News

ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଲେ ଭାରତର ହରନାଜ

ଦୀର୍ଘ ୨୧ ବର୍ଷ ପରେ ଭାରତକୁ ଫେରିଛି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ । ଭାରତର ହରନାଜ ସାନ୍ଧୁ ୨୦୨୧ ମସିହା ବ୍ରାହ୍ମଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ମୁକୁଟ ଜିତିଛନ୍ତି ।

14 December, 2021 1:54 PM IST By: Sudesna Nayak

ଦୀର୍ଘ ୨୧ ବର୍ଷ ପରେ ଭାରତକୁ ଫେରିଛି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ । ଭାରତର ହରନାଜ ସାନ୍ଧୁ ୨୦୨୧ ମସିହା ବ୍ରାହ୍ମଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ମୁକୁଟ ଜିତିଛନ୍ତି । ଇସ୍ରାଏଲର ଇଲାଟରେ ଅନୁଷ୍ଠିତ ୭୦ତମ ମିସ୍‌ ୟୁନିଭର୍ସରେ ହାରନାଜ ପ୍ରାୟ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।

ଭାରତର ହରନାଜ କୌର ସାନ୍ଧୁ ମିସ୍ ୟୁନିଭର୍ସ-୨୦୨୧ ଟାଇଟେଲ ଜିତିଛନ୍ତି । ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ହରନାଜ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ।

ପଞ୍ଜାବର ୨୧ ବର୍ଷୀୟ ହରନାଜ ୭୦ ତମ ମିସ୍ ୟୁନିଭର୍ସ ହୋଇଛନ୍ତି। ୨୦୨୦ର ମିସ୍‌ ୟୁନିଭର୍ସ ମେକ୍ସିକୋର ଆଣ୍ଡ୍ରେଆ ମେଜା ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ । ଏହାକୁ ମିଶାଇ ଭାରତ ତୃତୀୟ ଥର ଏହି ଟାଇଟେଲ ହାସଲ କରିଛି।

ଡିସେମ୍ବର ୧୨ ରେ ଅନୁଷ୍ଠିତ ମିସ୍ ୟୁନିଭର୍ସ-୨୦୨୧ କାର୍ଯ୍ୟକ୍ରମରେ ପାରାଗୁୟେର ୨୨ ବର୍ଷୀୟ ନାଦିଆ ଫରେରା ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଦକ୍ଷିଣ ଆଫ୍ରିକାର ୨୪ ବର୍ଷୀୟ ଲାଲେଲା ମସ୍‌ୱାନେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

୨୦୦୦ ମସିହାର ବଲିଉଡ ଅଭିନେତ୍ରୀ ଲାରା ଦତ୍ତ ବ୍ରହ୍ମାଣ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ। ଏହାପରେ ଭାରତର ଆଉ କୌଣସି ପ୍ରତିଯୋଗୀ ଏହି ସଫଳତା ଆଣିନଥିଲେ। ଏବେ ହରନାଜ୍ ୨୧ ବର୍ଷ ପରେ ଭାରତକୁ ଏହି ଗୌରବ ଆଣିଦେଇଛନ୍ତି।

ଚଣ୍ଡୀଗଡର ସିଖ୍ ପରିବାରରେ ୨୧ ବର୍ଷୀୟ ହରନାଜଙ୍କ ଜନ୍ମ । ପବ୍ଲିକ ଆଡମିନଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ୧୭ ବର୍ଷ ବୟସରୁ ଏହି ଯାତ୍ରା ଆରମ୍ଭ କରିଥିଲେ ହରନାଜ ।