ଚାଷୀ ପରିଶ୍ରମର କାହାଣୀ ବଖାଣିବାକୁ ପାଇବେ ସୁଯୋଗ l କୃଷି କ୍ଷେତ୍ରର ସଫଳ କାହାଣୀ ଜାଣିବେ ଅନ୍ୟ ଚାଷୀ l ଯାହା ତାଙ୍କୁ ଚାଷ କ୍ଷେତ୍ର ପାଇଁ ଥିବା ବିଶ୍ୱାସକୁ ମଜବୁତ କରିବାରେ ସାହାଯ୍ୟ କରିବ l କାରଣ ଏଭଳି ଏକ କାର୍ଯ୍ୟକ୍ରମ ହେବାକୁ ଯାଉଛି ଯେଉଁଥିରେ ଦେଶର ଶ୍ରେଷ୍ଠ ଚାଷୀଙ୍କୁ ଦିଆଯିବ ସୁଯୋଗ ନିଜ କାହାଣୀ କହିବାକୁ l ଯାହାକି ଆସନ୍ତା ଡିସେମ୍ବର ମାସରେ ଆୟୋଜିତ ହେବାକୁ ଯାଉଛି ନୂଆ ଦିଲ୍ଲୀଠାରେ l ଦେଶର ସମସ୍ତ ଚାଷୀ ମିଶିବେ ଏକ ସ୍ଥାନରେ l କୃଷି ସୂଚନାର ହେବ ଆଦାନ ପ୍ରଦାନ l
ଆସନ୍ତା ଡିସେମ୍ବର ମାସ ୬ ତାରିଖ ରୁ ୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ନୂଆ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ମିଲେନିୟ ଫର୍ମର ଅଫ ଇଣ୍ଡିଆ ୨୦୨୩ l IARI ପୁସା ମେଳା ପଡିଆ ଠାରେ ୩ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଯେଉଁଠି ଦେଶର ବିଭିନ୍ନ କୋଣ ଅନୁକୋଣରୁ ଚାଷୀ ଯୋଗଦେବେ l ଏହି ସମ୍ମିଳନୀରେ ଦେଶର କୋଟିପତି କୃଷକଙ୍କୁ ସମ୍ମାନିତ କରାଯିବ l ଅନେକ କଷ୍ଟକୁ ନିଜର କରି ଆଜି ଏକ ସ୍ଥାନ ଅଧିକାର କରିଛି କୃଷି କ୍ଷେତ୍ରରେ l
ଏହି କାର୍ଯ୍ୟକ୍ରମ କୃଷି ଜାଗରଣ ଦ୍ୱାରା ଆୟୋଜିତ ହେଉଛି ଯାହାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟରସ l ଏହି କୃଷି କାର୍ଯ୍ୟକ୍ରମରେ ଅନେକ ବଡ଼ ବଡ଼ କମ୍ପାନୀ ନିଜର ସହଯୋଗ ପ୍ରଦାନ କରି ସଂସ୍ଥାକୁ ଗର୍ବିତ କରିବାରେ ସହାୟକ ହୋଇଛି l କାରଣ ଏଭଳି କମ୍ପନୀର ସହଯୋଗରେ ଚାଷୀଙ୍କୁ ଅନେକ କିଛି ନୂଆ ଜାଣିବାର ସୁଯୋଗ ମିଳିବ l
କୃଷି ଜଗତ ସହିତ ଜଡିତ ଦେଶ ଠଟ୍ଠା ଦେଶ ବାହାରେ କାର୍ଯ୍ୟ କରୁଥିବା ବିଭିନ୍ନ କମ୍ପାନୀ , ଶିଳ୍ପପତି , ବ୍ୟବସାୟୀ , ଚାଷୀ , ବିଶ୍ୱବିଦ୍ୟାଳୟ ଗୁଡିକର କୁଳପତି , କୃଷି ବୈଜ୍ଞାନିକଙ୍କ ସହିତ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ନିଜର ସହଯୋଗ ପ୍ରଦାନ କରିବେ l ତେବେ ଏହାରି ମଧ୍ୟରେ ଏହି କୃଷି କାର୍ଯ୍ୟକ୍ରମ ସହିତ MANAGE ନାମକ ଏକ ଅନୁଷ୍ଠାନ ଇନ୍ଷ୍ଟିଟ୍ୟୁସନଲ ପାର୍ଟନର ଭାବେ ସାମିଲ ହୋଇଛି l ଏହା ହାଇଦ୍ରାବାଦ ଠାରେ ଅବସ୍ଥିତ l ସଂସ୍ଥାର ଉଦ୍ଦେଶ୍ୟ ହେଉଛି କୃଷି ଅର୍ଥନୀତିରେ ସମ୍ପ୍ରସାରଣ, ପରିଚାଳକ, ବୈଜ୍ଞାନିକ ପ୍ରଣାଳୀରେ ଚାଷ ପରିଚାଳନା ଏବଂ ବୈଷୟିକ କର୍ମଶାଳା ଦ୍ୱାରା କୃଷିକୁ ଅଧିକ ସହଜ କରିବା ସହିତ , ସେମାନଙ୍କୁ ସ୍ଥାୟୀ କୃଷି ଅଭ୍ୟାସ ଏବଂ ମତ୍ସ୍ୟଜୀବୀଙ୍କୁ ସଠିକ ସହାୟତା ତଥା ସେବା ଯୋଗାଇବାରେ ସକ୍ଷମ କରିବା ।
ତେବେ ଆସ ଆପଣମାନେ ମଧ୍ୟ ଏଥିରେ ନିଜକୁ ସାମିଲ କରିବେ ଏବଂ ଏହାକୁ ସଫଳ କରିବାରେ ନିଜର ସହାୟତା ମଧ୍ୟ ପ୍ରଦାନ କରିବେ l ତେବେ ଏହି କାର୍ଯ୍ୟକ୍ରମ ସହିତ ଜଡିତ ବିଭିନ୍ନ ସୂଚନା ପାଇଁ ନିମ୍ନରେ ପ୍ରଦାନ କରାଯାଇଥିବା ଲିଙ୍କ ଏବଂ ଫୋନ ନମ୍ବରରେ ଯୋଗାଯୋଗ କରନ୍ତୁ l ଏହି ଲିଙ୍କକୁ ଯାଇ ଭିସିଟର ପାସ ପାଇଁ ମଧ୍ୟ ଆବେଦନ କରନ୍ତୁ l
MFOI 2023 VISITOR PASS LINK - https://millionairefarmer.in/get-visitor-pass/
Abdus Samad- +91 98918 89588,Subhra Mohanty - +91 98188 38998
Parikshit Tyagi - +91 98913 34425,Vardan Kasnia - +91 98918 88508