News

ଅନୁଗୋଳ ଜିଲ୍ଲାରେ ବଢୁଛି ମାଣ୍ଡିଆ ଚାଷ,ସହାୟତାର ହାତ ବଢାଇଲେ ସରକାର

ମାଣ୍ଡିଆ ବର୍ତ୍ତମାନ ଯୁଗରେ ଘରେ ଘରେ ପରିଚିତ । ଦିନ ମଜୁରିଆ ଠାରୁ ଆରମ୍ଭ କରି ଶିଳ୍ପପତି ସମସ୍ତେ ଖାଇଥାନ୍ତି । ଏହାର ଚାହିଦା ଦେଖି ଚାଷୀ ମଧ୍ୟ ଆଗ୍ରହ ହେଲାଣି ଅଧିକ ମାଣ୍ଡିଆ ଆଦାୟ କରିବା ପାଇଁ ।

24 November, 2021 3:37 PM IST By: Sudesna Nayak

ମାଣ୍ଡିଆ ବର୍ତ୍ତମାନ ଯୁଗରେ ଘରେ ଘରେ ପରିଚିତ । ଦିନ ମଜୁରିଆ ଠାରୁ ଆରମ୍ଭ କରି ଶିଳ୍ପପତି ସମସ୍ତେ ଖାଇଥାନ୍ତି । ଏହାର ଚାହିଦା ଦେଖି ଚାଷୀ ମଧ୍ୟ ଆଗ୍ରହ ହେଲାଣି ଅଧିକ ମାଣ୍ଡିଆ ଆଦାୟ କରିବା ପାଇଁ ।

ଅନୁଗୋଳ ଜିଲ୍ଲାରେ ଚାଷୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ମାଣ୍ଡିଆ ମିଶନ । ଅନୁଗୋଳ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲାରେ ମଣ୍ଡିଆ ଚାଷକୁ ମିଶନ ମୋଡରେ ଚାଷ କରୁଛନ୍ତି ଚାଷୀ । ଚଳିତ ବର୍ଷ ଜିଲ୍ଲାର ଅନୁଗୋଳ ବ୍ଲକ ସମେତ ଛେଣ୍ଡିପଦା, କିଶୋରନଗର, ଆଠମଲ୍ଲିକ ଏବଂ ପାଲଲହଡ଼ା ଏହି ୫ଟି ବ୍ଲକରେ ମାଣ୍ଡିଆ ଚାଷ କରାଯାଇଛି । ପ୍ରତ୍ୟେକ ବ୍ଲକରେ ୧୭୦ ହେକ୍ଟର ଲେଖାଏଁ ଅଣ ଜଳ ସେଚିତ ଓ ଢିପ ଜମିରେ ମାଣ୍ଡିଆ ଚାଷ କରାଯାଇଥିବା ବେଳେ ଫସଲ ମଧ୍ୟ ଖୁବ ଭଲ ହୋଇଛି । ତେବେ ଧାନଠାରୁ ମାଣ୍ଡିଆର ଦର ଢେର ଅଧିକ ଥିବାରୁ ଚାଷୀମାନଙ୍କ ମନରେ ଆଗ୍ରହ ଦେଖିବାକୁ ମିଳିଛି ।

 

ପୂର୍ବେ ଜିଲ୍ଲାର ମଣ୍ଡିଆ ଚାଷ ହେଉଥିଲା, ହେଲେ ଆବଶ୍ୟକ ଜ୍ଞାନ କୌଶଳ ଏବଂ ପ୍ରୋତ୍ସାହନ ନମିଳିବାରୁ ଧୀରେ ଧୀରେ ଚାଷୀ ଏହା ପ୍ରତି ବିମୁଖ ହେଲେ । କିନ୍ତୁ ଏବେ ସରକାରଙ୍କ ଉଦ୍ୟମରେ ଏହା ପୁନର୍ଜିବିତ ହେବାକୁ ଯାଉଛି ।

 

ମାଣ୍ଡିଆ ବର୍ତ୍ତମାନ ଯୁଗରେ ଘରେ ଘରେ ପରିଚିତ । ଦିନ ମଜୁରିଆ ଠାରୁ ଆରମ୍ଭ କରି ଶିଳ୍ପପତି ସମସ୍ତେ ଖାଇଥାନ୍ତି । ଏହାର ଚାହିଦା ଦେଖି ଚାଷୀ ମଧ୍ୟ ଆଗ୍ରହ ହେଲାଣି ଅଧିକ ମାଣ୍ଡିଆ ଆଦାୟ କରିବା ପାଇଁ । ନିକଟରେ ଶୁଣିବାକୁ ମିଳିଥିଲା, ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ରେ ବର୍ତ୍ତମାନ ସହ ସହ ଚାଷୀ ମାଣ୍ଡିଆ ଲଗାଇ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ସରକାର ମଧ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ଯୋଗାଉଛନ୍ତି ।

 

ମାଣ୍ଡିଆ ଶବ୍ଦଟି ଶୁଣିବାକୁ କାନକୁ ଭଲ ଲାଗୁନଥିଲେ ମଧ୍ୟ ପ୍ରତେକ ଘରେ ଘରେ ଆଦରଣୀୟ ହୋଇଗଲାଣି । ବର୍ତ୍ତମାନ ମାଣ୍ଡିଆ ଚୂନାରେ ବିଭିନ୍ନ ପ୍ରକାର ପିଠା ,ଜଳଖିଆ ପ୍ରସ୍ତୁତ କରି ବ୍ୟବସାୟୀ ଲୋକଙ୍କୁ ଦେଉଛନ୍ତି l ଏପରିକି ହୋଟେଲ ମାନଙ୍କରେ ଗହଳି ଦେଖିବାକୁ ମିଳୁଛି । ସୋରଡା ବ୍ଲକ ପାହାଡିଆ ଅଞ୍ଚଳ ହୋଇଥିବାରୁ ପାଣିର ଅଭାବ ଯୋଗୁ ଆଗେ ଲୋକ ମାନେ ନିଜର ଖାଇବା ପାଇଁ କିଛି ଜାଗାରେ ମାଣ୍ଡିଆ ଚାଷ କରି ଚଳୁଥିଲେ । ଅଧିକାଂଶ ଜମି ପଡିଆ ରହୁଥିଲା । ଧନୀ ଶ୍ରେଣୀର ଲୋକମାନେ ମାଣ୍ଡିଆ ଜାଉ ଖାଉଥିବା ଲୋକଙ୍କୁ ଛୋଟ ନଜରରେ ଦେଖୁଥିଲେ । କିନ୍ତୁ ବର୍ତ୍ତମାନ ବଡବଡିଆ ମାନେ ମଧ୍ୟ୍ୟ ମାଣ୍ଡିଆ ଜାଉକୁ ବେଶ ପସନ୍ଦ କରୁଛନ୍ତି । ଏହାର ଚାହିଦା ଦେଖି ସରକାରଙ୍କ ତରଫରୁ ଚାଷୀଙ୍କୁ ଅଧିକ ମାଣ୍ଡିଆ ଚାଷ କରିବା ପାଇଁ ସବୁ ପ୍ରକାର ସୁବିଧା ଯୋଗାଇଛନ୍ତି । ଯାହାଫଳରେ ସୋରଡା ବ୍ଲକର 20 ପଞ୍ଚାଯତର 130 ଗ୍ରାମର ପ୍ରାୟ 2000 ଚାଷୀ ବର୍ତ୍ତମାନ ମାଣ୍ଡିଆ ଚାଷ କରୁଛନ୍ତି । ଅଞ୍ଚଳର 700 ହେକ୍ଟର ଜମିରେ ଧାଡି ରୁଆ କରି ମାଣ୍ଡିଆ ଚାଷ କରାଯାଉଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)