News

ଡିସେମ୍ବର ମାସରେ ଆୟୋଜିତ ହେବ MFOI ଦ୍ଵିତୀୟ ସଂସ୍କରଣ

ଦ୍ଵିତୀୟ ଥର ପାଇଁ “ ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୪ “ ଆୟୋଜିତ ହେବାକୁ ଯାଉଛି l ଯାହା ଡିସେମ୍ବର ମାସ ୧ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ l ଆଉ ଏଥିପାଇଁ ପଞ୍ଜିକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି l ଆଶା ପୂର୍ବଥର ଭଳି ଚଳିତ ଥର ମଧ୍ୟ ଏହି ପୁରସ୍କାର କାର୍ଯ୍ୟକ୍ରମଟି ସଫଳ ସାଉଁଟିବ l

02 January, 2024 12:25 PM IST By: Tanushree Mahapatra

ଯେପରି ଆପଣ ସମସ୍ତେ ଜାଣିଛନ୍ତି, କୃଷି ଦେଶର ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ କୃଷି ଏହାର ଅଭିବୃଦ୍ଧିରେ ସକ୍ରିୟ ସହଯୋଗ ମଧ୍ୟ କରିଥାଏ | ଆଜି ଦେଶର ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବାରେ କୃଷି ଓ ଚାଷୀର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ l ଏବେ ଚାକିରୀ ଛାଡି ଅନେକ ଯୁବକ ଯୁବତୀ ନିଜକୁ ଚାଷ କାର୍ଯ୍ୟରେ ନିୟୋଜିତ କରୁଛନ୍ତି l ଏଥିରେ ଲାଭ ମଧ୍ୟ ଅର୍ଜନ କରୁଛନ୍ତି l ନିକଟରେ ସରକାର ମଧ୍ୟ ଅନେକ ସହାୟତା ପ୍ରଦାନ କରୁଛନ୍ତି ଚାଷୀ ଓ କୃଷିର ଉନ୍ନତି ପାଇଁ l

ଆଉ ଏବେ ଏହି କୃଷି ଜଗତରେ ଆଜିକୁ ୨୭ ବର୍ଷା ହେବ ପାଦ କୁ ପାଦ ମିଶାଇ ଚାଲୁଛି ଦିଲ୍ଲୀ ସ୍ଥିତ କୃଷି ଜାଗରଣ ସଂସ୍ଥା l ଆମ କୃଷି ରାଜ୍ୟର ସମସ୍ତ ଜଣ ଅଜଣା ,ନୂତନ ପୁରାତନ ,ଜ୍ଞାନ କୌଶଳକୁ ନେଇ କୃଷି ଜାଗରଣର ଭାରତର ସମସ୍ତ କୋଣ ଅନୁକୋଣକୁ ପହଞ୍ଚି ଚାଷୀଙ୍କୁ ସହାୟତା ପ୍ରଦାନ କରୁଛି l ୨୩ ଟି ରାଜ୍ୟରେ ଏବଂ ୧୨ ଟି ଭାଷାରେ କୃଷି ଜାଗରଣ ନିଜ କାର୍ଯ୍ୟ ଜାରି ରଖିଛି l କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୭ ବର୍ଷ ହେଲାଣି କୃଷି ଜାଗରଣ କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ ।

ନିକଟରେ କୃଷକମାନଙ୍କୁ ଗ୍ଲାମରାଇଜ୍ କରିବା ଏବଂ ଚାଷକୁ ଆମର ଯୁବକମାନଙ୍କୁ ସେମାନଙ୍କର ପ୍ରଥମ ପସନ୍ଦ ବୃତ୍ତି ବାଛିବା ପାଇଁ ଉତ୍ସାହିତ କରିବା ପାଇଁ କୃଷିକୁ ଆହୁରି ଉତ୍ସାହିତ କରିବା ପାଇଁ  MILLIONAIRE FARMERS ୨୦୨୩ର ଆୟୋଜନ କରାଯାଇଥିଲା l କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କୃଷି ଜାଗରଣ ମିଡିଆ ସଂସ୍ଥା ଦ୍ୱାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଗତକାଲି ବହୁ ପ୍ରତୀକ୍ଷିତ ପୁରସ୍କାର ବିତରଣ ଉତ୍ସବ “ମିଲେନେୟାର କୃଷକ ପୁରସ୍କାର ଲୋଗୋ ଏବଂ ଟ୍ରଫି” କୁ ଉନ୍ମୋଚନ କରିଥିଲେ। ଅନ୍ୟପଟେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଅଧ୍ୟକ୍ଷତା କରିଥିଲେ |

ତେବେ ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୩ କାର୍ଯ୍ୟକ୍ରମଟି ଦିଲ୍ଲୀସ୍ଥିତ ପୁସା ରେ ପ୍ରାୟ ୩ ଦିନ ଧରି ଆୟୋଜିତ ହୋଇଥିଲା l ଗତ ଡିସେମ୍ବର ମାସ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜିତ କରାଯାଇଥିଲା l ଯେଉଁଥିରେ ଦେଶର ୬୦୦ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l ଏହି ପ୍ରଥମ ସଂସ୍କରଣରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜିତ କରାଯାଇଥିଲା l ବିଭିନ୍ନ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା ଯାହାଦ୍ୱାରା ଚାଷୀ ଉପକୃତ ହୋଇଥିଲେ l ତେବେ ପୁଣି ଥରେ ଦ୍ଵିତୀୟ ଥର ପାଇଁ “ ମିଲେନିୟର ଫାର୍ମର  ଅଫ ଇଣ୍ଡିଆ ୨୦୨୪ “ ଆୟୋଜିତ ହେବାକୁ ଯାଉଛି l ଯାହା ଡିସେମ୍ବର ମାସ ୧ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ l ଆଉ ଏଥିପାଇଁ ପଞ୍ଜିକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି l ଆଶା ପୂର୍ବଥର ଭଳି ଚଳିତ ଥର ମଧ୍ୟ ଏହି ପୁରସ୍କାର କାର୍ଯ୍ୟକ୍ରମଟି ସଫଳ ସାଉଁଟିବ  l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)