News

କୃଷିରେ ଏମ.ସି ଡୋମିନିକଙ୍କ ବୈପ୍ଲବିକ ପଦକ୍ଷେପ !

କୃଷି ଜାଗରଣର ଏହି ବୈପ୍ଲବିକ ପଦକ୍ଷେପ ପାଇଁ ଆଜି ଦେଶ ତଥା ଦେଶ ବାହାରେ ନିଜର ପରିଚୟ ସୃଷ୍ଟି କରିପାରିଛି l ଆଉ ଏହା କେବଳ ସଫଳ ହୋଇପାରିଛି ସଂସ୍ଥାର ସମ୍ପାଦକ ଏମ.ସି ଡୋମିନିକଙ୍କ ପାଇଁ ଆଉ ତାଙ୍କୁ ଏହି କାମରେ ସାହାଯ୍ୟ କରୁଛନ୍ତି ତାଙ୍କ ଧର୍ମପତ୍ନୀ ଯିଏକି କମ୍ପାନୀର ନିର୍ଦ୍ଦେଶିକା ରହିଛନ୍ତି ଶ୍ରୀମତୀ ସାଇନି ଡୋମିନିକ l

19 November, 2024 1:59 PM IST By: Tanushree Mahapatra

ଭାରତୀୟ କୃଷକମାନଙ୍କୁ ଭାରତରେ କୃଷିର ଅଗ୍ରଗତି ବିଷୟରେ ଶିକ୍ଷା ଦେବା ଏବଂ ସେମାନଙ୍କୁ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦ ବ୍ୟବହାର କରିବା ବିଷୟରେ ଅବଗତ କରାଇବା l କୃଷି ସମ୍ପ୍ରଦାୟକୁ ଏନଜିଓ ମଧ୍ୟରେ ଏକ ଦାୟିତ୍ୱପୂର୍ଣ୍ଣ ଇଣ୍ଟରଫେସ୍ ଭାବରେ କାର୍ଯ୍ୟ କରିବା l ସଠିକ ଭାବେ କୃଷି ରାସାୟନିକ ପଦାର୍ଥର ବ୍ୟବହାରକୁ ସମର୍ଥନ କରିବା ଏବଂ ସ୍ଥାୟୀ କୃଷି ପାଇଁ ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ସଂସ୍ଥା ନିଜର କାର୍ଯ୍ୟ କରୁଛି କୃଷି ଜାଗରଣ l

କୃଷି ଜାଗରଣ, ଆଜି ଦେଶ ତଥା ଦେଶ ବାହାରେ ନିଜର ପରିଚୟ ସୃଷ୍ଟି କରିପାରିଛି l ଆଜି ଏକ ସଫଳ କୃଷି ପ୍ରତିଷ୍ଠାନ ହୋଇପାରିଛି ଯାହା କେବଳ ସଫଳ ହୋଇପାରିଛି ସଂସ୍ଥାର ସମ୍ପାଦକ ଏମ.ସି ଡୋମିନିକଙ୍କ ପାଇଁ ଆଉ ତାଙ୍କୁ ଏହି କାମରେ ସାହାଯ୍ୟ କରିଛନ୍ତି ତାଙ୍କ ଧର୍ମପତ୍ନୀ ଯିଏକି କମ୍ପାନୀର ନିର୍ଦ୍ଦେଶିକା ରହିଛନ୍ତି ଶ୍ରୀମତୀ ସାଇନି ଡୋମିନିକ l କୃଷିରେ ଏକ ନୂଆ ଚିନ୍ତାଧାରା ନେଇ ଆରମ୍ଭ ହୋଇଥିବା ଏହି କୃଷି ସଂସ୍ଥାଟିକୁ  ଏହାରି ମଧ୍ୟରେ ୨୯ ବର୍ଷ ହୋଇଛି l

ଚାଷରେ ଓ ଚାଷୀଙ୍କ ପାଇଁ କିଛି ନୂଆ କରିବାର ଆଶାରେ କୃଷି ଜାଗରଣର ମୁଖ୍ୟ ସମ୍ପାଦକ ଏମସି ଡୋମିନିକ ଗତ ୨୦୨୩ ବର୍ଷରେ ନେଇଥିଲେ ଏକ ପଦକ୍ଷେପ l ସବୁଠାରୁ ବଡ଼ ବିଷୟ ହେଲା କୃଷିକୁ ଏକ ସଠିକ ମଞ୍ଚ ଦେବା l ଯେଉଁଠି ସେ ନିଜର ଅଭିଜ୍ଞତା ବାଣ୍ଟି ପାରିବ ଅନ୍ୟ ଚାଷୀଙ୍କ ସହିତ l ଯାହା ଅନ୍ୟ ଚାଷୀ ଉତ୍ସାହ ଯୋଗାଇବ କୃଷିକ୍ଷେତ୍ରରେ l ଆଉ ଏହିପରି କିଛି ନୂଆ ଚିନ୍ତାଧାରାକୁ ନେଇ ଅନୁଷ୍ଠିତ ହୋଇଥିଲା  ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ୨୦୨୩ ପୁରସ୍କାର l ଯେଉଁଠି ଦେଶର ଶ୍ରେଷ୍ଠ ଚାଷୀଙ୍କୁ କରାଯାଇଥିଲା ସମ୍ମାନିତ l କୃଷି ଜାଗରଣର ସମ୍ପଦକଙ୍କ ଦ୍ୱାରା ଚିନ୍ତିତ ଏକ ମହତ ଉଦ୍ଦେଶ୍ୟ ନେଇ IARI ପୁସା ମେଳା ପଡ଼ିଆରେ ୩ଦିନ ଧରି ଏହା ଆୟୋଜିତ ହୋଇଥିଲା l

ଆଉ ଏହି ମହତ ଚିନ୍ତାଧାରାକୁ ସମ୍ମାନ ଦେଇ ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରସ୍କାରରେ ମହିନ୍ଦ୍ରା ଟ୍ରାକ୍ଟରସ ନିଜକୁ ମୁଖ୍ୟ ପ୍ରାୟୋଜକ ଭାବେ ସାମିଲ କରିଛି l ଏହି ୩ଦିନ ଦେଶର ଶ୍ରେଷ୍ଠ ଚାଷୀଙ୍କୁ ମଞ୍ଚ ପ୍ରଦାନ କରିବ ଏହି ସଂସ୍ଥା ଯେଉଁଠି ପୁରସ୍କୃତ ସମସ୍ତ ଚାଷୀଙ୍କୁ ମିଳିବ ନିଜ ସଂଘର୍ଷର କାହାଣୀ ବଖାଣିବାକୁ l ଏବେ ଦେଶ ଦେଖିବ ଆଉ ଶୁଣିବ ଏହି ସଫଳ ଚାଷୀଙ୍କ କାହାଣୀ l ଆଉ ଆଶା ଚାଷପ୍ରତି ମନ ହରାଉଥିବା ଚାଷୀ ପୁଣି ଥରେ ଉତ୍ସାହ ପାଇବେ ଚାଷକାର୍ଯ୍ୟ ପ୍ରତି l

କୃଷି ଜାଗରଣର ଏହି ବୈପ୍ଲବିକ ପଦକ୍ଷେପ ପାଇଁ ଆଜି ଦେଶ ତଥା ଦେଶ ବାହାରେ ନିଜର ପରିଚୟ ସୃଷ୍ଟି କରିପାରିଛି l ଆଉ ଏହା କେବଳ ସଫଳ ହୋଇପାରିଛି ସଂସ୍ଥାର ସମ୍ପାଦକ ଏମ.ସି ଡୋମିନିକଙ୍କ ପାଇଁ ଆଉ ତାଙ୍କୁ ଏହି କାମରେ ସାହାଯ୍ୟ କରୁଛନ୍ତି ତାଙ୍କ ଧର୍ମପତ୍ନୀ ଯିଏକି କମ୍ପାନୀର ନିର୍ଦ୍ଦେଶିକା ରହିଛନ୍ତି ଶ୍ରୀମତୀ ସାଇନି ଡୋମିନିକ l ଏମ.ସି ଡୋମିନିକଙ୍କ ଏହି ଚିନ୍ତାଧାରା ସମ୍ପୂର୍ଣ୍ଣ ଦେଶର ଚାଷୀଙ୍କ ପାଇଁ ଏକ ନୂଆ ପଦକ୍ଷେପ l ଯାହା ଚାଷୀଙ୍କୁ ଉତ୍ସାହ ଦେଇଥାଏ ଚାଷକାମରେ l ଜଣେ ଚାଷୀଙ୍କୁ ଶ୍ରେଷ୍ଠ ଚାଷୀ ଭାବରେ ସମ୍ମାନିତ କରିବାକୁ ଏହା ଏକ ସମ୍ପୂର୍ଣ୍ଣ ନୂଆ ପଦକ୍ଷେପ l ଯାହା ପ୍ରଶଂସାର ପାତ୍ର ହୋଇପାରିଛି l ଚଳିତ ବର୍ଷ ମଧ୍ୟ ଏହା ଦ୍ଵିତୀୟ ସଂସ୍କରଣ ମଧ୍ୟ IARI, ମେଳା ପଡ଼ିଆ, ନୂଆଦିଲ୍ଲୀରେ ଡିସେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ l "MILLIONAIRE FARMERS OF INDIA AWARD" ଅଧୀନରେ ଦୁଇଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ପ୍ରଥମଟି ହେଲା MFOI Samridh Kisan Utsav ଏବଂ ଦ୍ଵିତୀୟଟି ହେଲା "MFOI VVIF Kisan Bharat Yatra " l ଏହି ଦୁଇଟି କାର୍ଯ୍ୟକ୍ରମ ବିଭିନ୍ନ ରାଜ୍ୟର କୃଷି ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ସହାୟତାରେ ଆୟୋଜନ କରାଯାଇଥିଲା ଯାହାକି ଅନେକ ସଫଳତା ସାଉଁଟିଥିଲା l ତେବେ ଆପଣ ମଧ୍ୟ ଆମ ସହିତ ସାମିଲ ହୋଇପାରିବେ l

MFOI Award Link - https://millionairefarmer.in/