News

ବାଡ଼ିରେ କରନ୍ତୁ ଆମ୍ବ ବଗିଚା, ଉଠାନ୍ତୁ ଲାଭ

ଆମ୍ବ ଭାରତର ଜାତୀୟ ଫଳ ଭାବେ ବେଶ୍ ପରିଚିତ । ଓଡ଼ିଆ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ବ ଗଛର ମହତ୍ତ୍ଵ ରହିଛି । ଆମ୍ବକୁ ଫଳମାନଙ୍କର ରାଜା କୁହାଯାଏ । ଏହାର ଫଳ ଖୁବ୍ ରସାଳ । ପାଚିଲା ଫଳର ଶତକଡା ୬୦ – ୭୦ ଭାଗ ଖିଆଯାଏ । ଏହା ଭାରତର ପ୍ରତ୍ୟେକ ରାଜ୍ୟରେ ଦେଖିବାକୁ ମିଳେ । ଆମ୍ବ କଞ୍ଚା ଥିଲେ ଖାଇବାକୁ ଖଟା ଲାଗେ ଓ ପାଚିଲା ପରେ ସୁଆଦିଆ ଲାଗେ । ଓଡିଆ ଗାଁ ଗହଳିରେ ପ୍ରସ୍ତୁତ ଆମ୍ବୁଲ ଏବଂ ଆମ୍ବସରା ବେଶ୍ ସ୍ଵାଦିଷ୍ଟ ଏବଂ ଧୀରେ ଧୀରେ ସେ ଗୁଡିକ ବିଭିନ୍ନ ରଙ୍ଗ ବେରଙ୍ଗ ଜରି ପ୍ୟାକେଟରେ ବଜାରରେ ଉପଲବ୍ଧ ହେଲାଣି । ତେବେ ଛାଇଠୁ ଆରମ୍ଭ କରି ଶୀତଳ ପବନ ଏବଂ ଭୋକ ମେଣ୍ଟାଇବା ସହ ରୋଜୋଗାର କ୍ଷମ କରାଇବାରେ ଆମ୍ବ ଗଛର ଭୂମିକା ଅନେକ ରହିଛି । ଆଜିର ଯୁବ ପିଢ଼ି ଉନ୍ନତ ପ୍ରଣାଳୀରେ ଖାଲି ଜମିରେ ଆମ୍ବ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରିପାରିବେ ।

13 November, 2021 3:34 PM IST By: Sudesna Nayak

କଞ୍ଚା ଆମ୍ବରୁ ପ୍ରଚୁର ପରିମାଣର ଲୌହ ମିଳିଥାଏ । ଆମ୍ବରୁ ଆଚାର, ଆମ୍ବୁଲ, ଆମ୍ବ ସଢା, ଜ୍ୟାମ, ସ୍କ୍ୱାସ୍ ପ୍ରଭୃତି ଦ୍ରବ୍ୟ ପ୍ରସ୍ତୁତ କରାଯାଏ । ଆମ ଦେଶରୁ ବିଦେଶରୁ ଅନେକ ଆମ୍ବଜାତ ଦ୍ରବ୍ୟ ରପ୍ତାନୀ କରାଯାଉଛି ।

ଆଜିର ଆଧୁନିକ ଦୁନିଆରେ ବି କଳସ ଉପରେ ଆମ୍ବ ପତ୍ର ଆଉ ବାଇଗଣ ରଖି ପୂର୍ଣ୍ଣ କୁମ୍ଭ କରାଯାଏ ଏବଂ ଏହାକୁ ଶୁଭ ବୋଲି ବିବେଚନା କରାଯାଏ । କଳସ ବସିବା ଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ ଏବଂ ଶୁଖିଲା କାଠରେ ଜାଳେଣି ଠୁ ଆରମ୍ଭ କରି ରାଜକୀୟ ଖଟ ପଲଙ୍କ ପର୍ଯ୍ୟନ୍ତ ଅମ୍ବ ଗଛର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ବ୍ୟବହାରରେ ଆସିଥାଏ ।

ଆମ୍ବ ଚାଷ ପାଇଁ ମୃର୍ତ୍ତିକା ଏବଂ ପରିବେଶ

ସାଧାରତଃ ଆମ୍ବ ପାଣି ଜମୁନଥିବା ସନ୍ତସନ୍ତିଆ ଜାଗା ବ୍ୟତୀତ ସବୁ ପ୍ରକାର ମୃତ୍ତିକାରେ ଚାଷ କରାଯାଇ ପାରିବ । କମ୍ ଅମ୍ଳ ଥିବା ମାଟି ଏହା ପାଇଁ ଉପଯୁକ୍ତ ହୋଇଥାଏ କିନ୍ତୁ ଲୁଣା କିମ୍ବା କ୍ଷାରିଅ ମାଟି ଏହା ପାଇଁ ଉପଯୁକ୍ତ ନୁହେଁ । ରାଜ୍ୟର ଜଳବାୟୁ ଏହାର ଚାଷ ପାଇଁ ଅନୁକୂଳ ଥିବାରୁ ସବୁବେଳେ ଆମ୍ବଚାଷ ହୋଇପାରିବ ।

ଆମ୍ବ ଗଛର ବୃଦ୍ଧି ପାଇଁ ୨୨ ରୁ ୩୫ ଡିଗ୍ରୀ ସେଲସିଅସ ଉତ୍ତାପ ଆବଶ୍ୟକ । ୭୫୦ ରୁ ୨୫୦୦ ମିଲିମିଟର ପର୍ଯ୍ୟନ୍ତ ବୃଷ୍ଟିପାତ ଅଞ୍ଚଳରେ ଆମ୍ବ ଚାଷ ଭଲ ହୁଏ ।

ଆମ୍ବରେ ବଉଳ ଆସିବା ସମୟରେ ଶୁଷ୍କ ଜଳବାୟୁ ଓ ପାଚିବା ସମୟରେ ଅଧିକ ଉତ୍ତାପ ଆବଶ୍ୟକ ହୋଇଥାଏ । ଗଭୀର, ଦୋରସା, ବାଲିଆ, ନିଗିଡା ମାଟି ଆମ୍ବ ଚାଷ ପାଇଁ ଅନୁକୂଳ । ନାଲି ମାଟିରେ ମଧ୍ୟ ଆମ୍ବ ଚାଷ କରାଯାଇପାରିବ । 

ଆମ୍ବ ଗଛ ଲଗାଇବାର ୪ ରୁ ୫ ବର୍ଷ ପରେ ଫଳ ଆସେ  । ଦଶ ବର୍ଷ ବେଳକୁ ଗଛରେ ପୂର୍ଣ୍ଣମାତ୍ରାରେ ଫଳ ଧରେ । ଫଳ ଧରିବାଠାରୁ ପାଚିବା ପର୍ଯ୍ୟନ୍ତ ୪ ରୁ ୫ ମାସ ଲାଗେ । ଫଳରେ ରଙ୍ଗ ଫିକା ହଳଦିଆ ପଡିଲେ ଆମ୍ବ ପାକଳ ହୁଏ । ଆମ୍ବ ତୋଳିବା ବେଳେ ଫଳ ତଳେ ପଡିଗଲେ ନଷ୍ଟ ହୋଇଯାଏ । ତେଣୁ ଖୁଣ୍ଟୁଣୀ ଦ୍ଵାରା ଆମ୍ବ ତୋଳାଯାଏ । ବାଉଁଶ ଝୁଡିରେ ନଡା ଦେଇ ଆମ୍ବ ସଜାଇ ପ୍ୟାକିଂ କରାଯାଇ ଦୂରସ୍ଥାନକୁ ପଠାଯାଏ ।