News

ବିଶ୍ବ ବଜାରରେ ଭାରତର ଚା'କୁ ବଡ ଝଟକା

ଅନ୍ତରାଷ୍ଟ୍ରୀୟ ବଜାର ଭାରତର ଚା ଫେରାଇ ଦେଇଛି । ଏନେଇ ଭାରତୀୟ ଚା' ରପ୍ତାନି ଅଧ୍ୟକ୍ଷ ଅଂଶୁମାନ କନୋରିୟା ସୂଚନା ଦେଇଛନ୍ତି । ଶ୍ରୀଲଙ୍କାରେ ଆସିଥିବା ଆର୍ଥିକ ସଙ୍କଟ ମଧ୍ୟରେ ବିଶ୍ବ ବଜାରରେ ଭାରତୀୟ ଚା ଉଦ୍ୟେଗ ପାଖରେ ବ୍ୟବସାୟର ବଡ ସୁଯୋଗ ରହିଥିଲା । ହେଲେ ମାତ୍ରାଧିକ କୀଟନାଶକ ବ୍ୟବହାର ଫଳରେ ବଡ ଝଟକା ଲାଗିଛି ।

04 June, 2022 11:24 AM IST By: Shuvanshu Kar

ଭାରତୀୟ ଚା' ଉତ୍ପାଦକଙ୍କ ପାଇଁ ଖରାପ ଖବର । ଭାରତର ଚା'ରେ ଅଧିକ ମାତ୍ରାର କୀଟନାଶକ ଓ ରସାୟନିକ ସାର ମିଳିଥିବା ଖବର ସାମ୍ନାକୁ ଆସିଛି । ଏହି କାରଣରୁ ବିଶ୍ବ ବଜାରରେ ଭାରତର ଚାକୁ ଲାଗିଛି ଝଟକା ।

ଅନ୍ତରାଷ୍ଟ୍ରୀୟ ବଜାର ଭାରତର ଚା ଫେରାଇ ଦେଇଛି । ଏନେଇ ଭାରତୀୟ ଚା' ରପ୍ତାନି ଅଧ୍ୟକ୍ଷ ଅଂଶୁମାନ କନୋରିୟା ସୂଚନା ଦେଇଛନ୍ତି । ଶ୍ରୀଲଙ୍କାରେ ଆସିଥିବା ଆର୍ଥିକ ସଙ୍କଟ ମଧ୍ୟରେ ବିଶ୍ବ ବଜାରରେ ଭାରତୀୟ ଚା ଉଦ୍ୟେଗ ପାଖରେ ବ୍ୟବସାୟର ବଡ ସୁଯୋଗ ରହିଥିଲା । ହେଲେ ମାତ୍ରାଧିକ କୀଟନାଶକ ବ୍ୟବହାର ଫଳରେ ବଡ ଝଟକା ଲାଗିଛି ।

ରପ୍ତାନି ବଢାଇବାକୁ ଚା' ବୋର୍ଡ ବିଚାର ବିମର୍ଶ କରୁଛି । ହେଲେ ବିଶ୍ବ ବଜାରରୁ ଚା' ଫେରିବା ଫଳରେ ସିପମେଣ୍ଟରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି । ଦେଶରେ ବିକ୍ରି ହେଉଥିବା ସମସ୍ତ ଚା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ନିୟନ୍ତ୍ରକର ମାନଦଣ୍ଡ ଅୱନୁରୂପ ହେବା ଦରକାର । ହେଲେ ଏଥିରେ ମାତ୍ରାଧିକ କୀଟନାଶକ ଥିବା କୁହାଯାଉଛି ।

2021 ମସିହାରେ ଭାରତ 195.90 ମିଲିୟନ କିଲୋଗ୍ରାମ ଚା ରପ୍ତାନି କରିଥିଲା। ଭାରତୀୟ ଚା’ର ପ୍ରମୁଖ ଆମଦାନୀକାରୀ ହେଲେ କମନୱେଲଥ୍ ଇଣ୍ଡିପେଣ୍ଡେଣ୍ଟ ଷ୍ଟେଟ୍ସ (ସିଏସ୍ଏସ୍) ଦେଶ ଏବଂ ଇରାନ । ଚଳିତ ବର୍ଷ 300 ମିଲିୟନ କିଲୋଗ୍ରାମ ଚା ରପ୍ତାନି କରିବାକୁ ବୋର୍ଡ ଲକ୍ଷ୍ୟ ଧାର୍ଯ୍ୟ କରିଛି । କାନୋରିଆ କହିଛନ୍ତି ଯେ ଅନେକ ଦେଶ ଚା ପାଇଁ କଠୋର ପ୍ରବେଶ ନିୟମାବଳୀ ଅନୁସରଣ କରୁଛନ୍ତି। ଅଧିକାଂଶ ଦେଶ ୟୁରୋପୀୟ ୟୁନିଅନ୍ (EU) ଗାଇଡଲାଇନକୁ ଅନୁସରଣ କରନ୍ତି, ଯାହା FSSAI ନିୟମାବଳୀ ଅପେକ୍ଷା ଅଧିକ କଠୋର ଅଟେ ।

FSSAI ନିୟମକୁ ଆହୁରି କୋହଳ କରିବାକୁ ଦାବି ହେଉଛି । ଚା ବୋର୍ଡର ଏହି ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ ଚା’ପ୍ୟାକର୍ ଏବଂ ରପ୍ତାନିକାରୀଙ୍କଠାରୁ ଏହି ଅଭିଯୋଗ ଆସିଛି କି ଏଥିରେ ମାତ୍ରାଧିକ କୀଟନାଶକ ମିଶିଛି । 2021 ମସିହାରେ ଭାରତ 5,246.89 କୋଟି ଟଙ୍କା ମୂଲ୍ୟର ଚା ରପ୍ତାନି କରିଥିଲା ​​।

ଆସନ୍ତୁ ଜାଣିବା ଚା' ପତ୍ର ବ୍ୟବସାୟ ସମ୍ପର୍କରେ !!

କେଉଁ ଚା' ଆପଣଙ୍କ ଶରୀର ପାଇଁ ହିତକର ଜାଣନ୍ତୁ, ନଚେତ୍...

ଗତ କିଛି ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ହେତୁ ଚା ବଗିଚାରେ ଅନେକ ପରିବର୍ତ୍ତନ ଆସିଛି । ପ୍ରବଳ ବର୍ଷା କିମ୍ବା ଦୀର୍ଘ ଦିନର ମରୁଡ଼ି ଯୋଗୁଁ ରୋଗ ପୋକର ଆଶଙ୍କା ବଢିଛି । ରିପୋର୍ଟ ଅନୁଯାୟୀ, କୀଟନାଶକ ବ୍ୟବହାର ସରିବା ପରେ ପତ୍ରଗୁଡ଼ିକୁ ତୋଳି ଅଣାଯାଏ । ଏହି କାରଣରୁ ଚା ପତ୍ରରେ କୀଟନାଶକ ରହିଥାଏ । କୀଟନାଶକ ସ୍ପ୍ରେ ହେବାର ପ୍ରାୟ 10ରୁ 20 ଦିନ ପରେ ପତ୍ରଗୁଡିକ ସାଧାରଣତ ତୋଳାଯାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)