News

Modi Govt:ଖରିଫ ୠତୁରେ ବଢ଼ିବନି ସାରର ଦାମ; ସବସିଡ଼ି ବଢ଼ାଇ ପାରନ୍ତି ମୋଦି ସରକାର!

ଖରିଫ ୠତୁରେ ଧାନ ଓ ଅନ୍ୟାନ୍ୟ ଫସଲ ବୁଣିବା ପୂର୍ବରୁ ଚାଷୀଙ୍କ ପାଇଁ ଏକ ରିଲିଫ୍ ଖବର ଆଶା କରାଯାଏ । ଆଜି ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକରେ ଖରିଫ ୠତୁ ପାଇଁ ସାର ଉପରେ ଦିଆଯାଇଥିବା ସବସିଡି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇପାରେ ।

28 April, 2022 11:58 AM IST By: Sudesna Nayak

ଖରିଫ ୠତୁରେ ଧାନ ଓ ଅନ୍ୟାନ୍ୟ ଫସଲ ବୁଣିବା ପୂର୍ବରୁ ଚାଷୀ (Farmers)ଙ୍କ ପାଇଁ ଏକ ରିଲିଫ୍ ଖବର ଆଶା କରାଯାଏ । ଆଜି ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକରେ ଖରିଫ ୠତୁ ପାଇଁ ସାର (Fertilizers)ଉପରେ ଦିଆଯାଇଥିବା ସବସିଡି (Subsidy)ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇପାରେ ।

ସୂଚନା ଅନୁଯାୟୀ, ସବସିଡି (Subsidy) ବୃଦ୍ଧି ଯୋଗୁଁ କୃଷକ (Farmers)ମାନଙ୍କ ପାଇଁ ଉପଲବ୍ଧ ସାର (Fertilizers)ର ମୂଲ୍ୟ ବୃଦ୍ଧି ହେବ ନାହିଁ ଓ ସେମାନେ ପୁରୁଣା ମୂଲ୍ୟରେ ସାର ପାଇପାରିବେ ।

ସରକାରୀ ସୂତ୍ର ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ଗତ ବର୍ଷ ଜାନୁଆରୀରୁ ସାର (Fertilizers)ର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯେଉଁ କାରଣରୁ ଦେଶରେ ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏଥିସହ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ (Russia-Ukraine War) ହେତୁ ଭାରତରେ ସାର ଆମଦାନୀ ମଧ୍ୟ ପ୍ରଭାବିତ ହୋଇଛି । ଏଭଳି ପରିସ୍ଥିତିରେ ସାର ଉପରେ ଦିଆଯାଇଥିବା ସବସିଡି (Subsidy)ବୃଦ୍ଧି କରି ମୂଲ୍ୟ ବୃଦ୍ଧିରୁ ରକ୍ଷା ପାଇବ ।

ସାରର ଅଭାବ ରହିବ ନାହିଁ,ଜାଣନ୍ତୁ...

ଚଳିତ ବର୍ଷ ବିଶ୍ୱର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସାର (Fertilizers)ର ଅଭାବ ରହିବ ନାହିଁ । ସୂତ୍ରରୁ ପ୍ରକାଶ ଯେ ଚଳିତ ବର୍ଷ ଖରିଫ ୠତୁରେ ୩୫୪ ଲକ୍ଷ ଟନ୍ ସାରର ଚାହିଦା ରହିଛି (ଯାହାର ବିହନ ଜୁନ୍-ଜୁଲାଇ ମାସରୁ ଆରମ୍ଭ ହେବ) ଯେତେବେଳେ ଏହାର ଉପଲବ୍ଧତା ୪୫୮ ଲକ୍ଷ ଟନ୍ ହେବ । ଏଥିରେ ଉଭୟ ଘରୋଇ ଏବଂ ଆମଦାନୀ ହୋଇଥିବା ସାର (Fertilizers) ଅନ୍ତର୍ଭୁକ୍ତ ।

ବଜେଟରେ ସାର ଉପରେ ସବସିଡି ହ୍ରାସ ଘୋଷଣା,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଫେବୃଆରୀ ମାସରେ, ଯେତେବେଳେ ସରକାର ବଜେଟ୍ (Budget) ଉପସ୍ଥାପନ କରିଥିଲେ, ସେତେବେଳେ ସାର (Fertilizers) ଉପରେ ସବସିଡି (Subsidy)ରେ ବିରାଟ କଟ୍ ଘୋଷଣା କରାଯାଇଥିଲା । ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance minister nirmala sitharaman) ୟୁରିଆ ସବସିଡି ପାଇଁ ୬୩ ହଜାର ୨୨୨ କୋଟି ଟଙ୍କା ଆବଣ୍ଟନ କରିଛନ୍ତି ।

ଋଷ-ୟୁକ୍ରେନ ଯୁଦ୍ଧରେ ଭାରତକୁ ଲାଗିଲା ବଡ଼ ଝଟକା! ସାର ମୂଲ୍ୟରେ ୪୦ ପ୍ରତିଶତ ବୃଦ୍ଧି

ହରିୟାଣା ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ସାର ବିକ୍ରି କରୁଥିବା 88 ଟି ଦୋକାନର ଲାଇସେନ୍ସ ନିଲମ୍ବିତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)