News

MFOI, VVIF Kisan Bharat Yatra: ହରିୟାଣାରେ ପହଞ୍ଚିଲା ରୋଡ ସୋ

'ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର' ଦେଶର କୃଷକମାନଙ୍କୁ ସମ୍ମାନିତ କରିବ ଯେଉଁମାନେ ଚାଷ କ୍ଷେତ୍ରରେ ନୂତନ ଉଚ୍ଚତାରେ ପହଞ୍ଚିଛନ୍ତି ।

10 May, 2024 3:28 PM IST By: Tanushree Mahapatra

ଭାରତୀୟ କୃଷକମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ କୃଷି ଜାଗରଣ 'MFOI, VVIF କିସାନ୍ ଭାରତ ଯାତ୍ରା' ଆରମ୍ଭ କରିଛନ୍ତି l ବର୍ତ୍ତମାନ ଏହାର ଦ୍ୱିତୀୟ ବର୍ଷରେ ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ 'ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର' ଦେଶର କୃଷକମାନଙ୍କୁ ସମ୍ମାନିତ କରିବ ଯେଉଁମାନେ ଚାଷ କ୍ଷେତ୍ରରେ ନୂତନ ଉଚ୍ଚତାରେ ପହଞ୍ଚିଛନ୍ତି । 'MFOI, VVIF କିସାନ୍ ଭାରତ ଯାତ୍ରା' ବର୍ତ୍ତମାନ ସାରା ଦେଶରେ ଏକ ପରିବର୍ତ୍ତନଶୀଳ ରୋଡ୍ ସୋ ହୋଇପାରିଛି l

ଏହି ରୋଡ୍ ସୋ ଦେଶର ଉତ୍ତର ଅଞ୍ଚଳରେ ପହଞ୍ଚି କୃଷକଙ୍କ ହୃଦୟକୁ ସ୍ପର୍ଶ କରିଛି । ଏହି ଯାତ୍ରା ହରିୟାଣାର ସମଲଖା ଏବଂ କର୍ଣ୍ଣଲରେ ପହଞ୍ଚି କୃଷକମାନଙ୍କୁ ' ମିଲେନିୟର୍ କୃଷକ ପୁରସ୍କାର' ବିଷୟରେ ଅବଗତ କରାଇଥିଲା l ଏହି ଯାତ୍ରା ସମୟରେ ରମେଶ ତ୍ୟାଗୀ, ମହେନ୍ଦ୍ର ବଲୱନ୍ତ, ଜଗବୀର ସିଂ, ବିନୋଦ କୁମାର ଏବଂ ସୁନୀଲ ତ୍ୟାଗୀ ଇତ୍ୟାଦି ପ୍ରଗତିଶୀଳ କୃଷକମାନେ ପୂର୍ଣ୍ଣ ସମର୍ଥନ ପାଇଥିଲା।

କୃଷକମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ବ୍ୟତୀତ ଏହି ରୋଡ୍ ସୋ ମଧ୍ୟ କୃଷି କ୍ଷେତ୍ରରେ ନବସୃଜନ ଏବଂ ବୈଷୟିକ ପ୍ରଗତି ପାଇଁ ଏକ ପ୍ଲାଟଫର୍ମ ଯୋଗାଉଛି l ଏହି ପରିଦର୍ଶନ କୃଷକମାନଙ୍କୁ ମହିନ୍ଦ୍ରା ଟ୍ରାକ୍ଟରର ଅତ୍ୟାଧୁନିକ ମଡେଲ ସହିତ ପରିଚିତ କରାଇଥାଏ, ଯାହାକି ଆଧୁନିକ ବୈଶିଷ୍ଟ୍ୟ ସହିତ ସଜ୍ଜିତ ହୋଇ କ୍ଷେତରେ ଦକ୍ଷତା ଏବଂ ଉତ୍ପାଦକତା ବୃଦ୍ଧି କରିଥାଏ l ଏହା ବ୍ୟତୀତ କୃଷି ଜାଗରଣ ଟିମ ମଧ୍ୟ ରୋଡ୍ ସୋ ସମୟରେ କୃଷି ଜାଗରଣ ପତ୍ରିକାର ସର୍ବଶେଷ ସଂସ୍କରଣ ବିଷୟରେ କୃଷକମାନଙ୍କୁ ସୂଚନା ଦେଉଛନ୍ତି ।

ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ 'MFOI ପୁରସ୍କାର'

ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ ମିଲେନିୟର୍ ଫାର୍ମର୍ (MFOI) ପୁରସ୍କାର ସେହି ଭାରତୀୟ କୃଷକମାନଙ୍କ ପାଇଁ, ଯେଉଁମାନେ ସେମାନଙ୍କର ଆୟକୁ ଦ୍ୱିଗୁଣିତ କରିନାହାଁନ୍ତି ବରଂ ସେମାନଙ୍କର ନିରନ୍ତର ଉଦ୍ୟମ ଏବଂ ଅଭିନବ କୃଷି ଅଭ୍ୟାସ ମାଧ୍ୟମରେସଫ ଳତା ହାସଲ କରିଛନ୍ତି l ଏହା ହେଉଛି ଧନୀ ତଥା ପ୍ରଗତିଶୀଳ କୃଷକ ତଥା କେତେକ ଶୀର୍ଷ କର୍ପୋରେଟରଙ୍କୁ ଏକ ଛାତ ତଳେ ଏକାଠି କରି ଭାରତର କୃଷି ତଥା ସହଯୋଗୀ କ୍ଷେତ୍ରର ପ୍ରକୃତ ହିରୋ ମାନଙ୍କୁ ସମ୍ମାନ ଏବଂ ସମ୍ମାନିତ କରିବା l ଯେପରି ଏହି କୃଷକମାନେ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିବେ l

MFOI ପୁରସ୍କାର ୨୦୨୪ କେବେ ଏବଂ କେଉଁଠାରେ ଅନୁଷ୍ଠିତ ହେବ ?

କୃଷି ଜାଗରଣ MFOI ୨୦୨୪ ଆୟୋଜନ କରିବାକୁ ଯାଉଛନ୍ତି l ଯାହାକି ଚଳିତ ବର୍ଷ ଶେଷରେ ଅର୍ଥାତ୍ ଡିସେମ୍ବର ୨୦୨୪ (୧ ରୁ ୩ ଡିସେମ୍ବର) ରେ ନୂଆଦିଲ୍ଲୀରେ ଆୟୋଜିତ ହେବ l MFOI ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି l

କୃଷି ଜାଗରଣ କିସାନ୍ ଭାରତ ଯାତ୍ରା (MFOI କିସାନ୍ ଭାରତ ଯାତ୍ରା) ମାଧ୍ୟମରେ କୃଷକମାନଙ୍କୁ ସଚେତନ କରାଉଛନ୍ତି l ଏହି ଯାତ୍ରା ଦେଶର ପ୍ରତ୍ୟେକ କୋଣକୁ ଯାଇ କୃଷକମାନଙ୍କୁ MFOI ବିଷୟରେ ଅବଗତ କରାଇବ ଏବଂ ସେମାନଙ୍କୁ କୃଷକମାନଙ୍କ ପାଇଁ ସର୍ବ ବୃହତ ପୁରସ୍କାର ପ୍ରଦର୍ଶନୀକୁ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିବ l

ଅଧିକ ପଢ଼ନ୍ତୁ

MFOI, VVIF Kisan Bharat Yatra: ଗୁଜୁରାଟ ଗାନ୍ଧିନଗର ଜିଲ୍ଲାର ଚାଷୀଙ୍କ ଠାରୁ ମିଳିଲା ସମ୍ପୂର୍ଣ୍ଣ ସହାୟତା

MFOI, VVIF Kisan Bharat Yatra: ଗୁଜୁରାଟର ବିଭିନ୍ନ ଗ୍ରାମରେ କୃଷକ ସମ୍ମାନିତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)