News

Heavy rain Update: ଏହି ସବୁ ଅଞ୍ଚଳରେ ଛେଚିବ

୨୪ ଘଣ୍ଟା ମଧ୍ୟରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ ।

30 May, 2024 12:07 PM IST By: Tanushree Mahapatra

ଭୀଷଣ ଗରମ ସହିତ ପ୍ରବଳ ଉତ୍ତାପ କାରଣରୁ ଦେଶର ଅଧାରୁ ଅଧିକ ରାଜ୍ୟରେ ଲୋକେ କଲବଲ ହେଉଛନ୍ତି l କାରଣ ଅନେକ ରାଜ୍ୟରେ ପାରଦ ଅଧିକ ରହିଛି l ଦେଶର ଅନେକ ରାଜ୍ୟରେ ପାରଦ ୫୦ ଡିଗ୍ରୀ ଟପିଛି l ଘରେ ଏସି ମଧ୍ୟ କାମ କରୁନାହିଁ l ତେବେ ଏହାରି ମଧ୍ୟରେ ଦେଶବାସୀଙ୍କ ଏକ ଆଶ୍ବସ୍ତିକର ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତାକାଲି ସୁଦ୍ଧା ଭାରତ ସୀମାରେ ପ୍ରବେଶ କରିବାର ସମ୍ଭାବନା ରହିଛି ମୌସୁମୀ । ଏହାର ଅର୍ଥ ୨୪ ଘଣ୍ଟା ମଧ୍ୟରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ ।

ଯଦିଓ ଏହା ହୁଏ ତେବେ ଅନେକ ରାଜ୍ୟରେ ପାଗ ବଦଳିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡିର ପୂର୍ବ ଆକଳନ ଅନୁଯାୟୀ, କେରଳରେ ମୌସୁମୀ ବର୍ଷା ଖୁବ ଶୀଘ୍ର ପ୍ରବେଶ ହେବାକୁ ଯାଉଛି । ଅନ୍ୟପଟେ ଓଡ଼ିଶାରେ ମଧ୍ୟ ୪୦ ଡିଗ୍ରୀ ଟପିଛି ତାପମାତ୍ରା ପାରଦ । ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ଗତକାଲି ଦିନ ସାଢେ ୨ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରାରେ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା  ରହିଛି । ଅନ୍ୟପଟେ ଜୁନ ୩୧ ତାରିଖ ଯାଏଁ ରାଜ୍ୟରେ ପ୍ରଚଣ୍ଡ ତାପ ଜାରି ରହିବ l

ଓଡ଼ିଶାରେ ତାପମାତ୍ରା ବଢିଥିବା ବେଳେ ଗରମ ହେବା ସହିତ ଗୁଳୁଗୁଳି ଚିନ୍ତାର କାରଣ ପାଲଟିଛି ରାଜ୍ୟବାସୀଙ୍କର । ସେପଟେ ଆହୁରି ୩ ରୁ ୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ, ଏ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ତେବେ ଏହାରି ମଧ୍ୟରେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଥିଲା । ତାତିରେ ସବୁ ରେକର୍ଡ ଭାଙ୍ଗିଛି ଦେଶର ରାଜଧାନୀ ଦିଲ୍ଲୀ । ଯାହାକି ଆଗରୁ କେବେ ବି ହୋଇନଥିବା ଦେଖିବାକୁ ମିଳିଥିଲା । ଗତକାଲି ରାଜଧାନୀରେ ୫୨ ଡିଗ୍ରୀ ଟପିଛି ଦିନ ତାପମାତ୍ରା । ଯାହାକି ସର୍ବକାଳୀନ ରେକର୍ଡ ଏ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ । ଦିନ ୨.୩୦ ସୁଦ୍ଧା ରାଜଧାନୀ ଦିଲ୍ଲୀର ମୁଙ୍ଗେଶପୁର ନାମକ ଅଞ୍ଚଳରେ ବୁଧବାର ସର୍ବୋଚ୍ଚ ତାପମାତ୍ରା ୫୨.୩ ଡିଗ୍ରୀ ରେକର୍ଡ ହୋଇଥିଲା । ତେବେ ଅନ୍ୟପଟେ ଦିଲ୍ଲୀର ଅନ୍ୟ କିଛି ଅଞ୍ଚଳରେ ବର୍ଷା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା l

ଅଧିକ ପଢ଼ନ୍ତୁ

Healthy Palua: ଗ୍ରୀଷ୍ମରେ ପାଳୁଅର ଚାହିଦା

କେଉଁ ପ୍ରଜାତି ସର୍ବାଧିକ ମହୁ ପାଇଁ ଚାଷ ହେବା ଉଚିତ୍ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)