News

LIC ପଲିସିଧାରୀଙ୍କ ପାଇଁ ବଡ ଖବର,ଫେବ୍ରୃଆରୀ 28 ସୁଦ୍ଧା କରନ୍ତୁ...

ପଲିସୀଧାରୀଙ୍କ ପାଇଁ ବଡ଼ ଖବର ଦେଲା ଏଲଆଇସି (LIC)। ଯେଉଁମାନଙ୍କର ପଲିସୀ ଅଛି, ସେମାନେ ଏଲଆଇସି ଆଇପିଓରେ ଭାଗ ନେଇ ପାରିବେ । ଏଥି ପାଇଁ ଫେବ୍ରୁଆରୀ 28 ସୁଦ୍ଧା PANକୁ ଅପ୍‌ଡେଟ କରିବାକୁ ହେବ ।

18 February, 2022 2:18 PM IST By: Sudesna Nayak

ପଲିସୀଧାରୀଙ୍କ ପାଇଁ ବଡ଼ ଖବର ଦେଲା ଏଲଆଇସି (LIC)। ଯେଉଁମାନଙ୍କର ପଲିସୀ ଅଛି, ସେମାନେ ଏଲଆଇସି ଆଇପିଓରେ ଭାଗ ନେଇ ପାରିବେ । ଏଥି ପାଇଁ ଫେବ୍ରୁଆରୀ 28 ସୁଦ୍ଧା PANକୁ ଅପ୍‌ଡେଟ କରିବାକୁ ହେବ । ଏବେ ଜାଣନ୍ତୁ ପୂରା ପ୍ରୋସେସ୍ ବିଷୟରେ...

ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଲାଇଫ୍‌ ଇନ୍‌ସୁରାନ୍ସ କର୍ପୋରେସନ ଅଫ୍‌ ଇଣ୍ଡିଆ (Life Insurance Corporation of India)ର ପଲିସି ଆପଣଙ୍କ ପାଖରେ ଅଛି କି ? ଯଦି ହଁ LIC ର ପ୍ରାଥମିକ ପବ୍ଲିକ ଅଫରରେ ଭାଗ ନିଅନ୍ତୁ । ମିଳିବ ଢେର ସାରା ଫାଇଦା । LIC ର ଆଇପିଓ (IPO)ପାଇଁ ପଲିସିଧାରୀଙ୍କୁ ରିଜର୍ଭ କ୍ୟାଟେଗୋରୀ ମିଳିଛି । ଯଦି ଆପଣ ରିଜର୍ଭ କ୍ୟାଟେଗୋରୀ ଅନୁସାରେ IPO ପାଇଁ ଆପ୍ଲାଏ କରିବାକୁ ଚାହୁଁଛନ୍ତି, ତେବେ ଫେବ୍ରୁଆରୀ 28 ମଧ୍ୟରେ ନିଜର ପ୍ୟାନକୁ ଏମିତି ଅପଡେଟ କରି ନିଅନ୍ତୁ ।

କିପରି ଆପ୍ଲାଏ କରିବେ, ଜାଣନ୍ତୁ...

-ପ୍ରଥମେ LICର ଅଫିସିଆଲି ୱେବସାଇଟ୍‌ https ://licindia.in/କୁ ଯାଆନ୍ତୁ ।

-ଏହା ପରେ ଏଠାରେ ଥିବା ଅନ୍‌ଲାଇନ୍‌ ପ୍ୟାନ୍‌ ରେଜିଷ୍ଟ୍ରେସନର ବିକଳ୍ପକୁ ବାଛନ୍ତୁ ।

-ଏବେ ଅନ୍‌ଲାଇନ୍‌ ପ୍ୟାନ୍‌ ରେଜିଷ୍ଟ୍ରେସନ ପେଜରେ କ୍ଲିକ୍‌ କରନ୍ତୁ।ଆଉ ପ୍ରୋସିଡ୍‌ ବଟନ ଉପରେ ମାଉସ ରଖି ଏଣ୍ଟର ମାରନ୍ତୁ ।

-ନିଜର ଇମେଲ୍‌ ଠିକଣା, ପ୍ୟାନ, ମୋବାଇଲ ନମ୍ୱର ଓ LIC ପଲିସି ନମ୍ୱରର ସମସ୍ତ ସୂଚନା ଦେବା ପରେ ବକ୍ସରେ ଥିବା କ୍ୟାପଚା କୋଡ ଦିଅନ୍ତୁ ।

-ନିଜର ରେଜିଷ୍ଟର ମୋବାଇଲ ନମ୍ୱରରେ ଓଟିପି ପାଇଁ ରିକ୍ୱେଷ୍ଟ କରନ୍ତୁ।

-ମୋବାଇଲକୁ OTP ଆସିଗଲେ, ତାକୁ ଦିଅନ୍ତୁ ଏବଂ ସବମିଟ କରି ଦିଅନ୍ତୁ । ଫର୍ମ ଜମା କରିବା ପରେ ରେଜିଷ୍ଟ୍ରେସନ ସଫଳ ହେବାର ମେସେଜ ଆସିବ ।

କିପରି ନିଜ ଷ୍ଟାଟସ ଚେକ୍‌ କରିବେ, ଜାଣନ୍ତୁ...

-ପ୍ରଥମେ https://linkpan.licindia.in /UIDSeedingWebApp/getPolicyPANStatusକୁ ଯାଆନ୍ତୁ ।

-ପଲିସି ନମ୍ୱର, ଜନ୍ମ ତିଥି ଓ PAN ନମ୍ୱର ଭରି କ୍ୟାପଚା ଦାଖଲ କରନ୍ତୁ ।

-ପୁଣି ସବମିଟ ବଟନ ପ୍ରେସ କରନ୍ତୁ ।

-ପ୍ରୋସେସ ପୂରା ହେବା ପରେ ସ୍କ୍ରିନରେ ଆପଣଙ୍କ ସାମନାରେ ଷ୍ଟାଟସ ନଜର ଆସିବ । ଯେଉଁଥିରୁ ଆପଣ ଜାଣି ପାରିବେ ଆପଣଙ୍କର PAN ଏଲଆଇସି ପାଖରେ ଅପଡେଟ୍‌ ହୋଇଛି କି ନାହିଁ ।

ପ୍ରକାଶ ଥାଉ ଯେ, ଆଇପିଓ ପାଇଁ ଏଲଆଇସି ସମସ୍ତ କାଗଜପତ୍ର ଜମା କରି ସାରିଛି । ଆଇପିଓ ମାଧ୍ୟମରେ ସରକାର ଏଲ୍‌ଆଇସିରୁ ୫ ପ୍ରତିଶତ ଅଂଶ ବା ୩୧.୬ କୋଟି ସେୟାର ବିକ୍ରି କରିବାକୁ ଯାଉଛନ୍ତି । ଆସନ୍ତା ମାର୍ଚ୍ଚରେ ଏଲଆଇସି ଆଇପିଓ ଲଞ୍ଚିଂ ହେବାର ଅଛି । ଏହା ପରେ ଲାଇଫ୍‌ ଇନ୍‌ସୁରାନ୍ସ କର୍ପୋରେସନ ଅଫ୍‌ ଇଣ୍ଡିଆ ସେୟାର ବଜାରରେ ଲିଷ୍ଟେଡ ହୋଇଯିବ । ଷ୍ଟକ ଏକ୍ସଚେଞ୍ଜରେ ଇକ୍ୱିଟି ସେୟାର ପଞ୍ଜୀକୃତ ହେବା ଦ୍ୱାରା LIC ଅଧିକ ଲାଭବାନ ହେବ ବୋଲି କୁହାଯାଉଛି ।

LIC Plan, ଥରେ ଜମା କରନ୍ତୁ, ଜୀବନ ସାରା ପାଆନ୍ତୁ ପେନସନ

LICର ଏହି ସ୍କିମରେ ମିଳିବ ୧୨ ହଜାର ଟଙ୍କାର ପେନସନ ; କେବଳ ଥରେ ଜମା କରନ୍ତୁ ଟଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)