News

MFOI, VVIF Kisan Bharat Yatra: ଚାଷୀ ଜାଣିଲେ ଏମ.ଏଫ.ଓ.ଆଇ ପୁରସ୍କାରର ମହତ୍ତ୍ୱ

୨୦୨୪ ଆର୍ଥିକ ବର୍ଷରେ ପୁଣିଥରେ ନୂଆ ଦିଲ୍ଲୀ ଠାରେ ଏହାର ୨ୟ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି ....

14 May, 2024 3:13 PM IST By: Tanushree Mahapatra

କୃଷକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ କୃଷି ଜାଗରଣ ଗଣମାଧ୍ୟମ ସଂସ୍ଥା ଭାରତୀୟ କୃଷିରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛି । ମହିନ୍ଦ୍ରା ଟ୍ରାକ୍ଟରଙ୍କ ଦ୍ୱାରା ପ୍ରାୟୋଜିତ ' ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର 'ର ଚମତ୍କାର ସଫଳତା ପରେ ୨୦୨୪ ଆର୍ଥିକ ବର୍ଷରେ ପୁଣିଥରେ ନୂଆ ଦିଲ୍ଲୀ ଠାରେ ଏହାର ୨ୟ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି l ଯେଉଁଥିରେ ଚାଷୀଙ୍କୁ ୩୦୦ ରୁ ଅଧିକ କଟେଗୋରୀରେ ପ୍ରଦାନ କରାଯିବ ସମ୍ମାନ l ଚାଷୀଙ୍କ ଚାଷ କଥା ଜାଣିବେ ଦେଶ ତଥା ଦେଶ ବାହାରେ ରହୁଥିବା ଚାଷୀ l ନୂତନ ଜ୍ଞାନକୌଶଳ ସହିତ ପରିଚିତ ହେବେ ଚାଷୀ l

ତେବେ ଏହି ପୁରସ୍କାର ସୋ ଅଧୀନରେ ଦୁଇଟି ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ପ୍ରଥମଟି ହେଲା ସମୃଦ୍ଧ କିସାନ ଉତ୍ସବ ଏବଂ  MFOI, VVIF କିସାନ୍ ଭାରତ ଯାତ୍ରା l  MFOI, VVIF କିସାନ୍ ଭାରତ ଯାତ୍ରା ଗୁଜୁରାଟ ଭଳି ରାଜ୍ୟରେ ଭ୍ରମଣ କରି ନିଜ ସହିତ ଚାଷୀଙ୍କୁ ସାମିଲ କରୁଛି l ନୂତନ ଚାଷ କୌଶଳ ଠାରୁ ଆରମ୍ଭ କରି ନୂଆ ନୂଆ ଚାଷ ଉପକରଣ ସହିତ ପରିଚିତ କରାଉଛି l ଏହା ସହିତ  MFOI, VVIF କିସାନ୍ ଭାରତ ଯାତ୍ରା କାହିଁକି ଆୟୋଜନ କରାଯାଇଛି ତାହା ମଧ୍ୟ ଚାଷୀଙ୍କୁ ପରିଚିତ କରାଯାଉଛି l ତେବେ ଆଜି ଗୁଜୁରାଟ ର ମାନପୁର, ହିମତନଗର , ସାବରକଣ୍ଠା ଗାଁର ଚାଷୀଙ୍କ ଦ୍ୱାରା ଏହି ରୋଡ଼ ସୋ କୁ ଭବ୍ୟ ସ୍ୱାଗତ କରାଯାଇଥିଲା l ତ୍ୟେକ ଚାଷୀଙ୍କୁ MFOI ଏବଂ VVIF ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଥିଲା କୃଷି ଜାଗରଣ ଟିମ ଦ୍ୱାରା l

MFOI କିସାନ ଭାରତ ଯାତ୍ରା କ’ଣ ? :-

ଆସନ୍ତୁ ଆପଣଙ୍କୁ କହିବା ଯେ 'MFOI କିସାନ୍ ଭାରତ ଯାତ୍ରା ୨୦୨୩-୨୪ ସ୍ମାର୍ଟ ଗ୍ରାମଗୁଡିକର ଗ୍ରାମାଞ୍ଚଳର ଦୃଶ୍ୟ ପରିବର୍ତ୍ତନ କରିବାର କଳ୍ପନା କରିଥାଏ l MFOI କିସାନ ଭାରତ ଯାତ୍ରା ଡିସେମ୍ବର ୨୦୨୩  ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଦେଶ ଭ୍ରମଣ କରିବାକୁ ଲକ୍ଷ୍ୟ ରଖି ୧ ଲକ୍ଷରୁ ଅଧିକ ଚାଷୀଙ୍କ ନିକଟରେ ପହଞ୍ଚିଛି । ଯେଉଁଥିରେ 4 ହଜାରରୁ ଅଧିକ ସ୍ଥାନର ଏକ ବିଶାଳ ନେଟୱାର୍କ ଅନ୍ତର୍ଭୂକ୍ତ ହେବ ଏବଂ ୨୬ ହଜାର କିଲୋମିଟରରୁ ଅଧିକ ଦୂରତା ବିଶିଷ୍ଟ ହେବ l ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି କୃଷି ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଯାହାଦ୍ୱାରା ସେମାନଙ୍କର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ବୃଦ୍ଧି କରି କୃଷକମାନଙ୍କୁ ସଶକ୍ତ କରିବା l

ଏକ ଲକ୍ଷରୁ ଅଧିକ ଚାଷୀଙ୍କୁ ସଂଯୋଗ କରିବାକୁ ଲକ୍ଷ୍ୟ :-

MFOI ଇଣ୍ଡିଆ ଟୁର୍ ର ଶୁଭାରମ୍ଭ ଭାରତରେ କୋଟିପତି ଚାଷୀଙ୍କ ସଫଳତା ଏବଂ ସେମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଏକ ନୂଆ ପରିଚୟ ଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ l ଏହି ଦେଶବ୍ୟାପୀ ଯାତ୍ରା ଏକ ଲକ୍ଷରୁ ଅଧିକ ଚାଷୀଙ୍କ ସହ ସଂଯୋଗ ହେବ, ୪୫୨୦ ସ୍ଥାନ ଅତିକ୍ରମ କରିବ ଏବଂ ୨୬ ,୦୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ । ଏତେ ପରିମାଣରେ କୃଷକଙ୍କ ସହିତ ସଂଯୋଗ କରି ସେମାନଙ୍କ ସଫଳତାର କାହାଣୀକୁ ବିଶ୍ୱକୁ ଆଣିବ ଯାହା ଚାଷ ଜଗତକୁ ଏକ ନୂଆ ପରିଚୟ ପ୍ରଦାନ କରିବ l

ଅଧିକ ପଢ଼ନ୍ତୁ

MFOI 2024: ମୂଳା ଚାଷୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

'MFOI, VVIF Kisan Bharat Yatra: ମଧ୍ୟପ୍ରଦେଶ ଚାଷୀଙ୍କ ମିଳିଲା ପୂର୍ଣ୍ଣ ସହାୟତା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)