News

ECLGS: ଜରୁରିକାଳୀନ କ୍ରେଡିଟ୍‌ ଲାଇନ୍‌ ଗ୍ୟାରେଣ୍ଟି ଯୋଜନାର ପାଣ୍ଠି ବୃଦ୍ଧି, ୩.୬୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର

ଇସିଏଲଜିଏସର ସୀମାରେ ୫୦,୦୦୦ କୋଟି ଟଙ୍କା ବୃଦ୍ଧି କରାଯାଇଛି, ଫଳରେ ଏହା ୪.୫ ଲକ୍ଷ କୋଟି ଟଙ୍କାରୁ ୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

20 August, 2022 1:21 PM IST By: Shuvanshu Kar

ସ୍ୱୀକାର୍ଯ୍ୟ ଗ୍ୟାରେଣ୍ଟି ସୀମା ବୃଦ୍ଧି ପାଇଁ ଜରୁରିକାଳୀନ କ୍ରେଡିଟ୍‌ ଲାଇନ୍‌ ଗ୍ୟାରେଣ୍ଟି ଯୋଜନା Credit Line Guarantee Scheme (ECLGS)ର ପାଣ୍ଠି ବା କର୍ପସ୍‌(corpus) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିସାରିଛି । ଇସିଏଲଜିଏସର ସୀମାରେ ୫୦,୦୦୦ କୋଟି ଟଙ୍କା ବୃଦ୍ଧି କରାଯାଇଛି, ଫଳରେ ଏହା ୪.୫ ଲକ୍ଷ କୋଟି ଟଙ୍କାରୁ ୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

ଅତିରିକ୍ତ ପରିମାଣର ପାଣ୍ଠିକୁ କେବଳ ଆତିଥ୍ୟ ଏବଂ ତତସଂକ୍ରାନ୍ତ କ୍ଷେତ୍ର ପାଇଁ ଆବଣ୍ଟନ କରାଯାଇଛି । କୋଭିଡ-୧୯ ମହାମାରୀ କାରଣରୁ ଆତିଥ୍ୟ ବା ହସ୍ପିଟାଲିଟୀ ଏବଂ ଏହାର ଆନୁସଙ୍ଗିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଇସିଏଲଜିଏସ ସୀମାରେ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।

ଇସିଏଲଜିଏସ ଯୋଜନା ବର୍ତ୍ତମାନ ଜାରି ରହିଛି । ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଏହି ଯୋଜନାର ଅବଧି ରହିଛି । ସେ ପର୍ଯ୍ୟନ୍ତ ଆତିଥ୍ୟ ଏବଂ ତତ୍‌ସଂକ୍ରାନ୍ତ ଉଦ୍ୟୋଗ ପାଇଁ ଏହି ଅତିରିକ୍ତ ୫୦ହଜାର କୋଟି ଟଙ୍କା ବିନିଯୋଗ ହେବ ।

ଇସିଏଲଜିଏସ ଯୋଜନା ଏବେ ବି କାର୍ଯ୍ୟକାରୀ ହେଉଛି ଏବଂ କୋଭିଡ-୧୯ ମହାମାରୀ କାରଣରୁ ଆତିଥ୍ୟ ବା ହସ୍ପିଟାଲିଟୀ ଏବଂ ଏହାର ଆନୁସଙ୍ଗିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିବାରୁ ଏହିସବୁ କ୍ଷେତ୍ରର ଉଦ୍ୟୋଗ ପାଇଁ ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ଅର୍ଥ ଆବଣ୍ଟନ କରାଯାଇଛି ।

କମ ଖର୍ଚ୍ଚରେ ଏହି ଅତିରିକ୍ତ ପରିମାଣର ଅର୍ଥ ଋଣ ଆକାରରେ ଏସବୁ କ୍ଷେତ୍ରକୁ ଯୋଗାଇ ଦିଆଯିବ । ଫଳରେ ଏହି କ୍ଷେତ୍ରରେ ଅତି ଆବଶ୍ୟକ ସହାୟତା ପାଇପାରିବେ। ଏହାଦ୍ବାରା ଏସବୁ ବ୍ୟବସାୟିକ ଉଦ୍ୟୋଗ ସେମାନଙ୍କର ଅତିରିକ୍ତ ଦେୟତା ପୂରଣ କରିପାରିବେ ଏବଂ ସେମାନଙ୍କର ବ୍ୟବସାୟକୁ ଜାରି ରଖିବାକୁ ସକ୍ଷମ ହେବେ । ୫ ଅଗଷ୍ଟ ୨୦୨୨ ସୁଦ୍ଧା ଇସିଏଲଜିଏସ ଯୋଜନା ଅଧୀନରେ ୩.୬୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇସାରିଛି ।

ସରକାରଙ୍କ ସୁଧ ରିହାତି ଘୋଷଣାରୁ କଣ ମିଳିବ ଲାଭ ? ଜାଣନ୍ତୁ...

ଦେଶରେ ରେକର୍ଡ ୩୧୫.୭୨ ମିଲିୟନ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଅଟକଳ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)