News

ଏଥର MFOI 2024 ରେ କ'ଣ ରହିଛି ନୂଆ ?

କୃଷି ଜାଗରଣ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ହେଉଛି "MILLIONAIRE FARMERS OF INDIA AWARD " ଯାହାର ମୁଖ୍ୟ ପ୍ରାୟୋଜକ ରହିଥିଲା ମହିନ୍ଦ୍ରା ଟ୍ରାକ୍ଟରସ l ଯାହାର ପ୍ରଥମ ସଂସ୍କରଣ ୨୦୨୩ ମସିହାରେ IARI, ମେଳା ପଡ଼ିଆ, ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା l

18 November, 2024 1:46 PM IST By: Tanushree Mahapatra

ନିକଟରେ ୨୦୨୩ ଆର୍ଥିକ ବର୍ଷରେ ଆମ ସଂସ୍ଥା କୃଷି ଜାଗରଣ ନେଇଥିଲା ଏକ ବଡ଼ ପଦକ୍ଷେପ l ଯାହା କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲା l ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ଏପରି ଏକ ବୈପ୍ଲବିକ ପଦକ୍ଷେପ ନେଇଥିଲା କୃଷି ଜାଗରଣ l ଯାହା ମାଧ୍ୟମରେ ଦେଶରେ କୋଣ ଅନୁକୋଣରେ ଥିବା ଦକ୍ଷ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l ବ୍ଲକ କ୍ଷେତ୍ରରୁ ଆରମ୍ଭ କରି ରାଜ୍ୟସ୍ତରୀୟ କ୍ଷେତ୍ରରେ ଚାଷୀ ହୋଇଥିଲେ ସମ୍ମାନିତ l ଯାହା ଚାଷୀଙ୍କୁ କ୍ଷେତ୍ରରେ ଏକ ଖୁସିର ମାହୋଲ ସୃଷ୍ଟି କରିଥିଲା l

କୃଷି ଜାଗରଣ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ହେଉଛି "MILLIONAIRE FARMERS OF INDIA AWARD " ଯାହାର ମୁଖ୍ୟ ପ୍ରାୟୋଜକ ରହିଥିଲା ମହିନ୍ଦ୍ରା ଟ୍ରାକ୍ଟରସ l ଯାହାର ପ୍ରଥମ ସଂସ୍କରଣ ୨୦୨୩ ମସିହାରେ IARI, ମେଳା ପଡ଼ିଆ, ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା l

ଦ୍ଵିତୀୟ ସଂସ୍କରଣ ମଧ୍ୟ IARI, ମେଳା ପଡ଼ିଆ, ନୂଆଦିଲ୍ଲୀରେ ଡିସେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ l "MILLIONAIRE FARMERS OF INDIA AWARD" ଅଧୀନରେ ଦୁଇଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ପ୍ରଥମଟି ହେଲା MFOI Samridh Kisan Utsav ଏବଂ ଦ୍ଵିତୀୟଟି ହେଲା "MFOI VVIF Kisan Bharat Yatra " l ଏହି ଦୁଇଟି କାର୍ଯ୍ୟକ୍ରମ ବିଭିନ୍ନ ରାଜ୍ୟର କୃଷି ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ସହାୟତାରେ ଆୟୋଜନ କରାଯାଇଥିଲା ଯାହାକି ଅନେକ ସଫଳତା ସାଉଁଟିଥିଲା l

ତେବେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ କିଛି ନୂଆ ହେବାକୁ ଯାଉଛି l ଏହି କାର୍ଯ୍ୟକ୍ରମରେ hybrid cross X -35 ମୂଳା ଭେରାଇଟି ପାଇଁ କ୍ୟାଟେଗୋରୀ ସ୍ପନସର ରହିଛି ସୋମାନି ସିଡ୍ସ , ଇଣ୍ଡମ 13405 ଭେରାଇଟି ଟମାଟର ପାଇଁ କ୍ୟାଟେଗୋରୀ ସ୍ପନସର ରହିଛି ଇଣ୍ଡୋ ଆମେରିକାନ ହାଇବ୍ରିଡ଼ ସିଡ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ଏବଂ ଯାଇଟନିକ କିନୋ ପାଇଁ କ୍ୟାଟେଗୋରୀ ସ୍ପନସର ରହିଛି ଜୟଡେକ୍ସ କମ୍ପାନୀ l ତେବେ ଆପଣ ମଧ୍ୟ ଆମ ସହିତ ସାମିଲ ହୋଇପାରିବେ l ଅଧିକ ତଥ୍ୟ ଜାଣିବାକୁ ନିମ୍ନରେ ଦିଆଯାଇଥିବା ଲିଙ୍କ କୁ ଯାଆନ୍ତୁ l

 

MFOI 2024 LINK - https://millionairefarmer.in