News

ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ପିଙ୍ଗୁଆଠାରେ ରାସ୍ତା ରୋକିଲେ ଚାଷୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ପିଙ୍ଗୁଆ ଗ୍ରାମ ପଂଚାୟତର ସମବାୟ ସମିତି ଅଧିନରେ ଥିବା ଚାଷୀମାନେ ଅଠେଇଶ ମାଇଲ ନିକଟରେ ରାଜରାସ୍ତାରେ ଧାନରଖି ଚାଷୀଙ୍କ ରାସ୍ତାରୋକରେ ଏକାଠି ହୋଇଛନ୍ତି ଶହ ଶହ ଚାଷୀ । ଧାନର ଅଭାବୀ ବିକ୍ରି,ଟୋକନ ଇସ୍ୟୁ ନହେବା, ଠିକ ଭାବରେ ମଣ୍ଡି ନହେବା ପ୍ରତିବାଦରେ ରାସ୍ତାରୋକ କରାଯାଇଛି ।

04 March, 2021 1:20 PM IST By: Gyanadutta Behra

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ପିଙ୍ଗୁଆ ଗ୍ରାମ ପଂଚାୟତର ସମବାୟ ସମିତି ଅଧିନରେ ଥିବା ଚାଷୀମାନେ ଅଠେଇଶ ମାଇଲ ନିକଟରେ ରାଜରାସ୍ତାରେ ଧାନରଖି ଚାଷୀଙ୍କ ରାସ୍ତାରୋକରେ ଏକାଠି ହୋଇଛନ୍ତି ଶହ ଶହ ଚାଷୀ । ଧାନର ଅଭାବୀ ବିକ୍ରି,ଟୋକନ ଇସ୍ୟୁ ନହେବା, ଠିକ ଭାବରେ ମଣ୍ଡି ନହେବା ପ୍ରତିବାଦରେ ରାସ୍ତାରୋକ କରାଯାଇଛି । ସଦର ଓ ଗଁଦିଆ ବ୍ଳକର ଆଠଟି ପଂଚାୟତର ଶତାଧିକ ଚାଷୀ ରାଜରାସ୍ତାରେ ବସିଛନ୍ତି । ପିଙ୍ଗୁଆ ସେବା ସମବାୟ ସମିତିର ଚାଷୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଫେବୃଆରୀ ମାସରୁ ଏଯାଏଁ ମଣ୍ଡିରୁ ଧାନ ଉଠିନାହିଁ । ପାଂଚଖଣ୍ଡ ପଂଚାୟତର ପ୍ରାୟ ୪୧ ହଜାର ଚାଷୀ ରେଜିଷ୍ଟ୍ରେସନ କରିଥିବା ବେଳେ ମାତ୍ର ୨୦ ହଜାର ଚାଷୀଙ୍କ ଧାନ ଉଠାଯାଇ ମଣ୍ଡିକୁ ବନ୍ଦ କରି ଦିଆଯାଇଛି । ଫଳରେ ଚାଷୀଙ୍କ ଧାନ ପଡିରହିଛି । ଠିକ୍ ସେହିଭଳି ପିଙ୍ଗୁôଆ ,ଦଶମାଣ, ଟୋଲରପଶି,ସମବାୟ ସମିତିରେ ତିନିଖଣ୍ଡ ପଂଚାୟତର ମୋଟ ୯୦୦ ରୁ ୧୦୦୦ ଚାଷୀ ଅନଲାଇନ ରେଜିଷ୍ଟ୍ରେସନ କରିଥିବା ବେଳେ ମାତ୍ର ୪୪୨ ଜଣ ଚାଷୀଙ୍କ ଧାନ ଉଠାଇ ମଣ୍ଡି ବନ୍ଦକୁ ବିରୋଧ କରିଛନ୍ତି ଶତାଧିକ ଚାଷୀ । ରାସ୍ତାରୋକ ଯୋଗୁଁ ଢେଙ୍କାନାଳରୁ, ଚଡେଇଧରା, ଯୋରନ୍ଦା, କପିଳାସ, ଗଁଦିଆ ଓ ଭୁବନକୁ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ଘଟଣା ସ୍ଥଳରେ ଗଁଦିଆର ତହସିଲଦାର, ଗଁଦିଆର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ପହଁଚି ଚାଷୀଙ୍କୁ ବୁଝାସୁଝା କରିବାରୁ ଚାଷୀମାନେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)