News

୨୩ ହଜାରରୁ ଅଧିକ କି.ମି ଅତିକ୍ରମ କଲା MFOI VVIF କିସାନ ଭାରତ ଯାତ୍ରା

ଡିସେମ୍ବର ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଏକ ସମ୍ମାନଜନକ ପୁରସ୍କାର କାର୍ଯ୍ୟକ୍ରମର ଆୟୋଜନ କରିଥିଲା ଯାହାର ନା ହେଉଛି " ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୩ ପୁରସ୍କାର " l ଯେଉଁଠି ହଜାର ହଜାର ଚାଷୀ ନିଜକୁ ସାମିଲ କରି ସମ୍ମାନ ପ୍ରଦାନ କରିଥିଲା ସେମାନଙ୍କ ଦକ୍ଷ କୃଷିକାର୍ଯ୍ୟ ପାଇଁ l

13 June, 2024 3:04 PM IST By: Tanushree Mahapatra

କୃଷି ଜାଗରଣ ସଂସ୍ଥା ଦ୍ୱାରା ଆରମ୍ଭ ହୋଇଥିବା ' MFOI, VVIF କିସାନ୍ ଭାରତ ଯାତ୍ରା ' ବିଭିନ୍ନ ରାଜ୍ୟରେ ଥିବା ଚାଷୀଙ୍କୁ ନିଜ ସହିତ ସାମିଲ କରିବାରେ ଲାଗିପଡ଼ିଛି  l ଆଶା ଏବଂ ନୂଆ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏକ ନୂଆ ପଦକ୍ଷେପ ଚାଷ ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି  l ଯାହା ଚାଷୀଙ୍କୁ ଦେବ ନୂଆ ଉନ୍ମାଦ ଚାଷକାମ ପାଇଁ l ଦେଶ ବିଦେଶରେ ଚାଷୀଙ୍କର ଏକ ନୂଆ ପରିଚୟ ସୃଷ୍ଟି କରିବ l ଆମ ଦେଶ ଭାରତରେ ବିଭିନ୍ନ ପ୍ରକାର ପାଣିପାଗ ଦୃଶ୍ୟମାନ ହେଉଥିବାରୁ ଚାଷ ମଧ୍ୟ ବିଭିନ୍ନ ପ୍ରକାର ହେଉଥିବା ଦେଖିବାକୁ ମିଳେ l

ଆହୁରି ଅଧିକ ପ୍ରଭାବଶୀଳ କରିବ ଚାଷୀଙ୍କୁ ଚାଷକାମ କରିବା ପାଇଁ  l ୨୭ ବର୍ଷ ଚାଷୀଙ୍କ ସହିତ ଯୋଡି ହୋଇ ଚାଷ ଜଗତରେ ନୂଆ କିରଣ ଆଣିବା ଲକ୍ଷ୍ୟରେ କାମ କରୁଛି କୃଷି ଜାଗରଣ ସଂସ୍ଥା l ଯାହାଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ଚାଷିଙ୍କ ପାଇଁ  l ଯାହାର ପ୍ରତ୍ୟେକ ପ୍ରତିନିଧି ଦିନ ରାତି ସମାନ କରି ଚାଷୀଙ୍କୁ ଚାଷ କାମରେ ସଠିକ ତଥ୍ୟ ଏବଂ ସଠିକ ସହାୟତା ପ୍ରଦାନ କରିବାରେ ନିଜକୁ ସାମିଲ କରିଛନ୍ତି l ନିକଟରେ ଏହି ସଂସ୍ଥା ଡିସେମ୍ବର ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଏକ ସମ୍ମାନଜନକ ପୁରସ୍କାର କାର୍ଯ୍ୟକ୍ରମର ଆୟୋଜନ କରିଥିଲା ଯାହାର ନା ହେଉଛି " ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୩ ପୁରସ୍କାର " l ଯେଉଁଠି ହଜାର ହଜାର ଚାଷୀ ନିଜକୁ ସାମିଲ କରି ସମ୍ମାନ ପ୍ରଦାନ କରିଥିଲା ସେମାନଙ୍କ ଦକ୍ଷ କୃଷିକାର୍ଯ୍ୟ ପାଇଁ l ଏହି ପୁରସ୍କାର ଆନୁକୁଲ୍ୟରେ ଏହି ରୋଡ଼ ସୋ ର ଆୟୋଜନ କରାଯାଇଛି l ଯାହା ସମସ୍ତ ରାଜ୍ୟର ଚାଷୀଙ୍କୁ ଯୋଡ଼ିବ ଏହି ପୁରସ୍କାରରେ l

୨୩ ହଜାରରୁ ଅଧିକ କି.ମି ଅତିକ୍ରମ କଲା

ଏହି MFOI VVIF କିସାନ ଭାରତ ଯାତ୍ରା ଗତ ଡିସେମ୍ବର ମାସରୁ ଆରମ୍ଭ ହୋଇଥିଲା l କୃଷକମାନଙ୍କୁ MFOI ର ଏହି ପଦକ୍ଷେପ ବିଷୟରେ ଅବଗତ କରାଇବା ପାଇଁ କୃଷି ଜାଗରଣ କିସାନ ଭାରତ ଯାତ୍ରା ଆରମ୍ଭ କରିଛନ୍ତି, ଯାହା ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଇ କୃଷକମାନଙ୍କୁ ' ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ' ପୁରସ୍କାର ପ୍ରଦାନ କରିବ । ବର୍ତ୍ତମାନ ଏହି ଯାତ୍ରା ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି l ଗୋଟିଏ ପଟେ ଯାତ୍ରୀ କୃଷକମାନଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଏଥି ସହିତ ଏହି ଯାତ୍ରା ୨୩ ହଜାରରୁ ଅଧିକ କିଲୋମିଟରରୁ ଦୂରତା ମଧ୍ୟ ଅତିକ୍ରମ କରିଛି l ଏହି ଯାତ୍ରା କ୍ରମାଗତ ଭାବରେ ଜାରି ରହିଥିବା ଜାନୁଆରୀ ୩୦ , ୨୦୨୪ ରେ ଦିଲ୍ଲୀର ଉଜା କୃଷି ବିଜ୍ଞାନ କେନ୍ଦ୍ରରୁ ଆରମ୍ଭ ହୋଇଥିଲା । ଯାହା ହରିୟାଣା , ପଞ୍ଜାବ , ରାଜସ୍ଥାନ , ମଧ୍ୟପ୍ରଦେଶ , ଗୁଜୁରାଟ, ଛତିଶଗଡ଼ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟ ଅତିକ୍ରମ କରିଛି ଏ ପର୍ଯ୍ୟନ୍ତ l

MFOI କିସାନ ଭାରତ ଯାତ୍ରା କ’ଣ ?

ଆସନ୍ତୁ ଆପଣଙ୍କୁ କହିବା ଯେ 'MFOI VVIF କିସାନ୍ ଭାରତ ଯାତ୍ରା ୨୦୨୩-୨୪ ' ସ୍ମାର୍ଟ ଗ୍ରାମଗୁଡିକର ଗ୍ରାମାଞ୍ଚଳର ଦୃଶ୍ୟକୁ ପରିବର୍ତ୍ତନ କରିବାର ଏକ କଳ୍ପନା କରିଥାଏ l MFOI VVIF କିସାନ ଭାରତ ଯାତ୍ରା ଡିସେମ୍ବର ୨୦୨୩ ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଦେଶ ଭ୍ରମଣ କରିବାକୁ ଲକ୍ଷ୍ୟ ରଖି ୧ ଲକ୍ଷରୁ ଅଧିକ ଚାଷୀଙ୍କ ନିକଟରେ ପହଞ୍ଚିବ ।

ଯେଉଁଥିରେ ୪ ହଜାରରୁ ଅଧିକ ସ୍ଥାନର ଏକ ବିଶାଳ ନେଟୱାର୍କ ଅନ୍ତର୍ଭୂକ୍ତ ହେବ ଏବଂ ୨୬ ହଜାର କିଲୋମିଟରରୁ ଅଧିକ ଦୂରତା ବିଶିଷ୍ଟ ହେବ ଏହି ଯାତ୍ରା l ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି କୃଷି ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନ ଆଣିବା l ଯାହାଦ୍ୱାରା ସେମାନଙ୍କର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ବୃଦ୍ଧି କରି କୃଷକମାନଙ୍କୁ ସଶକ୍ତ କରିବା l କୃଷକଙ୍କ ଗୁଣାତ୍ମକ ପରିବର୍ତ୍ତନ ପାଇଁ ଏହି ପଦକ୍ଷେପ l

For collaboration, partnership and sponsorship connect:-
Anika Bassi : 93542 19435
Megha Sharma : 9891668292
Poonam Biswakarma : 98188936522

ଅଧିକ ପଢ଼ନ୍ତୁ

ଛତିଶଗଡ଼ ଧମତାରି ଠାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)