ମହିଳାଙ୍କ ରୋଷେଇ ପାଇଁ ମୁଖ୍ୟ ଜିନିଷ ହେଊଛି ଜାଳ l ଯାହାର ଦାରାକୁ ନେଇ ସବୁବେଳେ ଚିନ୍ତାରେ ରହିଥାନ୍ତି ମହିଳା ତଥା ଗ୍ରାହକ l ମାସର ପ୍ରଥମ ଦିନ ଗ୍ୟାସ ଦ୍ୱାରା ଆକଳନ କରାଯାଇଥାଏ l ତେବେ ଆଜି ଏହି ଦରରେ ପରିବର୍ତ୍ତନ କରାଯାଇଛି l ଅଗଷ୍ଟ ପହିଲା ଦିନରୁ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର । ଖାଉଟୀମାନଙ୍କ ପାଇଁ ଏବେ ଶସ୍ତା ହୋଇଛି କମର୍ସିଆଲ ଏଲପିଜି ସିଲିଣ୍ଡର । ଏଣିକି ଏହା ଏହା ୧୦୦ରୁ ବି କମ୍ ଟଙ୍କାରେ ମିଳିପାରିବ ବଜାରରେ ।
ସାଧାରଣ ଲୋକଙ୍କ ପାଇଁ ଆଜି ମାସର ପ୍ରଥମ ଦିନରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଏଣିକି ୧୯ କେ.ଜି ଗ୍ୟାସ ସିଲିଣ୍ଡରର ଦାମ୍ ୯୯.୭୫ ଟଙ୍କାକୁ ଖସିଛି ବୋଲି ସୂଚନା ରହିଛି । ସେହିପରି ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡରର ଦାମ୍ ୧୬୮୦ ଟଙ୍କାକୁ ହ୍ରାସ ପାଇଥିବା ସୂଚନା ଦିଆଯାଇଛି । ଯାହାଦ୍ୱାରା ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ସାଧାରଣ ଲୋକେ । ତେବେ ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନଥିବା ଦେଖିବାକୁ ମିଳିଛି ।
ଏହା ପୂର୍ବ ମାସ ତୈଳ ବିପଣନ କମ୍ପାନୀ ଗୁଡିକ ଜୁଲାଇ ମାସରେ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ସାମାନ୍ୟ ବୃଦ୍ଧି କରିଥିଲେ ଯାହା ଗ୍ରାହକଙ୍କୁ ହଇରାଣରେ ପକାଇଥିଲା । ଏହି ଦର ସିଲିଣ୍ଡର ପିଛା ୭ ଟଙ୍କା ବୃଦ୍ଧି ପାଇଥିଲା । ଏହାପରେ ମେ ଓ ଜୁନ୍ ମାସରେ ମଧ୍ୟ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ହ୍ରାସ ଘଟିଥିବା ନଜିର ରହିଥିଲା । ଅନ୍ୟପଟେ ଜୁନରେ ୮୩.୫ ଟଙ୍କା ମେ’ରେ ୧୭୨ ଟଙ୍କା କମିଥିବା କମର୍ସିଆଲ ସିଲିଣ୍ଡର l ଆଉ ଏବେ ପୁଣି ଠାରେ ଏହି ଦରରେ ପରିବର୍ତ୍ତନ କରାଯାଇଛି l
ସେହିପରି ଏହି ଗ୍ୟାସ ଦରରେ କୋଲକତାରେ ୧୯ କେଜି ସିଲିଣ୍ଡର ଦାମ୍ ୧୮୦୨.୫୦ ଟଙ୍କା ହୋଇଥିବା ଜଣାପଡିଛି । ଆଉ ଏବେ ମୁମ୍ବାଇରେ ସିଲିଣ୍ଡର ଦାମ୍ ୧୬୪୦.୫୦ ଟଙ୍କା । ଯାହା ଜୁଲାଇ ୪ ତାରିଖରୁ ବୃଦ୍ଧି ପାଇ ୧୭୩୩.୫୦ ଟଙ୍କା ହୋଇଥିଲା । ଅନ୍ୟପଟେ ଚେନ୍ନାଇରେ ୧୯ କେଜି ସିଲିଣ୍ଡର ଦାମ୍ ୧୮୫୨.୫୦ ଟଙ୍କା ରହିଛି ଦର ପରିବର୍ତ୍ତନ ପରେ ।
ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରିନାହାନ୍ତି ସରକାର । ମାର୍ଚ୍ଚ ମାସରୁ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଥିଲା । ଦେଶର ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ଦାମ୍ ୧୧୦୩ ରହିଥିବାବେଳେ ମୁମ୍ବାଇରେ ଏହା ୧୧୦୨.୫୦ ଟଙ୍କା, କୋଲକତାରେ ୧୧୨୯ ଟଙ୍କା, ଚେନ୍ନାଇରେ ୧୧୮.୫୦ ଟଙ୍କା ରହିଥିବା ଜଣାପଡିଛି । ତେବେ କେବଳ ଘରୋଇ ଗ୍ୟାସ ନୁହେଁ, ସିଏନଜି ଏବଂ ପିଏନଜିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଜଣାପଡିଛି । ଯଦି ଆପଣ ଏଲପିଜି ମୂଲ୍ୟରେ ପରିବର୍ତ୍ତନ ଅପଡେଟ୍ ଲିଷ୍ଟ ଦେଖିବାକୁ ଚାହୁଁଛନ୍ତି, ତେବେ ଆପଣ iocl.com/prices-of-petroleum-product ଲିଙ୍କକୁ ଯାଇ ଏ ବିଷୟରେ ତଥ୍ୟ ପାଇପାରିବେ ।