News

LPG Price Hike:ଗ୍ରାହକଙ୍କୁ ଝଟକା,ଏପ୍ରିଲରୁ ଏତିକି ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର,ଜାଣନ୍ତୁ...

ମହଙ୍ଗା ମାଡରେ ପୁଣିଥରେ ଘାଇଲା ହେବାକୁ ଯାଉଛନ୍ତି ସାଧାରଣ ଖାଉଟି । କାରଣ ପେଟ୍ରୋଲ ଏବଂ ଡିଜେଲ ପରେ, ଏଲପିଜି ମଧ୍ୟ ଗ୍ରାହକମାନଙ୍କ ପକେଟକୁ ଖାଲି କରିବାକୁ ଯାଉଛି ।

23 February, 2022 10:54 AM IST By: Sudesna Nayak

ମହଙ୍ଗା ମାଡରେ ପୁଣିଥରେ ଘାଇଲା ହେବାକୁ ଯାଉଛନ୍ତି ସାଧାରଣ ଖାଉଟି । କାରଣ ପେଟ୍ରୋଲ ଏବଂ ଡିଜେଲ ପରେ, ଏଲପିଜି (LPG) ମଧ୍ୟ ଗ୍ରାହକମାନଙ୍କ ପକେଟକୁ ଖାଲି କରିବାକୁ ଯାଉଛି । ଏପ୍ରିଲ (April)ରୁ ରୋଷେଇ କରିବା ଅଧିକ ମହଙ୍ଗା ହୋଇପାରେ ।

ସୂଚନା ଅନୁୟାୟୀ, ସମଗ୍ର ବିଶ୍ୱରେ ଗ୍ୟାସର ବହୁତ ଅଭାବ ଦେଖାଦେଇଛି ଏବଂ ଏପ୍ରିଲ (April)ରୁ ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ଦେଖିବାକୁ ମିଳିବ, ଯେଉଁ କାରଣରୁ ଏଠାରେ ଘରୋଇ ଗ୍ୟାସ (Gas cylinder)ର ମୂଲ୍ୟ ମଧ୍ୟ ଦ୍ୱିଗୁଣିତ ହୋଇପାରେ ।

ବିଶ୍ୱରେ ଗ୍ୟାସ ଅଭାବ ହେତୁ ସିଏନଜି (CNG),ପିଏନଜି (PNG)ଏବଂ ବିଦ୍ୟୁତର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି । ଏହା ସହିତ ଡ୍ରାଇଭିଂ ଗାଡି ସହିତ କାରଖାନାଗୁଡ଼ିକରେ ଉତ୍ପାଦନ ମୂଲ୍ୟ ମଧ୍ୟ ବଢିପାରେ । ସରକାରଙ୍କ ଫର୍ଟିଲାଇଜର ସବସିଡି ବିଲରେ ମଧ୍ୟ ବୃଦ୍ଧି ହୋଇପାରେ । ମୋଟ ଉପରେ, ଏସବୁର ପ୍ରଭାବ କେବଳ ସାଧାରଣ ଗ୍ରାହକମାନଙ୍କ ଉପରେ ପଡ଼ିବ ।

ୟୁରୋପକୁ ଋଷ ଗ୍ୟାସ ଯୋଗାଣର ଏକ ପ୍ରମୁଖ ଉତ୍ସ, ଅର୍ଥାତ୍ ୟୁକ୍ରେନ (Ukraine) ସଙ୍କଟ ଯୋଗୁଁ ଏହା ପ୍ରଭାବିତ ହୋଇପାରେ । ବିଶ୍ୱ ଅର୍ଥନୀତି ନିଶ୍ଚିତ ଭାବରେ କୋରୋନା (Corona) ମହାମାରୀରୁ ବାହାରୁଛି । କିନ୍ତୁ ସମଗ୍ର ବିଶ୍ୱରେ ଶକ୍ତିର ଚାହିଦା ବୃଦ୍ଧି ହେତୁ ଏହାର ଯୋଗାଣ ହ୍ରାସ ହୋଇପାରେ । ଏହି କାରଣରୁ ଗ୍ୟାସ ଦର (LPG Price Hike)ବହୁତ ବୃଦ୍ଧି ପାଇଛି ।

ଯେତେବେଳେ ସରକାର ପ୍ରାକୃତିକ ଗ୍ୟାସର ଘରୋଇ ମୂଲ୍ୟ ପରିବର୍ତ୍ତନ କରିବେ ।

ପ୍ରକାଶ ଥାଉ ଯେ, ବିଶେଷଜ୍ଞଙ୍କ ଅନୁଯାୟୀ ୨.୯ ଡଲାର ପ୍ରତି ଏମଏମବିଟିୟୁ ରୁ ବୃଦ୍ଧି କରାଯାଇ ୬ ରୁ ୭ ଡଲାର ଯାଏଁ ବୃଦ୍ଧି କରାଯାଇପାରେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (Reliance Industries) ମୁତାବକ, ଗଭୀର ସମୁଦ୍ରରୁ ବାହାରୁଥିବା ଗ୍ୟାସର ମୂଲ୍ୟ ୬.୧୩ ଡଲାରରୁ ବୃଦ୍ଧି ହୋଇ ପାଖାପାଖି ୧୦ ଡଲାର ଯାଏଁ ବୃଦ୍ଧି ପାଇପାରେ । ଯାହାଫଳରେ ଫ୍ଲୋର ପ୍ରାଇଜ୍ କୁ କ୍ରୁଡ ଅଏଲ ସହିତ ସଂଯୋଗ କରାଯାଇଛି । ଯାହାର ପ୍ରତି ଲିଟର ୧୪ ଏମବିଟିୟୁ ରହିଛି ।

ମାଗଣାରେ ମିଳିବ LPG ଗ୍ୟାସ୍ ସିଲିଣ୍ଡର, ଏହିପରି କରନ୍ତୁ ବୁକ୍

Budget 2022 : ଖୁସି ଖବର ; କମିଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)