News

ଜୁଲାଇ ରୁ ଟଙ୍କିକିଆ ମାଣ୍ଡିଆ

ଜୁଲାଇ ରୁ ଟଙ୍କିକିଆ ମାଣ୍ଡିଆ

11 June, 2019 11:15 AM IST By: KJ Staff

୭ ଜିଲ୍ଲା ରେ ପ୍ରଥମ ପର୍ଯ୍ୟାୟ ରେ କାର୍ଯ୍ୟକାରୀ

ମାଣ୍ଡିଆ ଚାଷ ଏବଂ ସେଥିରୁ ଉତ୍ପାଦିତ ଖାଦ୍ୟ ରେ ଥିବା ପୋଷାକ ତତ୍ୱ ଓ ତାର ଉପକାରିତା କୁ ଦର୍ଶାଇବାକୁ ଯାଇ ସରକାର ମିଲେଟ ମିଶନ ର ଶୁଭାରମ୍ଭ କରିଥିଲେ |ଏହା ପରେ ବଢିଥିଲା ମାଣ୍ଡିଆ ଚାଷ |ମାତ୍ର ଏହି ଚାଷ ରୁ ଉତ୍ପାଦିତ ମାଣ୍ଡିଆ ର ବଜାର ଚାହିଦା ଏବେ ମଧ୍ୟ ଅଧିକ ହୋଇପାରି ନାହିଁ |ତେଣୁ ସରକାର ଏହି ଚାଷୀ ମାନଙ୍କୁ ସୁଦୃଢ କରିବାକୁ ଯାଇ ଏହି ଅଭିନବ ପଦକ୍ଷେପ ନେଇଛନ୍ତି |ମାଣ୍ଡିଆ ଚାଷୀ ଶୋଷଣ ର ଶିଖର ହେବେନି |

ତାଙ୍କ ଉତ୍ପାଦନ ର ମିଳିବ ଉଚିତ ମୂଲ୍ୟ |ସରକାର ଚାଷୀଙ୍କ ଠାରୁ ସରକାରୀ ମୂଲ୍ୟ ରେ ମାଣ୍ଡିଆ କିଣିବେ|ଖାଦ୍ୟ ସୁରକ୍ଷା ଯୋଜନା ରେ ରେସନ କାର୍ଡ ଧାରୀଙ୍କୁ ମାଣ୍ଡିଆ ପ୍ରଦାନ କରାଯିବ |କାର୍ଡ ପିଛା ୧ ଟଙ୍କା ମୂଲ୍ୟ ରେ ୧ କି.ଗ୍ରା ମାଣ୍ଡିଆ ଦିଆଯିବ |ପ୍ରଥମ ଦଫାରେ ୭ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ |
ସୋମବାର ସଚିବାଳୟ ର ଏକ ଗୁରୁତ୍ୱପୂର୍ଣ ବୈଠକ ରେ ଏହା ନିଷ୍ପତି ନିଆଯାଇଛି | ବୈଠକ ନିଷ୍ପତି ଅନୁଯାୟୀ ଆସନ୍ତା ଜୁଲାଇ ରୁ ଗଜପତି ,କଳାହାଣ୍ଡି ,କନ୍ଧମାଳ ,କୋରାପୁଟ ,ମାଲକାନଗିରି ,ନୂଆପଡା ଏବଂ ରାୟଗଡା ଜିଲାରେ ପରୀକ୍ଷାମୂଳକ ଏହା କାର୍ଯ୍ୟକାରୀ ହେବ |ଲଘୁ ଶସ୍ୟ ମିଶନ ଜରିଆରେ ସରକାର ଚାଷୀଙ୍କ ଠାରୁ ମାଣ୍ଡିଆ ସଂଗ୍ରହ କରି ରେସନ କାର୍ଡ ଧାରୀଙ୍କୁ ବଣ୍ଟନ କରିବେ |ମାଲକାନଗିରି ଜିଲ୍ଲାରେ ହିତାଧିକାରୀଙ୍କୁ ୨ କିଲୋ ମାଡିଆ ମିଳିବ |

ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଲଘୁ ଶସ୍ୟ ମିଶନ ,ଡି ଟି ସି ସି ଓ ଖାଦ୍ୟ ଯୋଗାଣ ବିଭାଗକୁ ନିର୍ଦେଶ ଦେଇଛନ୍ତି |ଏହା ଛଡା ସହରାଞ୍ଚଳରେ ପାଉଁରୁଟି ,ବିସ୍କୁଟ କମ୍ପାନୀ ,ମିଠା ଯୋଗାଣକାରୀ ଓ ଅନ୍ୟ ସଂସ୍ଥା ସହ ମିଶି ମାଣ୍ଡିଆ ରୁ ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟ ର ଚାହିଦା ବଢାଇବାକୁ ଆବଶ୍ୟକ ପଦକ୍ଷେପ ନେବା ସହ ପ୍ରୋତ୍ସାହନ ଦେବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)