News

ମାଣ୍ଡିଆ ଚାଷୀଙ୍କୁ ମିଳିବ ଉଚିତ ମୂଲ୍ୟ, ଆରମ୍ଭ ହେଲା ସଚେତନତା ପ୍ରଚାର ପ୍ରସାର ରଥ

ମାଣ୍ଡିଆ ଚାଷୀଙ୍କୁ ଖାଦ୍ୟଶସ୍ୟର ଉଚିତ ମୂଲ୍ୟ ମିଳିବ। ମାଣ୍ଡିଆ ବିକ୍ରୀ କରିବାକୁ ଏଣିକି ହଟହଟା ହେବେନି ଚାଷୀ। କାରଣ ନବରଙ୍ଗପୁର ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଶୁଭାରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ମାଣ୍ଡିଆ ସଚେତନତା ପ୍ରଚାର ପ୍ରସାର ରଥ ୩୨୯୫ ଟଙ୍କା ପ୍ରତି କ୍ୟୁଣ୍ଟାଲ ମୂଲ୍ୟରେ ଚାଷୀଙ୍କ ଠାରୁ ସିଧାସଳଖ ମାଣ୍ଡିଆ କ୍ରୟ କରିବେ ରାଜ୍ୟ ସରକାର। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳଗୁମା ସମବାୟ ସମିତି ମିଲେଟ ମିଶନ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ସଚେତନତା ପ୍ରଚାର ପ୍ରସାର ରଥର ଶୁଭାରମ୍ଭ କରିଛନ୍ତି।

12 December, 2020 2:16 PM IST By: KJ Staff

ନବରଙ୍ଗପୁର : ମାଣ୍ଡିଆ ଚାଷୀଙ୍କୁ ଖାଦ୍ୟଶସ୍ୟର ଉଚିତ ମୂଲ୍ୟ ମିଳିବ। ମାଣ୍ଡିଆ ବିକ୍ରୀ କରିବାକୁ ଏଣିକି ହଟହଟା ହେବେନି ଚାଷୀ। କାରଣ ନବରଙ୍ଗପୁର ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଶୁଭାରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ମାଣ୍ଡିଆ ସଚେତନତା ପ୍ରଚାର ପ୍ରସାର ରଥ ୩୨୯୫ ଟଙ୍କା ପ୍ରତି କ୍ୟୁଣ୍ଟାଲ ମୂଲ୍ୟରେ ଚାଷୀଙ୍କ ଠାରୁ ସିଧାସଳଖ ମାଣ୍ଡିଆ କ୍ରୟ କରିବେ ରାଜ୍ୟ ସରକାର। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳଗୁମା ସମବାୟ ସମିତି  ମିଲେଟ ମିଶନ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ସଚେତନତା ପ୍ରଚାର ପ୍ରସାର ରଥର ଶୁଭାରମ୍ଭ କରିଛନ୍ତି। ଏଥର ଉଚିତ ମୂଲ୍ୟରେ ମାଣ୍ଡିଆ ବିକ୍ରୀ କରିପାରିବେ ଚାଷୀ। ପୂର୍ବରୁ ହାଟ ବଜାର କିମ୍ବା ଦଲାଲ ମାଧ୍ୟମରେ କ୍ଷୁଦ୍ର ଚାଷୀଙ୍କ କଷ୍ଟ ଉପାର୍ଜିତ ମାଣ୍ଡିଆ ଖୁବ କମ ଦରରେ ବିକ୍ରି ହେଉଥିଲା।ଏବେ କିନ୍ତୁ ଚାଷୀ ମାଣ୍ଡିଆ ବିକ୍ରୀ କରିବା ସୁବିଧା ପାଇପାରିବେ ବୋଲି ବିଧାୟକ କହିଛନ୍ତି।

ପ୍ରତି କିସମର (ଏଫଏକ୍ୟୁ)ର ମାନ ୩ ହଜାର ୨୯୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଚାଷୀମାନେ ଡିସେମ୍ବର ୩୧ ସୁଦ୍ଧା ନାମ ପଞ୍ଜିକରଣ କରିପାରିବେ ବୋଲି ଜିଲ୍ଲା ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଶଶାଙ୍କ ଶେଖର ସାହାଣୀ କହିଛନ୍ତି। ସାରା ଜିଲ୍ଲାରେ ନିର୍ଧାରିତ ସୂଚୀ ଅନୁଯାୟୀ ଭିନ୍ନ ଭିନ୍ନ ୧୩ଟି ସ୍ଥାନରେ ମଣ୍ଡି ଆୟୋଜନ କରି ୧୫ ହଜାର କ୍ୱିଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ। ଜିଲ୍ଲାରେ ମାଣ୍ଡିଆର ଅଭାବୀ ବିକ୍ରି ଥିବାରୁ ଚାଷୀ ମାଣ୍ଡିଆ ଚାଷକୁ ମୁହଁ ଫେରାଇ ନେଇଥିଲେ। ଏବେ କିନ୍ତୁ ମାଣ୍ଡିଆ ମଣ୍ଡି ଆରମ୍ଭ ହେବାକୁ ନେଇ ଚାଷୀମାନେ କିଛି ଲାଭବାନ ହେବେ ବୋଲି ଆଶା ରଖିଛନ୍ତି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)