News

LPG ଝଟକା: ୨୫.୫୦ ଟଙ୍କା ମହଙ୍ଗା ହେଲା ସିଲିଣ୍ଡର

ପୁଣି ବଢିଛି ଦର l ଗ୍ରାହକଙ୍କୁ ଲାଗିଛି ଝଟକା......!

01 March, 2024 11:39 AM IST By: Tanushree Mahapatra

ପୁଣିଥରେ ଗ୍ରାହକଙ୍କୁ ଲାଗିଛି ଦର ଝଟକା l ବିଭିନ୍ନ ଦରଦାମ ବଢିବା ସହିତ ବଢିଛି ଆଉ ଏକ ବ୍ୟବହାରିକ ଜିନିଷ ଦର l ଏବେ ଚିନ୍ତାରେ ଖାଉଟି ଓ ଗ୍ରାହକ l  ପାକେଟ ଉପରେ ପଡିଛି ପ୍ରଭାବ l ଦିନ କୁ ଦିନ ବଢୁଛି ମୂଲ୍ୟ ଯାହାକୁ ନେଇ ଚିନ୍ତାରେ ଖାଉଟି l ଖାଦ୍ୟ ଠାରୁ ଆରମ୍ଭ କରି ସବୁ କିଛି ଜିନିଷର ବଢୁଛି ମୂଲ୍ୟ l ଯାହାକୁ ନେଇ ଅସନ୍ତୋଷ ଖାଉଟି l କାରଣ ମାର୍ଚ୍ଚର ପ୍ରଥମ ଦିନରେ ହିଁ ସାଧାରଣ ଲୋକଙ୍କୁ ଜୋରଦାର ଝଟକା ଲାଗିଛି ।

କାରଣ ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଜାନୁଆରୀ ଏବଂ ଫେବୃଆରୀ ମାସରେ ମଧ୍ୟ ମୂଲ୍ୟ ବୃଦ୍ଧି କରାଯାଇଥିଲା । ଏହାପରେ ପୁଣି ମୂଲ୍ୟ ବଢିବା ଏକ ଚିନ୍ତାର କାରଣ l କ୍ରମାଗତ ତୃତୀୟ ଥର ପାଇଁ ଚଳିତ ଆର୍ଥିକ ବର୍ଷ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ତେବେ OMCs ୧୯ କିଲୋଗ୍ରାମର ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛି ତୈଳ କମ୍ପାନୀ । ସିଲିଣ୍ଡର ହାର ପିଛା  ୨୫.୫୦ ଟଙ୍କା ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ବିମାନ ଇନ୍ଧନର ମଧ୍ୟ ମୂଲ୍ୟ ବୃଦ୍ଧି କରାଯାଇଛି ।

ତେବେ ଫେବୃଆରୀ ମାସରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ମୋଟ ୧୪ ଟଙ୍କା ବୃଦ୍ଧି କରାଯାଇଥିଲା । ଏହାର ଏକ ମାସ ପୂର୍ବରୁ, ଅର୍ଥ ଜାନୁଆରୀ ମାସ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ମୋଟ ୧.୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ସେହିପରି ସୂଚନା ଅନୁଯାୟୀ, ବ୍ୟବସାୟିକ ଏଲପିଜି ସିଲିଣ୍ଡରର ନୂଆ ମୂଲ୍ୟ ଆଜିଠାରୁ ଲାଗୁ ହେବ ବୋଲି ସୂଚନା ଦିଆଯାଇଛି । ଏହାର ଅର୍ଥ ହେଉଛି, ଆଜିଠାରୁ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୨୫.୫୦ ଟଙ୍କା ବ୍ୟୟବହୁଳ ହୋଇଯିବ । ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ମୋଟ ୧୭୯୫ ଟଙ୍କା, ସେହିପରି କୋଲକାତାରେ ୧୯୧୧ ଟଙ୍କା ରହିଛି l ଅନ୍ୟପଟେ ମୁମ୍ବାଇରେ ୧୭୪୯ ଟଙ୍କା ଏବଂ ଚେନ୍ନାଇରେ ୧୯୬୦ ଟଙ୍କା ହୋଇଯିବ ମୂଲ୍ୟ ବୋଲି କୁହାଯାଉଛି ।

ଏଲପିଜି କମର୍ସିଆଲ ସିଲିଣ୍ଡର ଦର ପୁଣି ମହଙ୍ଗା ହେଲା । ଦିଲ୍ଲୀରେ ୨୫ ଟଙ୍କା ଏବଂ ମୁମ୍ବାଇରେ ୨୬ ଟଙ୍କା ବଢ଼ିଛି ଏହି ସିଲିଣ୍ଡର ଦର । ସେହିପରି ଅଏଲ ମାର୍କେଟିଂ କମ୍ପାନି ଗୁଡ଼ିକ ପକ୍ଷରୁ ଏହି ମୂଲ୍ୟ ବୃଦ୍ଧି ଧାର୍ଯ୍ୟ କରାଯାଇଛି । ତେବେ ଘରୋଇ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଥିବା କୁହାଯାଇଛି । ସେପଟେ ଜେଟ୍ ତୈଳ ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ଲଗାତାର ଭବେ ୪ ଥର ଦର ହ୍ରାସ ପାଇଥିବା ବେଳେ ଆଜିଠୁ ପୁଣି ଦର ବଢ଼ିଛି । ତେବେ ବିମାନ ଇନ୍ଧନର ବର୍ଦ୍ଧିତ ଦର ମଧ୍ୟ ଆଜିଠାରୁ ଲାଗୁ କରାଯିବ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)