News

Lpg Gas Price: ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା!

ସେପ୍ଟେମ୍ବର ମାସ ମୁମ୍ବାଇରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୦୫ଟଙ୍କାରୁ ବୃଦ୍ଧି ପାଇ ୧୬୪୪ ଟଙ୍କା କରାଯାଇଥିଲା l ତେବେ ଦର ବୃଦ୍ଧି ପରେ ଏହା ୧୬୯୨.୫୦ ଟଙ୍କାରେ ଯାଇ ପହଞ୍ଚିଥିଲା ।

01 October, 2024 12:08 PM IST By: Tanushree Mahapatra

ମାସ ଆରମ୍ଭରୁ ଝଟକା। ପୁଣି ବଢିଲା ଏଲପିଜି ଗ୍ୟାସ ମୂଲ୍ୟ । ମାସ ଆରମ୍ଭରୁ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ୧୯ କେଜି କମର୍ସିଆଲ୍ ଗ୍ୟାସ ୪୮.୫୦ଟଙ୍କା ବୃଦ୍ଧି କରାଯାଇଛି l ତେବେ ତୈଳ କମ୍ପାନୀ ୧୪କେଜି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନଥିବା ସୂଚନା ରହିଛି ।

ଆଜି IOCL ୱେବସାଇଟରେ ନୂଆ ଦର ସୂଚନା ପ୍ରକାଶ ପାଇଛି । ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ କାର୍ଯ୍ୟକାରୀ କରାଯାଇଛି । ବର୍ତ୍ତମାନ ଦିଲ୍ଲୀରେ ୧୯ କେଜି ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କାରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀ ବ୍ୟତୀତ ଅନ୍ୟ ମେଟ୍ରୋ ସହରରେ ସେପ୍ଟେମ୍ବର ମାସ ମୁମ୍ବାଇରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୦୫ଟଙ୍କାରୁ ବୃଦ୍ଧି ପାଇ ୧୬୪୪ ଟଙ୍କା କରାଯାଇଥିଲା l ତେବେ ଦର ବୃଦ୍ଧି ପରେ ଏହା ୧୬୯୨.୫୦ ଟଙ୍କାରେ ଯାଇ ପହଞ୍ଚିଥିଲା ।

କୋଲକାତାରେ ୧୮୫୦.୫୦ ଟଙ୍କା ହୋଇଛି ଗ୍ୟାସ ସିଲିଣ୍ଡର । ଏହା ବ୍ୟତୀତ ଚେନ୍ନାଇରେ ମଧ୍ୟ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୯୦୩ ଟଙ୍କାକୁ ବୃଦ୍ଧି କରାଯାଇଛି । ଗତ ଜୁଲାଇ ମାସ ୧୯ କିଲୋଗ୍ରାମ LPG ସିଲିଣ୍ଡର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି କରାଯାଇଥିବା ଦେଖିବାକୁ ମିଳିଛି l

ଜୁଲାଇ ପହିଲାରେ ସମସ୍ତ ତୈଳ ମାର୍କେଟିଂ କମ୍ପାନୀ ଏଲପିଜି ଦର ହ୍ରାସକରିଥିଲେ l ରାଜଧାନୀ ଦିଲ୍ଲୀରେ ଏହି ସିଲିଣ୍ଡରର ମୂଲ୍ୟ ୩୦ ଟଙ୍କାକୁ ହ୍ରାସ ହୋଇଥିଲା। କିନ୍ତୁ ପରବର୍ତ୍ତୀ ମାସରେ ତଥା ଅଗଷ୍ଟ ୨୦୨୪ ରେ, ୧୯ କେଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୮.୫୦ ଟଙ୍କା ବୃଦ୍ଧି ହୋଇଥିଲା। ସେପ୍ଟେମ୍ବର ମାସରେ ସିଲିଣ୍ଡର ପିଛା ୩୯ ଟଙ୍କା ବୃଦ୍ଧି ହୋଇଥିଲା।

ଅଧିକ ପଢ଼ନ୍ତୁ

Chinese Garlic: କିପରି ଜାଣିବେ ନକଲି ରସୁଣ ?

ଏସବୁ ରୋଗ ଦୂର କରେ ଜହ୍ନି...