News

ଖେଳ ହୋଇଗଲା କାଳ: ଗଞ୍ଜା ଲଢ଼େଇ

ଗଞ୍ଜା ଲଢ଼େଇ ବା କୁକୁଡ଼ା ଲଢ଼େଇ ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳରେ ବହୁତ ଜଣାଶୁଣା ଅଟେ l ସ୍ଥାନୀୟ ଅଞ୍ଚଳରେ ଏହା ଏକ ସଟ୍ଟା ବା ଜୁଆ ଖେଳ ଭଳି ବେଳେ ବେଳେ ଆୟୋଜନ କରାଯାଏ l କୁକୁଡ଼ା ଲଢ଼େଇରୁ ସମୟ ସମୟରେ କଳି ତକରାଳ ପର୍ଯ୍ୟନ୍ତ କଥା ଯାଇଥାଏ l ସେଇଥିପାଇଁ ଏହାକୁ ବେଆଇନ ଘୋଷିତ କରାଯାଇଛି l ଲଢ଼େଇରେ ଜିତିବା ଗଞ୍ଜା ପଛରେ ହଜାର ହଜାର ଟଙ୍କାର ବାଜି ମରାମରି ହୋଇଯାଏ l କୁକୁଡ଼ା ଲଢ଼େଇରେ ଗଞ୍ଜା ଅଂଶ ଗ୍ରହଣ କରିବା ପୂର୍ବରୁ ତାହାର ଉପଯୁକ୍ତ ଭାବରେ ଯତ୍ନ ନିଆଯାଇଥାଏ l କୁକୁଡ଼ାର ଖାଦ୍ୟପେୟ, ଲାଳନ ପାଳନ ପ୍ରତି ବିଶେଷ ଦୃଷ୍ଟି ଦିଆଯାଏ l ଗଞ୍ଜାଗୁଡ଼ିକୁ ଅଧିକ ଆକ୍ରମକ କରିବା ପାଇଁ ଗଞ୍ଜାର ମାଲିକ ତାହାର ଦୁଇ ଗୋଡ଼ରେ ଏକ ସ୍ୱତନ୍ତ୍ର ଧରଣର ତୀକ୍ଷ୍ଣ ଛୁରୀ ବାନ୍ଧି ଦେଇଥାନ୍ତି l ଏହି ଛୁରୀର ଆକ୍ରମଣରେ ଅପର ପକ୍ଷର ଗଞ୍ଜା ରକ୍ତାକ୍ତ ହୋଇଯାଏ କିମ୍ବା ଧରାଶାୟୀ ହୋଇଥାଏ l ଖୁବ ନିକଟରେ ଗଞ୍ଜା ଲଢ଼େଇକୁ କେନ୍ଦ୍ର କରି ତେଲେଙ୍ଗାନାର ଏକ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l

01 March, 2021 11:27 AM IST By: Sugyan Kumar Nayak

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଜଗତିଆଲ ଜିଲ୍ଲା ଅନ୍ତର୍ଗତ ଗୋଲ୍ଲାପଲ୍ଲୀ ମଣ୍ଡଳର ଲୋଥୁନୁର ଗ୍ରାମରେ କିଛି ଲୋକ ବେଆଇନ ଭାବରେ ଲୁଚାଇ ଗଞ୍ଜା ଲଢ଼େଇର ଆୟୋଜନ କରିଥିଲେ l ଏହି ଖେଳର ଆୟୋଜନ ସ୍ଥାନୀୟ ୟେଲ୍ଲମା ମନ୍ଦିର ପରିସରରେ କରାଯାଇଥିଲା l ଏହି ଖେଳରେ ଭାଗ ନେଇଥିବା କୋଣ୍ଡାପୁର ଗ୍ରାମର ଠାନୁଗୁଲ୍ଲା ସତୀଶ ନିଜର ଗଞ୍ଜା ସହିତ ସେଠାରେ ଉପସ୍ଥିତ ଥିଲେ l ଗଞ୍ଜାଟି ତାଙ୍କ କୋଳରେ ଡେଇଁ ପଡ଼ିବାରୁ ଗଞ୍ଜା ଠାରେ ଲାଗିଥିବା ଧାରୁଆ ଛୁରୀ ସତୀଶଙ୍କ ତଳିପେଟରେ ପଶିଯାଇଥିଲା l ସାଧାରଣତଃ ଏହି ଛୁରୀ ୩ ଇଞ୍ଚରୁ ୬ ଇଞ୍ଚ ଲମ୍ବା ହୋଇଥାଏ l ସ୍ଥାନୀୟ ଭାବରେ ଏହାକୁ ''କୋଡି କାତି'' କୁହାଯାଏ l ଏହା ଫଳରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା l ଉପସ୍ଥିତ ଲୋକମାନେ ତାଙ୍କୁ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ l ତାଙ୍କୁ ଜଗତିଆଲ ଡାକ୍ତରଖାନାରେ ଭର୍ତି କରିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଲେ l  

ଗୋଲ୍ଲାପଲ୍ଲୀ ଥାନାର ପୋଲିସ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ଅଭାବନୀୟ ଘଟଣାର ତଦନ୍ତ ଚାଲିଛି ଏବଂ ଗଞ୍ଜା ଲଢ଼େଇ ପରି ବେଆଇନ ପ୍ରତିଯୋଗିତା ଆୟୋଜନ କରିଥିବା ବ୍ୟକ୍ତିମାନଙ୍କୁ ଏବଂ ଅଂଶ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ତଦନ୍ତର ପରିସରଭୁକ୍ତ କରାଯିବ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)