News

ଖୁସି ଖବର ! ରାଜ୍ୟ ସରକାରଙ୍କ ବଡ଼ ଘୋଷଣା :ଏବେ ୫୦୦ ଟଙ୍କାରେ ମିଳିବ LPG ଗ୍ୟାସ

ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା । ରାଜସ୍ଥାନରେ ଏବେ ଶସ୍ତା ହେବ ରନ୍ଧନ ଗ୍ୟାସ ଦର । ଏନେଇ ଏବେ ରାଜ୍ୟରେ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି । ଆସନ୍ତା ବର୍ଷ ଏପ୍ରିଲ ୧ ତାରିଖ ଠାରୁ ରାଜସ୍ଥାନର ପ୍ରତ୍ୟେକ ପଛୁଆ ବର୍ଗରେ ଅନ୍ତର୍ଭୁକ୍ତ ପରିବାର ପାଇପାରିବେ ମାତ୍ର ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ । ମାତ୍ର ୫୦୦ ଟଙ୍କା ଦେଇ ପ୍ରତ୍ୟେକ ପରିବାର ବର୍ଷକୁ ୧୨ ଟି ରନ୍ଧନ ଗ୍ୟାସ ସିଲିଣ୍ଡର ନେଇ ପାଇବେ ।

20 December, 2022 4:54 PM IST By: Sudesna Nayak

ରାଜସ୍ଥାନ (Rajasthan Chief Minister)ସରକାରଙ୍କ ବଡ଼ ଘୋଷଣା । ରାଜସ୍ଥାନରେ ଏବେ ଶସ୍ତା ହେବ ରନ୍ଧନ ଗ୍ୟାସ ଦର । ଏନେଇ ଏବେ ରାଜ୍ୟରେ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି । ଆସନ୍ତା ବର୍ଷ ଏପ୍ରିଲ ୧ ତାରିଖ ଠାରୁ ରାଜସ୍ଥାନର ପ୍ରତ୍ୟେକ ପଛୁଆ ବର୍ଗରେ ଅନ୍ତର୍ଭୁକ୍ତ ପରିବାର ପାଇପାରିବେ ମାତ୍ର ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ । ମାତ୍ର ୫୦୦ ଟଙ୍କା ଦେଇ ପ୍ରତ୍ୟେକ ପରିବାର ବର୍ଷକୁ ୧୨ ଟି ରନ୍ଧନ ଗ୍ୟାସ ସିଲିଣ୍ଡର ନେଇ ପାଇବେ । ଏହି ସରକାରୀ ଯୋଜନାର ଲାଭ ସମସ୍ତେ ଉଠାଇବା ନେଇ ଆହ୍ୱାନ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ (Ashok Gehlot) ।

ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମୋଦି ସରକାର (modi govt)ଙ୍କ ଉଜ୍ୱଳା ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ (Chief Minister Ashok Gehlot)। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏବଂ ଉଜ୍ୱଳା ଯୋଜନା (Ujjwala scheme)ରେ ନାମ ପଞ୍ଜୀକୃତ କରିଥିବା ଲୋକଙ୍କୁ ଏବେ ମାତ୍ର ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଇଦେବାକୁ ଯାଉଛି ରାଜସ୍ଥାନ ସରକାର । ପ୍ରତିବର୍ଷ ପରିବାର ପିଛା ୧୨ଟି ସିଲିଣ୍ଡର ଯୋଗାଇ ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ । ଏବେ ରାଜସ୍ଥାନରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଚାଲିଥିବା ବେଳେ ରାହୁଲ ଗାନ୍ଧୀ (Rahul Gandhi)ଙ୍କ ଉପସ୍ଥିତିରେ ଏଭଳି ନିଷ୍ପତ୍ତି ନେଇଛି ସରକାର ।

Chief Minister Ashok Gehlot, ଗେହଲଟ କହିଛନ୍ତି ' ମୁଁ ଆସନ୍ତା ମାସରେ ବଜେଟ ପ୍ରସ୍ତୁତ କରିବାକୁ ଯାଉଛି । ବର୍ତ୍ତମାନ ମୁଁ କେବଳ ଏତିକି କହିବାକୁ ଚାହୁଁଛି, ଉଜ୍ୱଳା ଯୋଜନା (Ujjwala scheme) ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଛୁଆ ବର୍ଗଙ୍କ ପାଇଁ ଏପିଜି ସଂଯୋଗ ଯୋଗାଇ ଦେଇଛନ୍ତି । ମାତ୍ର ଲୋକଙ୍କୁ ମିଳିଛି କେବଳ ଖାଲି ସିଲିଣ୍ଡର ଏବଂ ପ୍ରତିବର୍ଷ ଗ୍ୟାସର ମୁଲ୍ୟ ବଢ଼ିବାରେ ଲାଗିଛି ଓ ଏହାର ମୁଲ୍ୟ ୧ହଜାର ୪୦ ଟଙ୍କା । ତେଣୁ ଆମ ସରକାର ମାତ୍ର ୫୦୦ ଟଙ୍କା ମୁଲ୍ୟରେ ବର୍ଷକୁ ୧୨ଟି ସିଲିଣ୍ଡର ଯୋଗାଇ ଦେବା ନେଇ ନିଷ୍ପତ୍ତି ନେଇଛି' । ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ଥିବା ବେଳେ ପ୍ରତ୍ୟେକ ଦଳ ଏବେ ଠୁ ରାଜ୍ୟବାସୀଙ୍କ ମନ ଜିଣିବା ଆରମ୍ଭ କରି ଦେଇଛନ୍ତି ।

୨୦୨୩ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏବେ ଠୁ କମର କଷିବାରେ ଲାଗିପଡ଼ିଛି କଂଗ୍ରେସ । ପୂନର୍ବାର ସତ୍ତାକୁ ନିଜ ସପକ୍ଷରେ କରିବା ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛି ସରକାର । ତେଣୁ ନିର୍ବାଚନ ପୂର୍ବରୁ ବିଭିନ୍ନ ଯୋଜନା ଜରିଆରେ ଯଥା ସମ୍ଭବ ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ଚେଷ୍ଟା ଚଳାଇଛି କଂଗ୍ରେସ ।

ସେପଟେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ ଯାତ୍ରା ଏବେ ରାଜସ୍ଥାନରେ ପହଞ୍ଚିଛି, ବିଭିନ୍ନ ସଭା ସଙ୍ଗଠନ ମାଧ୍ୟମରେ ଲୋକଙ୍କୁ ଏକାଠି କରିବା ସହ ଲୋକହୀତକାରୀ ଯୋଜନାମାନ ଏବେ ରାଜସ୍ଥାନବାସୀଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରୁଛି କଂଗ୍ରେସ ।

ପ୍ରକାଶ ଥାଉ ଯେ, ତେବେ ଦେଖିବାକୁ ବାକି ରହିଲା ସରକାରଙ୍କ ଏହି ଏଲପିଜି ଗ୍ୟାସ (LPG gas) ସିଲିଣ୍ଡର ଯୋଜନା ରାଜସ୍ଥାନ ବାସିନ୍ଦାଙ୍କୁ କେତେ ଆକୃଷ୍ଟ କରୁଛି ଏବଂ ୨୦୨୩ ନିର୍ବାଚନରେ ରାଜସ୍ଥାନବାସୀ କଂଗ୍ରେସକୁ ଭର୍ଷୁଛନ୍ତି ନା ସରକାର ବଦଳାଉଛନ୍ତି ।

Budget 2022 : ଖୁସି ଖବର ; କମିଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ ?

ବଡ ଖବର;ଏଣିକି ପାଇପ ଯୋଗେ ଘରେ ଘରେ ପହଞ୍ଚିବ LPG ଗ୍ୟାସ,ଲାଭ ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)