News

୧୫୫ ଟଙ୍କାରେ ଗ୍ରାହକଙ୍କୁ ମିଳିବ LPG ସିଲିଣ୍ଡର !

କିଛିଦିନ ହେବ ଗ୍ରାହକଙ୍କ ଓ ଖାଉଟିଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତଥା ଖାଦ୍ୟର ଦର ବଢ଼ିବାରେ ଲାଗିଛି l ଏହା ସହିତ ଏବେ ପରିବା ଦର ମଧ୍ୟ ବଢ଼ିବାରେ ଲାଗିଛି l ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଖାଉଟି l

13 July, 2023 12:04 PM IST By: Tanushree Mahapatra

କିଛିଦିନ ହେବ ଗ୍ରାହକଙ୍କ ଓ ଖାଉଟିଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତଥା ଖାଦ୍ୟର ଦର ବଢ଼ିବାରେ ଲାଗିଛି l ଏହା ସହିତ ଏବେ ପରିବା ଦର ମଧ୍ୟ ବଢ଼ିବାରେ ଲାଗିଛି l ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଖାଉଟି l ସେହିପରି ଦେଖବାକୁ ଗଲେ କେତେବେଳେ ଡାଲି ଦର ତ ଆଉ କେତେବେଳେ ଗହମ ଦର ବଢୁଥିବା ନଜର ରହିଛି l

ଏହାରି ମଧ୍ୟରେ କିଛିଦିନ ତଳେ ସିଲିଣ୍ଡର ଦର ମଧ୍ୟ ବଢିଥିଲା l ଯେଉଁଥିପାଇଁ ଗ୍ରାହକଙ୍କ ଚିନ୍ତା ବଢିଥିଲା l କିନ୍ତୁ ମାସ ଆରମ୍ଭରୁ ଗ୍ରାହକଙ୍କୁ ମିଳିଛି ଅସ୍ବସ୍ତି l କାରଣ ହ୍ରାସ ପାଇଛି ବ୍ୟବସାୟିକ ଏଲପିଜି ଦାମ l ଦୈନନ୍ଦିନ ଜୀବନରେ ରୋଷେଇ କାର୍ଯ୍ୟ ପାଇଁ ଏଲପିଜି ଗ୍ୟାସ ନିହାତି ଜରୁରୀ l  ଏହାର ଦର ବୃଦ୍ଧିକୁ ନେଇ ଗ୍ରାହକମାନେ ସର୍ବଦା ଅସନ୍ତୁଷ୍ଟ ରହୁଥିବା ଦେଖିବାକୁ ମିଳିଛି । ତେବେ ଏବେ ଗ୍ରାହକଙ୍କ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଏଣିକି ଏବେ ଜନସାଧାରଣ ଶସ୍ତାରେ ପାଇବେ ଏଲପିଜି ସିଲିଣ୍ଡର । ସୂଚନା ଅନୁଯାୟୀ,ତୈଳ କମ୍ପାନୀମାନେ ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ନିକଟକୁ ଏକ ପ୍ରସ୍ତାବ ପଠାଇଥିବା ଜଣାପଡ଼ିଛି ।

ଏଲପିଜି ସିଲିଣ୍ଡର ଦର ମାତ୍ର ୧୫୫ ଟଙ୍କା କରିବା ନେଇ ତୈଳ କମ୍ପାନୀମାନେ ପେଟ୍ରୋଲିୟମ ମନ୍ତ୍ରଣାଳୟ ନିକଟକୁ ଏକ ପ୍ରସ୍ତାବ ଦେଇଛନ୍ତି । ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ କରନ୍ତି ସରକାର ତେବେ ଗ୍ରାହକମାନେ ରେକର୍ଡ ମାତ୍ରାରେ ଶସ୍ତା ଦରରେ ଏଲପିଜି ସିଲିଣ୍ଡର ପାଇ ପାରିବେ ଯାହା ତାଙ୍କୁ ଆଶ୍ୱସ୍ତ ଦେବ । ଏବେ ଗ୍ରାହକ ୧୪.୨ କେଜି ବିଶିଷ୍ଟ ଏକ ସିଲିଣ୍ଡରର ମୂଲ୍ୟ ୧୧୦୦ ଟଙ୍କାରେ ବଜାରରୁ କିଣୁଛନ୍ତି l ଏହାଦ୍ୱାରା ଲକ୍ଷ ଲକ୍ଷ ପରିବାରଙ୍କ ବଜେଟ ଉପରେ ଖରାପ ପ୍ରଭାବ ପଡୁଛି । ଯାହାଦ୍ୱାରା ଗରିବ ଲୋକ ହଇରାଣ ହେଉଛନ୍ତି l

ତେଣୁ ଏହି ପେଟ୍ରୋଲିୟମ କମ୍ପାନୀମାନେ ୨ କେଜି ବିଶିଷ୍ଟ ସିଲିଣ୍ଡର ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ଯାହାର ମୂଲ୍ୟ ମାତ୍ର ୧୫୫ ଟଙ୍କା ରହିବ ବୋଲି ଆଲୋଚନା କରାଯାଉଛି । ଏହା ପୂର୍ବରୁ କମ୍ପାନୀ ୫ କେଜି ବିଶିଷ୍ଟ କମ୍ପୋଜିଟ୍ ସିଲିଣ୍ଡର ମାର୍କେଟରେ ପ୍ରକାଶ କରିଥିଲେ । ଉକ୍ତ ସିଲିଣ୍ଡର ବହୁତ ହାଲୁକା ଥିବାରୁ ତାହାକୁ ଉଠାଇ ନେବା ଆଣିବା କରିବା ଅତି ସହଜ ହେଉଥିଲା । ସେହିପରି ପୂର୍ବରୁ ୭ କେଜି ବିଶିଷ୍ଟ କମ୍ପୋଜିଟ୍ ସିଲିଣ୍ଡର ମଧ୍ୟ କମ୍ପାନୀ ବଜାରରେ ପ୍ରଚଲିୟତ କରିଥିଲା l ଯାହାକି ଏବେ ମଧ୍ୟ ମାର୍କେଟରେ ପ୍ରଚଳିତ ହେଉଥିବା ଦେଖିବାକୁ ମିଳିଛି । ତେବେ ୨ କେଜିଆ ସିଲିଣ୍ଡରରେ ଅତି କମରେ ୫ କେଜି ଗ୍ୟାସ ରହିପାରିବ । ତେବେ ଏହି ପ୍ରସ୍ତାବକୁ ମନ୍ତ୍ରଣାଳୟକୁ ପଠାଯାଇଥିବାବେଳେ ଏବେ ନଜର ସରକାରଙ୍କ ନିଷ୍ପତ୍ତିକୁ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)