News

ଆସନ୍ତାକାଲି ବାତ୍ୟା ରୂପ ନେବ ଲଘୁଚାପ

ଗତକାଲି ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାର ଜଣା ପଡିଛି ।

09 May, 2023 9:46 AM IST By: Tanushree Mahapatra

ଗତକାଲି ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାର ଜଣା ପଡିଛି । ଲଘୁଚାପଟି ବର୍ତ୍ତମାନ ସୃଷ୍ଟି ହୋଇଥିବା  ଅଞ୍ଚଳରେ ରହିଥିବା ବେଳେ ଏହା ସହ ଜଡ଼ିତ ଥିବା ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ଲମ୍ବିଥିବା ଦେଖିବାକୁ ମିଳିଛି  ।

ତେବେ ଏହା ପରେ ଧୀରେ ଧୀରେ କରି ଅଧିକ ଘନୀଭୂତ ହେଲା ପରେ ୯ ତାରିଖ ତଥା ଆଜି ସୁଦ୍ଧା ଏକ ଅବପାତର ରୂପ ନେବ ବୋଲି ସୂଚନା ରହିଛି  । ଅନ୍ୟପଟେ ଅବପାତଟି ଆହୁରି ଅଧିକ ଘନୀଭୂତ ହେଲା ପରେ ୧୦ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ଏକ ସାମୁଦ୍ରିକ ଝଡ଼ର ରୂପ ନେବ ବୋଲି ସୂଚନା ରହିଛି ।

ବାତ୍ୟାଟି  ସୃଷ୍ଟି ହେବା ପରେ ପ୍ରଥମେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ ବୋଲି ସୂଚନା ରହିଛି l ଏହା ୧୧ ତାରିଖ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥାନ ନେବ । ତେବେ ଅବସ୍ଥାନ ପରେ ଏହା ଧୀରେ ଧୀରେ ନିଜର ଦିଗ ପରିବର୍ତ୍ତନ କରିବ ଏବଂ ବାଂଲାଦେଶ ଓ ମିଆଁମାର୍‌ ଉପକୂଳମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ସେହିପରି ପ୍ରାଥମିକ ଆକଳନ ଆନୁଯାୟୀ, ବାତ୍ୟା ଓଡ଼ିଶା ଉପକୂଳ ସ୍ପର୍ଶ କରିବାର କୌଣସି ସମ୍ଭାବନା ନାହିଁ । ଏଣୁ ଏଥିପାଇଁ କୌଣସି ପ୍ରକାର ଭୟଭୀତ ହେବାର କାରଣ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ନିଜ ମତ ଦେଇ କହିଛନ୍ତି ।

ଓଡ଼ିଶାକୁ ଏହି ବାତ୍ୟାର କୌଣସି ଭୟ ନଥିବାରୁ ଓଡ଼ିଶାର ମତ୍ସଜୀବୀଙ୍କୁ କୌଣସି ପ୍ରକାର ବାରଣ କରାଯାଇନାହିଁ ସମୁଦ୍ର ବା ହ୍ରଦ ଭିତରକୁ ଯିବା ପାଇଁ । ଅନ୍ୟପଟେ ୧୦ ଓ ୧୧ ତାରିଖରେ ପବନର ବେଗ ୬୦ରୁ ୭୦ ପ୍ରତି କିମି ରହିବ ଓ ମଝିରେ ମଝିରେ ୮୦କିମି ବେଗରେ ପବନର ମାତ୍ରା ଅନୁଭୂତ ହେବ ବୋଲି ସୂଚନା ରହିଛି । ଏଣୁ ସେହ ଅଞ୍ଚଳରେ ଗଭୀର ସମୁଦ୍ରକୁ ପ୍ରବେଶ ନ କରିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)