News

'MFOI, VVIF କିସାନ ଭାରତ ଯାତ୍ରା ମଧ୍ୟପ୍ରଦେଶର ଗ୍ୱାଲିଅରରେ

ଏହି ଯାତ୍ରା ର ଲକ୍ଷ୍ୟ ହେଉଛି ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳକୁ ଯାତ୍ରା କରି ଚାଷୀଙ୍କ ସମସ୍ୟା ଦୂର କରିବା....

12 March, 2024 1:52 PM IST By: Tanushree Mahapatra

'MFOI, VVIF କିସାନ ଭାରତ ଯାତ୍ରା: ଉତ୍ତର ଭାରତ ଜୋନ୍ ପାଇଁ ଆରମ୍ଭ ହୋଇଥିବା କୃଷି ଜାଗରଣ 'MFOI, VVIF କିସାନ୍ ଭାରତ ଯାତ୍ରା' ବର୍ତ୍ତମାନ ମଧ୍ୟପ୍ରଦେଶରେ ପ୍ରବେଶ କରିଛି l ରବିବାର (ମାର୍ଚ୍ଚ ୧୦ ) ରେ, ଯାତ୍ରା ମଧ୍ୟପ୍ରଦେଶର ଗ୍ୱାଲିଅରରେ ପହଞ୍ଚିଥିଲା, ଯେଉଁଠାରୁ ଏହି ଯାତ୍ରା ଆହୁରି ଜାରି ରହିବ ଆଗକୁ  l ଏହି ଯାତ୍ରା ର ଲକ୍ଷ୍ୟ ହେଉଛି ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳକୁ ଯାତ୍ରା କରି ଚାଷୀଙ୍କ ସମସ୍ୟା ଦୂର କରିବା l ଯେଉଁଠାରେ କୃଷି ଜାଗରଣ ଦ୍ୱାରା ଆରମ୍ଭ ହୋଇଥିବା MFOI ପୁରସ୍କାର ଅଧୀନରେ ପଦକ୍ଷେପ ବିଷୟରେ କୃଷକମାନଙ୍କୁ ଅବଗତ କରାଯିବ। କୃଷକମାନଙ୍କୁ ସମ୍ମାନ ଦେବା ଦିଗରେ MFOI ଏକ ବଡ଼ ପ୍ରୟାସ । ଯାହା କୃଷି ଜାଗରଣ ଦ୍ୱାରା ଆରମ୍ଭ କରାଯାଇଛି l

ରବିବାର ଦିନ ଏହି ଯାତ୍ରା ଗ୍ୱାଲିଅରର ଜିରୱାଇ ଏବଂ ଜିଗାସୋଲି ଗ୍ରାମ ଦେଇ ଅତିକ୍ରମ କରିଥିଲା । ଯେଉଁଠାରେ, ଉତ୍ସାହୀ କୃଷକମାନେ MFOI ର ପଦକ୍ଷେପ ବିଷୟରେ ଜାଣିଲେ ଏବଂ କୃଷି ଜାଗରଣ ଟିମ ଙ୍କୁ ସେମାନଙ୍କର ମତାମତ ବାଣ୍ଟିଲେ l ଏହି ସମୟ ମଧ୍ୟରେ, କୃଷକମାନେ MFOI ପଦକ୍ଷେପକୁ ନେଇ ବହୁତ ଉତ୍ସାହିତ ଦେଖାଯାଉଥିଲେ l ଏହି ପଦକ୍ଷେପକୁ ସମର୍ଥନ କରି ସେ ଏହାକୁ କୃଷକମାନଙ୍କ ପାଇଁ ସମ୍ମାନ ଏବଂ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ।

ଏହି ସମୟରେ, 'MFOI, VVIF କିସାନ ଭାରତ ଯାତ୍ରା' ରେ କୃଷି ଯନ୍ତ୍ରପାତି ଉତ୍ପାଦନକାରୀ କମ୍ପାନୀ ଷ୍ଟିଲ୍ (STIHL), ଯାହା ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତ ଜୋନ୍ ପାଇଁ ଅଂଶୀଦାର ଭାବରେ କୃଷି ଜାଗରଣ ସହ ଜଡିତ ରହିଛି, ଏହାର କୃଷି ଉପକରଣ ପ୍ରଦର୍ଶନ କରି କୃଷକମାନଙ୍କୁ ସୂଚନା ଦେଇଥିଲା l । ଆମେ ଆପଣଙ୍କୁ କହିରଖୁଛୁ ଯେ ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ 'MFOI, VVIF କିସାନ ଭାରତ ଯାତ୍ରା', ଅଗ୍ରଣୀ କୃଷି ଉପକରଣ ଉତ୍ପାଦନକାରୀ ସଂସ୍ଥା ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳ ପାଇଁ କୃଷି ଜାଗରଣଙ୍କ ସହିତ   ସହଭାଗୀ ହୋଇଛନ୍ତି। ଏହି ସହଭାଗୀତାର ଉଦ୍ଦେଶ୍ୟ ହେଉଛି କୋଟିପତି କୃଷକମାନଙ୍କୁ ସଂଯୋଗ କରିବା, କୃଷି ସମ୍ପ୍ରଦାୟ ମଧ୍ୟରେ ଗର୍ବ ଏବଂ ପ୍ରେରଣା ଯୋଗାଇବା l ପାଶ୍ଚାତ୍ୟ ଏବଂ ମଧ୍ୟ ପ୍ରଦେଶର 'MFOI, VVIF କିସାନ୍ ଭରତ ଯାତ୍ରା' ସମୟରେ STIHL ଇଣ୍ଡିଆ କମ୍ପାନୀ କୃଷକମାନଙ୍କୁ କୃଷି ଏବଂ କୃଷି ଉପକରଣ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହିତ ସେମାନଙ୍କୁ ସଚେତନ କରାଉଛି ଚାଷ ଉପକରଣ ସମ୍ପର୍କରେ l

MFOI କିଷାନ ଭାରତ ଯାତ୍ରା କ’ଣ ?

ଆସନ୍ତୁ ଆପଣଙ୍କୁ କହିବା ଯେ 'MFOI କିସାନ୍ ଭାରତ ଯାତ୍ରା ୨୦୨୩-୨୪ ' ସ୍ମାର୍ଟ ଗ୍ରାମଗୁଡିକର ଗ୍ରାମାଞ୍ଚଳର ଦୃଶ୍ୟ ପରିବର୍ତ୍ତନ କରିବାର କଳ୍ପନା କରିଥାଏ l MFOI କିସାନ ଭାରତ ଯାତ୍ରା ଡିସେମ୍ବର ୨୦୨୩ ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଦେଶ ଭ୍ରମଣ କରିବାକୁ ଲକ୍ଷ୍ୟ ରଖି ୧ ଲକ୍ଷରୁ ଅଧିକ ଚାଷୀଙ୍କ ନିକଟରେ ପହଞ୍ଚିବ।

ଯେଉଁଥିରେ ୪ ହଜାରରୁ ଅଧିକ ସ୍ଥାନର ଏକ ବିଶାଳ ନେଟୱାର୍କ ଅନ୍ତର୍ଭୂକ୍ତ ହେବ ଏବଂ ୨୬ ହଜାର କିଲୋମିଟରରୁ ଅଧିକ ଦୂରତା ବିଶିଷ୍ଟ ହେବ ଏହି ଯାତ୍ରା l ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି କୃଷି ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନ ଆଣିବା l ଯାହାଦ୍ୱାରା ସେମାନଙ୍କର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ବୃଦ୍ଧି କରି କୃଷକମାନଙ୍କୁ ସଶକ୍ତ କରିବା l

ୟୁପି ହାପୁରରେ ଆୟୋଜିତ ହେବ: MFOI Samridh Kisan Utsav 2024

MFOI KISAN BHARAT YATRA: ଆମେ ବି ହେବୁ କୋଟିପତି କୃଷକ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)