ମତ୍ସ୍ୟପାଳନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସକାଶେ ଅନୁଷ୍ଠିତ ବୈଠକରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଏହି କ୍ଷେତ୍ରକୁ ଆମେ ବହୁତ ଗୁରୁତ୍ୱ ଦେଉଛୁ ।
ଏହି କ୍ଷେତ୍ର ସମ୍ବନ୍ଧିତ ମୌଳିକ ଢାଞ୍ଚାକୁ ସୁଦୃଢ଼ କରିବା ତଥା ମତ୍ସ୍ୟଜୀବୀଙ୍କ ପାଇଁ ଋଣ ଓ ବଜାର ସୁବିଧା ସୁନିଶ୍ଚିତ କରାଇବା ସକାଶେ ବ୍ୟାପକ ପଦକ୍ଷେପ ନିଆଯାଇଛି ।”
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ମତ୍ସ୍ୟପାଳନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କଲି । ଏହି କ୍ଷେତ୍ରକୁ ଆମେ ବହୁତ ଗୁରୁତ୍ୱ ଦେଉଛୁ । ଏହି କ୍ଷେତ୍ର ସମ୍ବନ୍ଧିତ ମୌଳିକ ଢାଞ୍ଚାକୁ ସୁଦୃଢ଼ କରିବା ଦିଗରେ ଅନେକ ପଦକ୍ଷେପ ନେଇଛୁ । ଏଥିସହ ମତ୍ସ୍ୟଜୀବୀଙ୍କ ପାଇଁ ଋଣ ଓ ବଜାର ସୁବିଧା ସୁନିଶ୍ଚିତ କରାଇଛୁ ।
ଆଜିର ବୈଠକରେ ରପ୍ତାନିରେ ସୁଧାର ଆଣିବା ପାଇଁ ଏବଂ ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ଧ୍ୟାନ କେନ୍ଦ୍ରିତ କରିବା ଦିଗରେ ବିଭିନ୍ନ ଉପାୟ ସମ୍ପର୍କରେ ବିଚାରବିମର୍ଷ କରାଗଲା ।”
Read more