News

ବାଂଲାଦେଶରୁ ଆମ୍ବ ଉପହାର

ଭାରତର ପ୍ରଧାନମନ୍ତ୍ରୀ, ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ, ମମତା ବାନାର୍ଜିଙ୍କ ନିକଟକୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ଆମ୍ବ ଉପହାର ପଠାଇଛନ୍ତି l ଏହି ଆମ୍ବଗୁଡ଼ିକ ହେଉଛି ବାଂଲାଦେଶର ପ୍ରସିଦ୍ଧ 'ହରିଭାଙ୍ଗ' କିସମର ଆମ୍ବ ଅଟେ l ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହାସିନା

06 July, 2021 5:03 PM IST By: Sugyan Kumar Nayak

ଭାରତର ପ୍ରଧାନମନ୍ତ୍ରୀ, ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ, ମମତା ବାନାର୍ଜିଙ୍କ ନିକଟକୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ଆମ୍ବ ଉପହାର ପଠାଇଛନ୍ତି l ଏହି ଆମ୍ବଗୁଡ଼ିକ ହେଉଛି ବାଂଲାଦେଶର ପ୍ରସିଦ୍ଧ 'ହରିଭାଙ୍ଗ' କିସମର ଆମ୍ବ ଅଟେ l ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଏହି ଆମ୍ବଗୁଡ଼ିକୁ ପଠାଇ 'ବନ୍ଧୁତ୍ୱର ସ୍ମରଣିକା' ଭାବରେ ବର୍ଣ୍ଣନା କରିଛନ୍ତି l ଏହି ଆମ୍ବ ଉପହାର ଭାରତ ଏବଂ ବାଂଲାଦେଶ ମଧ୍ୟରେ ସଦଭାବନାର ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି କୂଟନୈତିକ ମହଲରେ ଚର୍ଚ୍ଚା ଚାଲିଛି l ଆଶା କରାଯାଉଛି ଯେ, ଭାରତ ବାଂଲାଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ଶେଖ୍ ହସିନାଙ୍କର ଏହି ବନ୍ଧୁତ୍ୱପୂର୍ଣ୍ଣ ପ୍ରୟାସ ଆଉ ଗୋଟିଏ ପାଦ ଆଗକୁ ନେଇଯିବ l

'ହରିଭାଙ୍ଗ' ଆମ୍ବର ୨୬୦୦ କେ.ଜି. ପାର୍ସଲକୁ ୨୬୦ଟି ବାକ୍ସରେ ଆସି ରବିବାର ଦିନ କୋଲକାତାରେ ପହଞ୍ଚିଛି l ଏହି ଆମ୍ବକୁ ଦିଲ୍ଲୀ ମଧ୍ୟ ପଠାଯାଇଛି l ଏହି ଆମ୍ବ ଅତ୍ୟନ୍ତ ଏହି ରସାଳ ତଥା ସ୍ୱାଦିଷ୍ଟ ଅଟେ l ବାଂଲାଦେଶର ରଙ୍ଗପୁର ଜିଲ୍ଲାରେ ଏହି ଆମ୍ବକୁ ବହୁଳ ମାତ୍ରାରେ ଚାଷ କରାଯାଏ l ଏହି ଆମ୍ବର ଓଜନ ୩୦୦ ଗ୍ରାମରୁ ୭୦୦ ଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ l ବାଂଲାଦେଶରେ ଏହି ଆମ୍ବର ବିଶେଷ ଚାହିଦା ରହିଥାଏ ଏବଂ ଏହାକୁ ଉଚ୍ଚ ଦରରେ ବିକ୍ରି କରାଯାଏ l ବାର୍ଷିକ ୩୦ ହଜାରରୁ ଅଧିକ ଲୋକ ଏହି ଆମ୍ବ ବ୍ୟବସାୟରେ ଜଡ଼ିତ ହୋଇଥାଆନ୍ତି l ସରକାରୀ ସୂଚନା ଅନୁସାରେ, ବାଂଲାଦେଶର ପ୍ରଧାନମନ୍ତ୍ରୀ, ଶେଖ୍ ହସିନା ଏହି 'ହରିଭାଙ୍ଗ' ଆମ୍ବକୁ ଭାରତର ଆସାମ, ତ୍ରିପୁରା, ମେଘାଳୟ, ଏବଂ ମିଜୋରାମକୁ ପଠାଇବାର ଯୋଜନା ମଧ୍ୟ କରିଛନ୍ତି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)