News

ନୂଆବର୍ଷରୁ ବଢିବ LPG ସିଲିଣ୍ଡର ଦର

ଆଉ ଦିନ କେଇଟା ପରେ ସରିଯିବ ବର୍ଷ । ଆରମ୍ଭ ହେବ ବର୍ଷ ୨୦୨୨ । ତେବେ ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ଲାଗିପାରେ ମହଙ୍ଗା ମାଡ । ନୂତନ ବର୍ଷର ପ୍ରଥମ ତାରିଖରେ, ରୋଷେଇରେ ବ୍ୟବହୃତ ଏଲପିଜି (LPG) ସିଲିଣ୍ଡରର ମୂଲ୍ୟ ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

30 December, 2021 4:07 PM IST By: Sudesna Nayak

ଗୋଟିଏ ଦିନ ପରେ ଆରମ୍ଭ ହେବ ନୂଆବର୍ଷ । ଦେଶର ପ୍ରତ୍ୟେକ ମାସ ପହିଲାରେ କିଛି ନା କିଛି ପରିବର୍ତ୍ତନ ବା ନୂଆ ନିୟମ ଲାଗୁ ହୋଇଥାଏ । ତେଣୁ ଜାନୁୟାରୀ ୧ ରେ ମଧ୍ୟ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ବିଶେଷକରି ଖାଉଟି ସ୍ବାର୍ଥ ସମ୍ବନ୍ଧୀୟ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଅନୁମାନ କରାଯାଉଛି, ଚଳିତ ଥର ବର୍ଷ ଆରମ୍ଭରୁ ହାଣ୍ଡିଶାଳରେ ପଡିପାରେ ମହଙ୍ଗା ମାଡ । ନୂତନ ବର୍ଷର ପ୍ରଥମ ତାରିଖ ଦିନ ରନ୍ଧନ ଗ୍ୟାସରେ ବ୍ୟବହୃତ LPG ସିଲିଣ୍ଡରର ମୂଲ୍ୟ ଉପରେ ଏକ ବଡ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

ଆଉ ଦିନ କେଇଟା ପରେ ସରିଯିବ ବର୍ଷ । ଆରମ୍ଭ ହେବ ବର୍ଷ ୨୦୨୨ । ତେବେ ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ଲାଗିପାରେ ମହଙ୍ଗା ମାଡ । ନୂତନ ବର୍ଷର ପ୍ରଥମ ତାରିଖରେ, ରୋଷେଇରେ ବ୍ୟବହୃତ ଏଲପିଜି (LPG) ସିଲିଣ୍ଡରର ମୂଲ୍ୟ ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

ସୂଚନା ଥାଉକି, ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୁଏ । ଏଭଳି ପରିସ୍ଥିତିରେ ଏହି ବୈଠକରେ ଏଲପିଜି (LPG) ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ଅଧିକ । ଏହାର କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ସାମାନ୍ୟ ବୃଦ୍ଧି ପାଇଛି ।

ନୂତନ ବର୍ଷର ପ୍ରଥମ ତାରିଖ ସମସ୍ତଙ୍କ ପାଇଁ ବିଶେଷ ଖାସ ରହିବ । ନୂଆ ବର୍ଷରେ, ରୋଷେଇ ଘରଠାରୁ ଆରମ୍ଭ କରି ପକେଟ ପର୍ଯ୍ୟନ୍ତ, ବଜେଟ୍ ଖରାପ ହୋଇପାରେ । ଏହି ପରିବର୍ତ୍ତନ ସାଧାରଣ ଲୋକମାନଙ୍କୁ ତଥା ବିଶେଷ ଭାବେ ପ୍ରଭାବିତ କରିବ । ନୂତନ ବର୍ଷରେ, ବିଶେଷ କରି ଏଲପିଜି (LPG)ର ମୂଲ୍ୟ ଉପରେ ଏକ ବଡ ନିଷ୍ପତ୍ତି ନିଆଯିବ । ଦୀପାବଳି ପୂର୍ବରୁ ଏଲପିଜି ଗ୍ୟାସର ମୂଲ୍ୟ ବୃଦ୍ଧି କରାଯାଇଥିଲା ।

ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ୨୬୬ ଟଙ୍କା ବୃଦ୍ଧି ପାଇଥିଲା । ଯଦିଓ ଏହା କେବଳ ବ୍ୟବସାୟିକ ସିଲିଣ୍ଡରରେ କରାଯାଇଥିଲା । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ପ୍ରକାଶ ଥାଉ ଯେ, ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୨୦୦୦ ରୁ ଅଧିକ ରହିଛି । ଏହା ପୂର୍ବରୁ ୧୭୩୩ ଟଙ୍କା ଥିଲା । ଏଥି ସହିତ, ମୁମ୍ବାଇରେ ୧୬୮୩ ଟଙ୍କାରେ ୧୯ କିଲୋଗ୍ରାମ ସିଲିଣ୍ଡର ବର୍ତ୍ତମାନ ୧୯୫୦ ଟଙ୍କାରେ ଉପଲବ୍ଧ ।

Post Office Recruitment: ବିନା ପରୀକ୍ଷାରେ ପାଆନ୍ତୁ ଚାକିରୀ,ଦରମା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Post Office Scheme: କମ୍ ଟଙ୍କା ଜମା କରି ପ୍ରତି ମାସରେ ପାଆନ୍ତୁ ୨୫ ହଜାର ଟଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)