News

ଆଜିଠାରୁ ଓଡ଼ିଶାରେ ଆରମ୍ଭ ହେଲା MFOI, VVIF Kisan Bharat Yatra 2024

ଭାରତର କୃଷି ତଥା ସହଯୋଗୀ କ୍ଷେତ୍ରର ପ୍ରକୃତ ହିରୋ ମାନଙ୍କୁ ସମ୍ମାନିତ କରିବା l

10 July, 2024 1:43 PM IST By: Tanushree Mahapatra

ଭାରତୀୟ କୃଷକଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ କୃଷି ଜାଗରଣ 'MFOI, VVIF କିସାନ୍ ଭାରତ ଯାତ୍ରା' ଆରମ୍ଭ କରିଛନ୍ତି l ବର୍ତ୍ତମାନ ଏହା ଦ୍ୱିତୀୟ ବର୍ଷରେ ମହିନ୍ଦ୍ରା ଟ୍ରାକ୍ଟରଙ୍କ ଦ୍ୱାରା ମୁଖ୍ୟ ପ୍ରାୟୋଜିତ 'ମିଲିୟନର ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର' ଦେଶର କୃଷକମାନଙ୍କୁ ସମ୍ମାନିତ କରିବ l ଯେଉଁ ଚାଷୀମାନେ ଚାଷ କ୍ଷେତ୍ରରେ ନୂତନ ଉଚ୍ଚତାରେ ପହଞ୍ଚିଛନ୍ତି । 'MFOI, VVIF କିସାନ୍ ଭାରତ ଯାତ୍ରା' ବର୍ତ୍ତମାନ ସାରା ଦେଶରେ ଏକ ପରିବର୍ତ୍ତନଶୀଳ ରୋଡ୍ ସୋ ଭାବେ ପରିଣତ ହୋଇଛି l ଏହି ରୋଡ଼ ସୋ ଆଜି ଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି l

ଓଡ଼ିଶାରେ ଭଦ୍ରକ, ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରରୁ ଏହି ରୋଡ଼ ସୋ କୁ ଉଦଘାଟନ କରାଯାଇଛି l କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ କୃଷି ବୈଜ୍ଞାନିକ, ଚାଷୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ଏହାକୁ ଉଦଘାଟନ କରାଯାଇଛି l ଏହି ସମୟରେ କୃଷି ଜାଗରଣର କର୍ମକର୍ତ୍ତାଙ୍କ ସହିତ ମହିନ୍ଦ୍ରା ଟ୍ରାକ୍ଟର କମ୍ପାନୀର କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ l ଏହି ରୋଡ଼ ସୋ ର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର କମ୍ପାନୀ l

ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ 'MFOI ପୁରସ୍କାର' ସମ୍ପର୍କରେ -

ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ ମିଲେନିୟର୍ ଫାର୍ମର୍ (MFOI) ପୁରସ୍କାର ସେହି ଭାରତୀୟ କୃଷକମାନଙ୍କ ପାଇଁ, ଯେଉଁମାନେ ସେମାନଙ୍କର ଆୟକୁ ଦ୍ୱିଗୁଣିତ କରିନାହାଁନ୍ତି ବରଂ ସେମାନଙ୍କର ନିରନ୍ତର ଉଦ୍ୟମ ଏବଂ ଅଭିନବ କୃଷି ଅଭ୍ୟାସ ମାଧ୍ୟମରେ ସଫଳତା ହାସଲ କରିଛନ୍ତି l ଏହା ହେଉଛି ଧନୀ ତଥା ପ୍ରଗତିଶୀଳ କୃଷକ ତଥା କେତେକ କୃଷି ଶୀର୍ଷ କର୍ପୋରେଟରଙ୍କୁ ଏକ ଛାତ ତଳେ ଏକାଠି କରି ଭାରତର କୃଷି ତଥା ସହଯୋଗୀ କ୍ଷେତ୍ରର ପ୍ରକୃତ ହିରୋ ମାନଙ୍କୁ ସମ୍ମାନିତ କରିବା l ଆହୁରି ମଧ୍ୟ, ଏହି କୃଷକମାନେ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିବେ l

MFOI ପୁରସ୍କାର 2024 କେବେ ଏବଂ କେଉଁଠାରେ ଅନୁଷ୍ଠିତ ହେବ?

କୃଷି ଜାଗରଣ ଦ୍ୱାରା MFOI 2024 ଆୟୋଜନ କରିବାକୁ ଯାଉଛନ୍ତି l ଯାହାକି ଚଳିତ ବର୍ଷ ଶେଷରେ ଅର୍ଥାତ୍ ଡିସେମ୍ବର ୨୦୨୪ (୧  ରୁ ୩ ଡିସେମ୍ବର) ରେ ନୂଆଦିଲ୍ଲୀରେ ଆୟୋଜିତ ହେବ l MFOI 2024 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି l କୃଷି ଜାଗରଣ ମଧ୍ୟ କିସାନ ଭାରତ ଯାତ୍ରା (MFOI କିସାନ ଭାରତ ଯାତ୍ରା) ମାଧ୍ୟମରେ କୃଷକମାନଙ୍କୁ ସଚେତନ କରାଉଛନ୍ତି l ଏହି ଯାତ୍ରା ଦେଶର ପ୍ରତ୍ୟେକ କୋଣକୁ ଯାଇ କୃଷକମାନଙ୍କୁ MFOI ବିଷୟରେ ଅବଗତ କରାଇବ ଏବଂ ସେମାନଙ୍କୁ କୃଷକମାନଙ୍କ ପାଇଁ ସର୍ବ ବୃହତ ପୁରସ୍କାର ପ୍ରଦର୍ଶନୀକୁ ଆସିବାକୁ ନିମନ୍ତ୍ରଣ କରିବା ଭଳି କାର୍ଯ୍ୟ କରୁଛି l

ଅଧିକ ପଢ଼ନ୍ତୁ

କୃଷିରେ ଏଫପିଓ ଆଣିବ ବୈପ୍ଲବିକ ପରିବର୍ତ୍ତନ: କେନ୍ଦ୍ର କୃଷି ମନ୍ତ୍ରୀ

ଚାଷୀ କଲ୍ୟାଣ ଯୋଜନାର ଏକ ସଫଳ କାହାଣୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)