News

କଞ୍ଚା ଝୋଟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ

୨୦୨୫-୨୬ ଋତୁ ପାଇଁ କଞ୍ଚା ଝୋଟ (TD-3 ବର୍ଗ)ର MSP ପ୍ରତି କ୍ୱିଣ୍ଟାଲ ୫,୬୫୦ ଟଙ୍କା ସ୍ଥିର କରାଯାଇଛି। ଏହା ସର୍ବଭାରତୀୟ ସ୍ତରରେ ଉତ୍ପାଦନର ହାରାହାରି ଖର୍ଚ୍ଚ ତୁଳନାରେ ୬୬.୮ ପ୍ରତିଶତ ରିଟର୍ଣ୍ଣ ସୁନିଶ୍ଚିତ କରିବ।

23 January, 2025 5:15 PM IST By: Tanushree Mahapatra

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ) ୨୦୨୫-୨୬ ମାର୍କେଟିଂ ଋତୁ କଞ୍ଚା ଝୋଟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରାଯାଇଛି ।

୨୦୨୫-୨୬ ଋତୁ ପାଇଁ କଞ୍ଚା ଝୋଟ (TD-3 ବର୍ଗ)ର MSP ପ୍ରତି କ୍ୱିଣ୍ଟାଲ ୫,୬୫୦ ଟଙ୍କା ସ୍ଥିର କରାଯାଇଛି। ଏହା ସର୍ବଭାରତୀୟ ସ୍ତରରେ ଉତ୍ପାଦନର ହାରାହାରି ଖର୍ଚ୍ଚ ତୁଳନାରେ ୬୬.୮  ପ୍ରତିଶତ ରିଟର୍ଣ୍ଣ ସୁନିଶ୍ଚିତ କରିବ। ୨୦୨୫-୨୬ ବିପଣନ ଋତୁ କଞ୍ଚା ଝୋଟ ପାଇଁ ସୁପାରିଶ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବଭାରତୀୟ ସ୍ତରରେ ଉତ୍ପାଦନର ହାରାହାରି ମୂଲ୍ୟର ଅତି କମରେ ୧.୫ ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବାର ଅନୁରୁପ l ଯାହା ସରକାର ୨୦୧୮-୧୯ ବଜେଟରେ ଘୋଷଣା କରିଥିଲେ।

ପୂର୍ବ ମାର୍କେଟିଂ ଋତୁ ୨୦୨୪-୨୫ ତୁଳନାରେ ୨୦୨୫-୨୬ ମାର୍କେଟିଂ ଋତୁ ପାଇଁ କଞ୍ଚା ଝୋଟ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩୧୫ ଟଙ୍କା ଅଧିକ। ଭାରତ ସରକାର କଞ୍ଚା ଝୋଟ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୧୪-୧୫ରେ ପ୍ରତି କ୍ୱିଣ୍ଟାଲ ୨୪୦୦ ଟଙ୍କାରୁ ବୃଦ୍ଧି କରି ୨୦୨୫-୨୬ ପାଇଁ ୫,୬୫୦ ଟଙ୍କା କରିଛନ୍ତି, ଯାହାଦ୍ୱାରା କଞ୍ଚା ଝୋଟ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ୩୨୫୦ ଟଙ୍କା ବୃଦ୍ଧି ପାଇଛି । ୨.୩୫ ଗୁଣ ବୃଦ୍ଧି ରେକର୍ଡ କରାଯାଇଛି।

୨୦୧୪-୧୫ ରୁ ୨୦୨୪-୨୫ ସମୟ ମଧ୍ୟରେ ଝୋଟ ଚାଷୀମାନଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୧୩୦୦ କୋଟି ଟଙ୍କା ଥିଲା, ଯେତେବେଳେ ୨୦୦୪-୦୫ ରୁ ୨୦୧୩-୧୪ ସମୟ ମଧ୍ୟରେ ଏହି ପରିମାଣ ୪୪୧ କୋଟି ଟଙ୍କା ଥିଲା।

ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ୪୦ ଲକ୍ଷ ଚାଷୀ ପରିବାରର ଜୀବିକା ଝୋଟ ଶିଳ୍ପ ଉପରେ ନିର୍ଭର କରେ। ପ୍ରାୟ ୪ ଲକ୍ଷ ଶ୍ରମିକ ଝୋଟ କଳ ଏବଂ ଝୋଟ ବାଣିଜ୍ୟରେ ସିଧାସଳଖ ନିଯୁକ୍ତି ପାଆନ୍ତି। ଗତ ବର୍ଷ ୧ ଲକ୍ଷ ୭୦ ହଜାର ଚାଷୀଙ୍କଠାରୁ ଝୋଟ କିଣାଯାଇଥିଲା। ୮୨% ଝୋଟ ଚାଷୀ ପଶ୍ଚିମବଙ୍ଗର, ଯେତେବେଳେ ଆସାମ ଏବଂ ବିହାର ବାକି ଝୋଟ ଉତ୍ପାଦନର ୯% (ପ୍ରତ୍ୟେକ) ଅବଶିଷ୍ଟ ଝୋଟ ଉତ୍ପାଦନ କରନ୍ତି।

ଭାରତୀୟ ଝୋଟ ନିଗମ (JCI) କେନ୍ଦ୍ର ସରକାରଙ୍କ ନୋଡାଲ୍ ଏଜେନ୍ସି ଭାବରେ ମୂଲ୍ୟ ସମର୍ଥନ କାର୍ଯ୍ୟ ଜାରି ରଖିବ ଏବଂ ଏପରି କାର୍ଯ୍ୟରେ, ଯଦି କୌଣସି କ୍ଷତି ହୁଏ, ତେବେ କେନ୍ଦ୍ର ସରକାର କ୍ଷତିକୁ ସମ୍ପୂର୍ଣ୍ଣ ଭାବରେ ଭରଣା କରିବେ।

Read more

ଭାରତ କଫି ଉତ୍ପାଦନ ଏବଂ ରପ୍ତାନିରେ ଅଭିବୃଦ୍ଧି

1.72 ଲକ୍ଷ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ