News

ଚାଷୀଙ୍କ ବର୍ଷ ବର୍ଷ ବିଶ୍ୱାସର ସାଥି: ମହିନ୍ଦ୍ରା ଟ୍ରାକ୍ଟରସ

ମିଲେନିୟର ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ୨୦୨୩ର ଆଜି ହେଉଛି ଶେଷ ଦିନ l ତିନି ଦିନିଆ ଏହି କାର୍ଯ୍ୟକ୍ରମରେ ଅନେକ ବଡ ବଡ ବ୍ୟକ୍ତିତ୍ୱ ଯୋଗଦେଇଥିଲେ l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ଏହି ତିନି ଦିନିଆ କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟରସ l

08 December, 2023 2:17 PM IST By: Tanushree Mahapatra

ମିଲେନିୟର ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ୨୦୨୩ର ଆଜି ହେଉଛି ଶେଷ ଦିନ l ତିନି ଦିନିଆ ଏହି କାର୍ଯ୍ୟକ୍ରମରେ ଅନେକ ବଡ ବଡ ବ୍ୟକ୍ତିତ୍ୱ ଯୋଗଦେଇଥିଲେ l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ଏହି ତିନି ଦିନିଆ କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟରସ l

ଯାହା ଆଜିକୁ ଅନେକ ବର୍ଷ ଧରି କୃଷି କ୍ଷେତ୍ରରେ ଚାଷୀଙ୍କୁ ନୂଆ ନୂଆ ଯନ୍ତ୍ରପାତି ଉପହାର ଦେଇଛି ଯାହା ଚାଷୀଙ୍କ ବିଶ୍ୱାସକୁ ମଜବୁତ କରିଛି l

ମହିନ୍ଦ୍ରା ଏକ ସାଧାରଣ ନାଁ ନୁହେଁ ଏହା ଏକ ଉଚ୍ଚକୋଟୀର ବ୍ରାଣ୍ଡ l ଯାହା ଆଜି କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ନିଜ ପରିଚୟ ସୃଷ୍ଟି କରି ପାରିଛି l ବଜାରକୁ ଆଖି ଆଗରେ ରଖି ଖୁବ କମ ଦରରେ ଉଚ୍ଚକୋଟୀର ଯନ୍ତ୍ରପାତି ସେବା ପ୍ରଦାନ କରିବାରେ ମହିନ୍ଦ୍ରା କମ୍ପାନୀର ମୁଖ୍ୟ ଭୂମିକା ରହିଛି l ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାରେ ମହିନ୍ଦ୍ରା ନିଜର ଆଉ ଏକ ଟ୍ରାକ୍ଟରର ଉନ୍ମୋଚନ କରିଛି l ଯାହା ଏକ ଉଚ୍ଚ ଚିନ୍ତାଧାରାକୁ ନେଇ ପ୍ରସ୍ତୁତ କରାଯାଇଛି l ଯେକୌଣସି ଚାଷକ୍ଷେତ୍ରରେ ଜଣେ ଚାଷୀ ଏହି ମହିନ୍ଦ୍ରା ଟ୍ରାକ୍ଟର OJA କୁ ବ୍ୟବହାର କରିପାରିବେ ଦୁଵିଧାରେ l

ଆଜି ଏହିଭଳି ଏକ ବ୍ରାଣ୍ଡର ସହାୟତା ଆମ କୃଷି ଜାଗରଣ ସଂସ୍ଥା ପାଇଁ ଏକ ଗର୍ବର ବିଷୟ l ଅସହ କରୁଚୁ ଆମ ସଂସ୍ଥା ସହିତ ଯୋଡି ହୋଇଥିବା ସମସ୍ତ ଚାଷୀ ମହିନ୍ଦ୍ରା ପ୍ରତି ଥିବା ବିଶ୍ୱାସକୁ ଆହୁରି ଅଧିକ ସୁଦୃଢ କରିଥିବା l ତେବେ କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ଏହି ପୁରସ୍କାର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚାଷୀଙ୍କୁ ମଧ୍ୟ ତାଙ୍କ ଆର୍ଥିନୀତି କ୍ଷେତ୍ରରେ ପୁରସ୍କୃତ କରିବା l ସଂସ୍ଥା ସମ୍ପାଦକ ଏମ .ସି ଡୋମିନିକଙ୍କ ଏହା ଏକ ସ୍ବପ୍ନ ଥିଲା l ଯାହାକୁ ସାକାର କରିବାରେ ତାଙ୍କ ଧର୍ମପତ୍ନୀ ସାଇନି ଡୋମିନିକ ଖୁବ ସହଯୋଗ କରିଛନ୍ତି l

କେବଳ ଏତିକି ନୁହେଁ ସାଇନି ଡୋମିନିକ ଅନେକ ମହିଳା ଚାଷୀଙ୍କୁ ଚଷାପ୍ରତି ଉତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାର ନୂଆ ପଦକ୍ଷେପ ନେବାରେ କୃଷି ଜାଗରଣ ସଂସ୍ଥା ପାଇଁ ଏକ ମୁଖ୍ୟ ଚରିତ୍ର l

ସେହିପରି ଆଜି ଏହି ତୃତୀୟ ଦିନରେ ମହିନ୍ଦ୍ରା ଟ୍ରାକ୍ଟରସ ର CEO ,farm division ର ବିକ୍ରମ ବିଶ୍ୱ ସ୍ତରରେ କିପରି ମହିନ୍ଦ୍ରା ନିଜର ଦକ୍ଷତା ପ୍ରଦର୍ଶିତ କରିଛି ତାହା ଡିଜିଟାଲ ମାଧ୍ୟମରେ ପ୍ରକାଶ କରିଛନ୍ତି l କିପରି ଦେଶର ଚାଷୀଙ୍କ ବିଶ୍ୱାସ ଜିତିବାରେ ମହିନ୍ଦ୍ରା ନିଜର ଭୂମିକା ଗ୍ରହଣ କରିଛି ତାହା ବଖାଣିଥିଲେ l ପରେ କୃଷି ଜାଗରଣ ସଂସ୍ଥାକୁ ଧନ୍ୟବାଦ ଦେଇଥିଲେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ l 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)