେବେ ବର୍ତ୍ତମାନ ଆପଣ ପୁଣିଥରେ ଆପଣଙ୍କର ପଲିସି ଆରମ୍ଭ କରିପାରିବେ । ଏଥିପାଇଁ କମ୍ପାନୀ ହିଁ ଏକ ଅଭିଯାନ ଆରମ୍ଭ କରିଛି ।

ସାରା ଦେଶରେ ଚାଲୁଛି ବିଶେଷ ଅଭିଯାନ,ଜାଣନ୍ତୁ...

ଲାପ୍ସ ହୋଇଥିବା ପଲିସିର ପ୍ରିମିୟମ୍ ଜମା କରିବାକୁ LIC ମାର୍ଚ୍ଚ 25, 2022 ପର୍ଯ୍ୟନ୍ତ ସମୟ ଦେଇଛି । ଏହି ସ୍କିମ୍ ଅନ୍ତର୍ଗତ ଟର୍ମ ଇନସୁରାନ୍ସ, ଏକାଧିକ ରିସ୍କ୍ ପଲିସି ଇତ୍ୟାଦି ହାଇ ରିସ୍କ୍ ବୀମା ଯୋଜନା କ୍ଷେତ୍ରରେ ବିଳମ୍ବ ଶୁଳ୍କ ଛାଡ ଦିଆଯିବ ନାହିଁ । ସାରା ଦେଶରେ LIC ତରଫରୁ ଏକ ସ୍ୱତନ୍ତ୍ର ଅଭିଯାନ ଚାଲିଛି ।

ପଲିସିକୁ ପୁନର୍ବାର କରିପାରିବେ ଆକ୍ଟିଭ,ଜାଣନ୍ତୁ...

ବୀମା କମ୍ପାନୀ କହିଛି ଯେ, COVID-19 ମହାମାରୀ ବୀମା କଭରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି । LIC ପଲିସି ଧାରକଙ୍କ ପାଇଁ ଏହି ଅଭିଯାନ ଏକ ଉତ୍ତମ ସୁଯୋଗ ହିଁ ଅଟେ ।

ଦେୟ ଛାଡ ମଧ୍ୟ ଉପଲବ୍ଧ,ଜାଣନ୍ତୁ...

LIC କହିଛି ଯେ ଏକ ବିଳମ୍ବିତ ପଲିସିର ପୁନଃ ସକ୍ରିୟ ଅଭିଯୋଗ ଉପରେ ମଧ୍ୟ ଚାର୍ଜ ଛାଡ କରାଯାଇଛି । ଯଦିଓ ଏହି ରିହାତି ଟର୍ମ ଯୋଜନା ଓ ହାଇ ରିସ୍କ୍ ବୀମା ଯୋଜନାରେ ଉପଲବ୍ଧ ହେବ ନାହିଁ ।

୫ ବର୍ଷ ପୂର୍ବେ ଲାପ୍ସ ହୋଇଥିବା ପଲିସିକୁ କରିପାରିବେ ଆରମ୍ଭ, ଜାଣନ୍ତୁ...

ଏହା ବ୍ୟତୀତ ପଲିସିର ପୁନଃ ସକ୍ରିୟ ପାଇଁ ଆବଶ୍ୟକ ମେଡିକାଲ ରିପୋର୍ଟରେ କୌଣସି ହିଁ ରିହାତି ମିଳିବ ନାହିଁ । କିନ୍ତୁ ସ୍ୱାସ୍ଥ୍ୟ ଓ ମାଇକ୍ରୋ ଇନସୁରାନ୍ସ ଯୋଜନାରେ ବିଳମ୍ବିତ ପ୍ରିମିୟମ ଦେୟ ଉପରେ ଚାର୍ଜ ଛାଡ଼ ହେବ । ଗୋଟିଏ ପଲିସି ଯାହା 5 ବର୍ଷ ପାଇଁ ପ୍ରିମିୟମ ଦେଇ ନାହିଁ ଏହି ଅଭିଯାନ ଅଧୀନରେ ମଧ୍ୟ ସକ୍ରିୟ ହୋଇପାରିବ ।

ଜାଣନ୍ତୁ କେତେ ମିଳିବ ରିହାତି,ଜାଣନ୍ତୁ...

ଏହି ସ୍କିମ୍ ଅଧୀନରେ 1 ଲକ୍ଷ ଟଙ୍କାର ପ୍ରିମିୟମର ପାରମ୍ପାରିକ ଓ ସ୍ୱାସ୍ଥ୍ୟ ବୀମାର ବିଳମ୍ବ ଫି ଉପରେ ହିଁ ୨୦ ପ୍ରତିଶତ ରିହାତି କିମ୍ବା ସର୍ବାଧିକ ୨ ହଜାର ଟଙ୍କା ରିହାତି ପ୍ରଦାନ କରାଯିବ । ଏହାସହିତ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପ୍ରିମିୟମ ପର୍ଯ୍ୟନ୍ତ ପଲିସିର ବିଳମ୍ବ ଶୁଳ୍କରେ ୨୫ ପ୍ରତିଶତ ରିହାତି କିମ୍ବା ସର୍ବାଧିକ ୨୫୦୦ ଟଙ୍କା ରିହାତି ମିଳିବ । ଏହା ବ୍ୟତୀତ ୩ ଲକ୍ଷରୁ ଅଧିକ ପ୍ରିମିୟମ ସହିତ ପଲିସିର ବିଳମ୍ବ ଫି ଉପରେ ୩୦ ପ୍ରତିଶତ ରିହାତି କିମ୍ବା ସର୍ବାଧିକ ୩୦୦୦ ଟଙ୍କା ହିଁ ରିହାତି ପ୍ରଦାନ କରାଯିବ ।

LIC ପଲିସିଧାରୀଙ୍କ ପାଇଁ ବଡ ଖବର,ଫେବ୍ରୃଆରୀ 28 ସୁଦ୍ଧା କରନ୍ତୁ...

LIC Scheme!LIC's New Children's Money Back Plan!150 ଟଙ୍କା ଜମା କରନ୍ତୁ,ହୋଇଯିବେ ମାଲାମାଲ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)