News

ଅନନ୍ୟ ସୁକ୍ଷ୍ମ କାରିଗରୀ, ଶ୍ରୀଜୀଉଙ୍କ ଚିତ୍ର ଆଙ୍କି ଗହମକୁ ଜୀବନ୍ତ କଲେ ପ୍ରିୟଙ୍କା

ଗହମରୁ ସୁକ୍ଷ୍ମ କଳାକୃତି ବି ହୋଇପାରେ, ଏହା କେବେ ଦେଖିଛନ୍ତି ? କୌତୁହଳ ଲାଗୁଛି ନା ? ତେବେ ଏଠାରେ ଆମେ ଆପଣଙ୍କୁ କହିବୁ ଗହମରୁ ପ୍ରସ୍ତୁତ କଳାକୃତି ସମ୍ପର୍କରେ...

10 September, 2022 12:38 PM IST By: Shuvanshu Kar

ଗହମରୁ ଅଟା ଓ ମଇଦା ଆଦି ପ୍ରସ୍ତୁତ ହୁଏ । ହେଲେ ଗହମରୁ ସୁକ୍ଷ୍ମ କଳାକୃତି ବି ହୋଇପାରେ, ଏହା କେବେ ଦେଖିଛନ୍ତି ? କୌତୁହଳ ଲାଗୁଛି ନା ? ତେବେ ଏଠାରେ ଆମେ ଆପଣଙ୍କୁ କହିବୁ ଗହମରୁ ପ୍ରସ୍ତୁତ କଳାକୃତି ସମ୍ପର୍କରେ...

ଚୋଟ ଛୋଟ ଗହମ ଦାନା । ଆଉ ସେଥିରେ କୋଟି କୋଟି ଓଡିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଅଦ୍ଭୁତ କଳାକୃତି । ଶ୍ରୀଜୀଉଙ୍କୁ ଗହମରେ ରୂପ ଦେଇଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ । ଏହା ସମସ୍ତଙ୍କୁ ଆକର୍ଷିତ କରୁଛି ।

ପ୍ରିୟଙ୍କାଙ୍କ ରଙ୍ଗତୂଳୀରେ ଜୀବନ୍ତ ହୋଇଉଠେ ବିଭିନ୍ନ ନିର୍ଜୀବ ବସ୍ତୁ । ଚିତ୍ରକଳା ମାଧ୍ୟମରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଦେଶ ବିଦେଶରେ ପ୍ରଦର୍ଶନ କରିଆସୁଛନ୍ତି ପ୍ରିୟଙ୍କା । ଆଉ ଏହି କଳା ମାଧ୍ୟମରେ ସବୁ ମହଲରୁ ସେ ପ୍ରଶଂସା ମଧ୍ୟ ପାଇଛନ୍ତି ।

ନିକଟରେ ପ୍ରିୟଙ୍କା ଗହମରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଚିତ୍ର ଆଙ୍କିଛନ୍ତି । ଏହି ଚିତ୍ର ସମସ୍ତଙ୍କ ମନ ଓ ପ୍ରାଣକୁ ଛୁଉଁଛି । ଚିତ୍ର ଆଙ୍କିବା ପ୍ରିୟଙ୍କାଙ୍କର ନିଶା । ନିଜର କଳା ମାଧ୍ୟମରେ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା କୁହନ୍ତି ପ୍ରିୟଙ୍କା ।

ଗହମ ପରେ ଅଟା ମଇଦା ସୁଜି ଉପରେ ଲାଗିଲା କଟକଣା

ଗହମ ରପ୍ତାନିରେ ଭାରତର ବ୍ରେକ, ବିଶ୍ବରେ ହଇଚଇ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)