News

ଜନତାଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ମୂଲ୍ୟ

କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି....

03 June, 2024 1:29 PM IST By: Tanushree Mahapatra

ସାଧାରଣ ଲୋକଙ୍କୁ ବଡ଼ ଝଟକା। କାରଣ ଅମୁଲ କ୍ଷୀରର ମୂଲ୍ୟ ପୁଣି ବୃଦ୍ଧି କରିଛି । ସକାଳୁ ସକାଳୁ ସାଧାରଣ ଲୋକଙ୍କୁ ଝଟକା ମିଳିଛି । ୨ ଟଙ୍କା ବଢିଛି ଅମୁଲ କ୍ଷୀର ଦର । ଦୁଗ୍ଧ ମୂଲ୍ୟ ପୁଣି ଥରେ ବୃଦ୍ଧି ହୋଇଛି ଯାହା ସାଧରଣ ଲୋକଙ୍କୁ ପୁଣି ଚିନ୍ତାରେ ପକାଇଛି । ଅଗ୍ରଣୀ ଦୁଗ୍ଧ ଯୋଗାଣ କମ୍ପାନୀ ଅମୁଲ ଆଜି ସକାଳୁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । କ୍ଷୀରର ନୂତନ ମୂଲ୍ୟ ବୃଦ୍ଧି ଜୁନ୍ ୩ ଅର୍ଥାତ ଆଜିଠାରୁ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି ।

ମୁଦ୍ରାସ୍ଫୀତି ସାଧାରଣ ଲୋକ କଠୋର ଆଘାତ ଦେଉଛି । ଯାହା ସିଧା ଟଙ୍କା ପାକେଟରେ ମାଡ଼ ହେଉଛି l ଅମୁଲ କ୍ଷୀର ବର୍ତ୍ତମାନ କିଣିବା ମହଙ୍ଗା ହେବ । ବାସ୍ତବରେ, ଅମୁଲ ବ୍ରାଣ୍ଡ ଅନ୍ତର୍ଗତ ଥିବା ଦୁଗ୍ଧଜାତ ଦ୍ରବ୍ୟ ବିକ୍ରୟ କରୁଥିବା ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି ଯାହା ଆଜିଠାରୁ ଲାଗୁ କରାଯିବ l ଏ ନେଇ GCMMF କହିଛି ଯେ, ଦୁଗ୍ଧର ଉତ୍ପାଦନ ବୃଦ୍ଧିକୁ ଦୃଷ୍ଟିରେ ରଖି ସୋମବାର ଠାରୁ ସମସ୍ତ ପ୍ରକାରର ଅମୁଲ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି।

ସୂଚନା ଅନୁଯାୟୀ, ଅମୁଲ ଦୁଗ୍ଧ ଉତ୍ପାଦକମାନଙ୍କୁ କ୍ଷୀର ଦ୍ରବ୍ୟ ପାଇଁ ଗ୍ରାହକ ଦେଇଥିବା ପ୍ରତ୍ୟେକ ଟଙ୍କାର ପ୍ରାୟ ୮୦ ପଇସା ଦେଇଥାଏ । ମୂଲ୍ୟ ସଂଶୋଧନ ହେବା ଯୋଗୁଁ ଦୁଗ୍ଧ ଉତ୍ପାଦନକାରୀଙ୍କ ପାଇଁ ଦୁଗ୍ଧ ମୂଲ୍ୟ ବଜାୟ ରଖିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି l ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ସେମାନଙ୍କୁ ଉତ୍ସାହିତ କରିବ ଏହି ନିଷ୍ପତ୍ତି । ନୂତନ ହାର ଅନୁଯାୟୀ ଅମୁଲ ଗୋଲ୍ଡ ୫୦୦ ମିଲିର ମୂଲ୍ୟ ୩୨ ରୁ ବୃଢ଼ହି ପାଇ ୩୩ ଟଙ୍କାକୁ ବୃଦ୍ଧି ହୋଇଛି । ଅନ୍ୟପଟେ ଗୋଟିଏ ଲିଟର ଅମୁଲ ଗୋଲଡ଼ ମୂଲ୍ୟ ୬୪ ରୁ ବୃଦ୍ଧି ପାଇ ୬୬ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଅମୁଲ ତାଜା ୫୦୦ ମିଲିର ମୂଲ୍ୟ ୨୬ ରୁ ୨୭ ଟଙ୍କା ହୋଇଛି । ଅମୁଲ ଶକ୍ତି ୫୦୦ ମିଲିର ମୂଲ୍ୟ ୨୯ ରୁ ୩୦ ଟଙ୍କା ହୋଇଛି ।

ଆଉ ଅମୂଲ ପରେ ଏବେ ମଦର ଡାଏରୀ ମଧ୍ୟ ଗ୍ରାହକଙ୍କୁ ଦେଇଛି ଝଟକା । ଦିଲ୍ଲୀ NCRରେ ମଦର ଡାଏରୀ କ୍ଷୀର ମୂଲ୍ୟ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରାଯାଇଛି । ଏହାର କାରଣ ଗତ ୧୫ ମାସ ଧରି ଉତ୍ପାଦନ ଖର୍ଚ୍ଚ ବୃଦ୍ଧି । ସମସ୍ତ ପ୍ରକାର କ୍ଷୀର ମୂଲ୍ୟ ବୃଦ୍ଧି ୩ ଜୁନ୍ ତଥା ଆଜିଠାରୁ ଦିଲ୍ଲୀ ଏନସିଆର୍ ସହିତ ଅନ୍ୟ ବଜାରରେ ମଧ୍ୟ ଲାଗୁ ହୋଇଯାଇଛି ।

ଅଧିକ ପଢ଼ନ୍ତୁ

Remone Tanning: ମାତ୍ର ୧୨ ଟଙ୍କାରେ ହେବ ସ୍କିନ ଉଜ୍ଜ୍ୱଳ

Plate Making Business: ଆଜି ହିଁ ଆରମ୍ଭ କରନ୍ତୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)