News

କମିଲା LPG ସିଲିଣ୍ଡର ଦର,ଜାଣନ୍ତୁ କେତେ ?

କମିଲା ଏଲପିଜି ସିଲିଣ୍ଡର ଦର । ଗ୍ରାହକଙ୍କୁ ଆଶ୍ୱସ୍ତି । ପେଟ୍ରୋଲିୟମ କମ୍ପାନୀଗୁଡିକ କମର୍ସିଆଲ ସିଲିଣ୍ଡର ଦର ହ୍ରାସ କରିଛନ୍ତି ।

01 October, 2022 2:00 PM IST By: Sudesna Nayak

କମିଲା ଏଲପିଜି ସିଲିଣ୍ଡର (lpg cylinder)ଦର । ଗ୍ରାହକଙ୍କୁ ଆଶ୍ୱସ୍ତି । ପେଟ୍ରୋଲିୟମ କମ୍ପାନୀଗୁଡିକ କମର୍ସିଆଲ ସିଲିଣ୍ଡର (commercial cylinders prices)ଦର ହ୍ରାସ କରିଛନ୍ତି ।

ସୂଚନା ଅନୁଯାୟୀ, ନୂଆ ରେଟ୍ ଅନୁଯାୟୀ କହିବାକୁ ଗଲେ, ଆଜି ଶନିବାର (Saturday)
ଠାରୁ ଦିଲ୍ଲୀ (Delhi)ରେ ଏଲପିଜି ସିଲିଣ୍ଡର (lpg cylinder)25.50 ଟଙ୍କା, କୋଲକାତା (Kolkata)ରେ 36.50 ଟଙ୍କା ଏବଂ ମୁମ୍ବାଇ (Mumbai)ରେ 35.50 ଟଙ୍କା ଶସ୍ତା ହୋଇଛି । ବାସ୍ତବରେ ହିଁ ଏହି ପରିବର୍ତ୍ତନ 19 କିଲୋ କମର୍ସିଆଲ୍ ସିଲିଣ୍ଡର (commercial cylinders prices)ରେ ଘଟିଛି ।

ଶସ୍ତା ହେଲା ଏଲପିଜି ସିଲିଣ୍ଡର (lpg cylinder)ଦାମ୍‌ । 19 କେଜି କର୍ମସିଆଲ ଗ୍ୟାସ ସିଲିଣ୍ଡର (commercial cylinders prices)ଦାମ୍‌ 25.50 ପଇସା ଶସ୍ତା ହୋଇଛି । ଗତମାସରେ ମଧ୍ୟ ଏଲପିଜି ଦର (lpg cylinder price)ହ୍ରାସ ପାଇଥିଲା । ପେଟ୍ରୋଲିୟମ କମ୍ପାନୀଗୁଡିକ ଘରୋଇ ଏଲପିଜି ଠାରୁ ବ୍ୟବସାୟିକ ସିଲିଣ୍ଡର (commercial cylinders)ପର୍ଯ୍ୟନ୍ତ ନୂଆ ଦର ଲାଗୁ କରିଛନ୍ତି ।

ପ୍ରକାଶ ଥାଉ ଯେ, ନୂଆ ଦର ସବୁଠି ହିଁ ଲାଗୁ ହୋଇଛି । ସେପ୍ଟେମ୍ବରରେ ମଧ୍ୟ 100 ଟଙ୍କା କମିଥିଲା ଦର । ଜୁଲାଇ 6ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 50 ଟଙ୍କା ବୃଦ୍ଧି କରାଯାଇଥିଲା ।

ବର୍ଷାରେ ଭିଜିଯିବ ପୂଜା, ନବମୀ ଓ ଦଶମୀରେ ଛେଚିବ!

କମିଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)