News

କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଭେଟି; ୩% ବଢ଼ିଲା ମହଙ୍ଗା ଭତ୍ତା,ଜାଣନ୍ତୁ...

କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାର ବଡ଼ ଆରାମ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଜାନୁଆରୀ ୧, ୨୦୨୨ ରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ DA ଏବଂ DR ରେ ୩% ବୃଦ୍ଧି ଅନୁମୋଦନ କରିଛି ।

30 March, 2022 4:06 PM IST By: Sudesna Nayak

କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାର (Modi Government)ବଡ଼ ଆରାମ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଜାନୁଆରୀ ୧, ୨୦୨୨ ରୁ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees)ଏବଂ ପେନସନଭୋଗୀ (Pensioners)ଙ୍କ ପାଇଁ DA ଏବଂ DR ରେ ୩% ବୃଦ୍ଧି ଅନୁମୋଦନ କରିଛି ।

ସୂଚନା ଅନୁୟାୟୀ,ଏହାପୂର୍ବରୁ ଅକ୍ଟୋବର ୨୦୨୧ ରେ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କ DA କୁ ୨୮% ରୁ ୩୧% କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୃଦ୍ଧି ପରେ, DA ୩୪ ପ୍ରତିଶତକୁ ବୃଦ୍ଧି ପାଇବ ।

ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀ (Central Government Employees)ଏବଂ ପେନସନଭୋଗୀ (Pensioners)ଙ୍କୁ ୩୧ ପ୍ରତିଶତ ହାରରେ DA ପ୍ରଦାନ କରାଯାଉଛି । କିନ୍ତୁ ସରକାର ଏହାକୁ ୩ ପ୍ରତିଶତ ବୃଦ୍ଧି କରି ୩୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି ।

କେନ୍ଦ୍ରୀୟ କର୍ମଚାରୀମାନ (Central Government Employees)ଙ୍କୁ ଏପ୍ରିଲର ଦରମା ସହିତ ନୂତନ ପ୍ରିୟତା ଭତ୍ତାର ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରାଯିବ । ଏପ୍ରିଲ ମାସରେ, ଗତ 3 ମାସର ସମସ୍ତ ବକେୟା କର୍ମଚାରୀମାନଙ୍କୁ ମଧ୍ୟ ଦିଆଯିବ । ୩ ପ୍ରତିଶତ ଡିଏ (DA)ବୃଦ୍ଧି ପରେ, କେନ୍ଦ୍ରୀୟ କର୍ମଚାରୀମାନେ (Central Government Employees)୭୩,୪୪୦ ରୁ ୨,୩୨,୧୫୨୨୦ ଟଙ୍କା ପର୍ଯ୍ୟନ୍ତ ବକେୟା ସୁବିଧା ପାଇବେ ।

ଲକ୍ଷ ଲକ୍ଷ କର୍ମଚାରୀ ହେବେ ଉପକୃତ,ଜାଣନ୍ତୁ...

ଏକ ଆକଳନ ଅନୁଯାୟୀ, DA ର ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରଙ୍କ ରାଜସ୍ବ ଉପରେ ବର୍ଷକୁ ୧୦,୦୦୦ କୋଟି ଟଙ୍କା ଭାର ବହନ କରିବାକୁ ପଡିବ । ଏହି ପଦକ୍ଷେପ ୪୭ ଲକ୍ଷ କର୍ମଚାରୀ (Employees)ଏବଂ ୬୮ ଲକ୍ଷ ପେନସନଭୋଗୀ (Pensioners)ଙ୍କୁ ଉପକୃତ କରିବ । ବାସ୍ତବରେ, ହୋଲି ପୂର୍ବରୁ ମଧ୍ୟ ସରକାର DA ବୃଦ୍ଧି ଘୋଷଣା କରିବେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହି ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଜରୁରୀ ଖବର! ମାର୍ଚ୍ଚ ଶେଷ ସୁଦ୍ଧା କରିନିଅନ୍ତୁ ଏହି କାମ; ମିଳିବ ୪,୫୦୦ ଟଙ୍କା

7th pay commission: ଖୁସିଖବର; ସରକାରୀ କର୍ମଚାରୀଙ୍କୁ ମିଳିବ ୨୦% ବକେୟା ଦେୟ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)