News

ପୂର୍ବ ଭାରତରେ ସାର ଶକ୍ତିର ସମ୍ଭାବନା ଉପରେ କଣ କହିଲେ କାନୋଡିଆ ?

ଆଗାମୀ ସମୟରେ ଦେଶର ସାର ଚାହିଦା ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତ ବିକାଶର ଇଞ୍ଜିନ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ନିଶାନ୍ତ କାନୋଡିଆ ।

15 September, 2022 4:55 PM IST By: Shuvanshu Kar

ଦେଶରେ ନିକଟରେ ବିଭିନ୍ନ ସ୍ଥାନରୁ ସାର(fertilizer) ଅଭାବର ଅଭିଯୋଗ ଆସିଥିଲା । ସାର ଯୋଗାଣ ପାଇଁ କେନ୍ଦ୍ରକୁ ଚିଠି ମଧ୍ୟ ଲେଖିଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଏହି ସଙ୍କଟକୁ ଦୂର କରି ତତ୍କାଳ ପଦକ୍ଷେପ ନେଇ ପର୍ଯ୍ୟାପ୍ତ ସାର ମହଜୁଦ ଥିବା କହିଛନ୍ତି କେନ୍ଦ୍ର ସରକାର । ଖୁବ ଶୀଘ୍ର ସାର କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବାକୁ ଯୋଜନା କରୁଛି । ଏହାରି ମଧ୍ୟରେ ସାରକୁ ନେଇ ବଡ ବୟାନ ଦେଇଛନ୍ତି ଭାରତର ଦ୍ରୁତତମ ଅଭିବୃଦ୍ଧିଶୀଳ ସାର କମ୍ପାନୀ ମଧ୍ୟରୁ ଅନ୍ୟତମ ମ୍ୟାଟିକ୍ସ ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଲିମିଟେଡ(Matix)ର ଚେୟାରମ୍ୟାନ ନିଶାନ୍ତ ନିଶାନ୍ତ କାନୋଡିଆ(Nishant Kanodia) ।

ଆଗାମୀ ସମୟରେ ଦେଶର ସାର ଚାହିଦା ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତ ବିକାଶର ଇଞ୍ଜିନ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ନିଶାନ୍ତ କାନୋଡିଆ । ପୂର୍ବ ଭାରତରେ କମ୍ ସାରର ବ୍ୟବହାର ହେଉଛି । ଏହା ହେକ୍ଟର ପିଛା ପ୍ରାୟ 158.4 କିଲୋଗ୍ରାମ । ଉତ୍ତର ଭାରତରେ ବ୍ୟବହୃତ ହେକ୍ଟର ପିଛା 212.4 କିଲୋଗ୍ରାମ ତୁଳନାରେ ଏହା ବହୁତ କମ୍ ବୋଲି କାନୋଡିଆ କହିଛନ୍ତି। ଯଦି ଏହି ଅଞ୍ଚଳରେ ଫସଲର ପୋଷକତତ୍ତ୍ବ ଚାହିଦା ବଢେ, ତେବେ ପୂର୍ବ ଭାରତ ମ୍ୟାଟିକ୍ସ ବଜାରକୁ ବୃଦ୍ଧି କରିବାର ସୁଯୋଗ ଦେବ ବୋଲି କାନୋଡିଆ କହିଛନ୍ତି।

ପରିଚାଳନା ନିର୍ଦ୍ଦେଶକ ମନୋଜ ମିଶ୍ର କହିଛନ୍ତି, ମ୍ୟାଟିକ୍ସ ପାଖରେ ପୂର୍ବ ଭାରତର କୃଷି କ୍ଷେତ୍ର ମଧ୍ୟରେ ହେଉଥିବା ବିକାଶର ସ୍ଥାନୀୟ ଲାଭ ରହିଛି । 6ଟି କୃଷି ପ୍ରଧାନ ରାଜ୍ୟର ମ୍ୟାଟିକ୍ସର ପାଖାପାଖି 700 ଡିଲର ୟୁରିଆ ପ୍ଲାଣ୍ଟରେ କାର୍ଯ୍ୟ କରୁଛନ୍ତି । ପୂର୍ବଭାରତ ମ୍ୟାଟିକ୍ସର ଶକ୍ତିଶାଳୀ ବିତରଣ ନେଟୱାର୍କର କେନ୍ଦ୍ରବିନ୍ଦୁ ଅଟେ । ଆମେ ଏହି ରାଜ୍ୟଗୁଡିକରେ କୃଷକମାନଙ୍କୁ ସେବା କରିବା ପାଇଁ ସର୍ବୋତ୍ତମ ସ୍ଥିତିରେ ଥିବା କହିଛନ୍ତି ମନୋଜ ମିଶ୍ର ।

ମ୍ୟାଟିକ୍ସ ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଲିମିଟେଡ୍ ହେଉଛି ଭାରତର ଦ୍ରୁତତମ ବୃଦ୍ଧି ପାଉଥିବା ସାର କମ୍ପାନୀ ମଧ୍ୟରୁ ଅନ୍ୟତମ । ମ୍ୟାଟିକ୍ସ ପଶ୍ଚିମବଙ୍ଗର ପାନାଗଡରେ ଏକ ସଂପୂର୍ଣ୍ଣ-ଏକୀକୃତ, ଗ୍ୟାସ ଭିତ୍ତିକ ୟୁରିଆ ପ୍ଲାଣ୍ଟର ମାଲିକାନା ପରିଚାଳନା କରେ । ପ୍ଲାଣ୍ଟର 1.27 MTPA କ୍ଷମତା ଏହାକୁ ଭାରତର ସର୍ବବୃହତ ସାର କାରଖାନାରେ ପରିଚିତ କରାଇଛି । ମ୍ୟାଟିକ୍ସର Dr Fasal ବ୍ରାଣ୍ଡ ୟୁରିଆ ସାର ପାଇଁ 25% ବଜାର ଅଂଶ ସହିତ ଅଗ୍ରଣୀ ଅଟେ । ପ୍ରାୟ 700 ଡିଲରଙ୍କ ଏକ ଶକ୍ତିଶାଳୀ ବିତରଣ ନେଟୱାର୍କ ଦ୍ୱାରା ଏହା ପରିଚାଳିତ ।

Matix Fertilisers ଚେୟାରମ୍ୟାନ ହେଲେ ନିଶାନ୍ତ କାନୋଡିଆ

ସାର ସଙ୍କଟ ଅଭିଯୋଗ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଡିସେମ୍ବର ଯାଏଁ ଉପଲବ୍ଧ ରହିବ 275 ଲକ୍ଷ ଟନ ୟୁରିଆ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)