News

ଜୈବିକ କୃଷି ଉପରେ ଦିଆଯିବ ଅଧିକ ଗୁରୁତ୍ଵ!

ବର୍ତ୍ତମାନ ଠାରୁ ଜୈବିକ କୃଷି ଉପରେ ଦିଆଯିବ ଅହୁରି ଅଧିକ ଗୁରୁତ୍ଵ । ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ନୂଆ ନୂଆ ପଦକ୍ଷେପ । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ବୈଦେଶିକ ବଜାରକୁ ପଠାଇବା ପାଇଁ ବ୍ୟବସ୍ଥା ମଧ୍ୟ କରିବେ ସରକାର।

21 December, 2024 12:00 PM IST By: Tanushree Mahapatra

ଜୈବିକ ଚାଷ ଯାହା ମାଟିର ଗୁଣବତ୍ତାକୁ ରକ୍ଷା କରେ l ଜୈବିକ ଚାଷ କରିବା ଦ୍ୱାରା ଚାଷ ହେଉଥିବା ପନିପରିବା ତଥା ଅନ୍ୟ ଅମଳ ଉତ୍ପାଦନ ଗୁଣବତ୍ତା ଉଚ୍ଚାମାନର ହୋଇଥାଏ l ଜୈବିକ ଚାଷ ବିଭିନ୍ନ ଜିଲ୍ଲାରେ ଚାଷୀ କରୁଛନ୍ତି l ଅମଳ ମଧ୍ୟ ଅଧିକ ହୋଇଥାଏ l ରାସାୟନିକ ଚାଷ ଅପେକ୍ଷା ଜୈବିକ ଚାଷ ଅତ୍ୟନ୍ତ ଲାଭଦାୟକ l

ଆମ ରାଜ୍ୟ ଓଡ଼ିଶାରେ ଅଧିକ ଲୋକ କୃଷି ଉପରେ ନିର୍ଭର କରନ୍ତି l ଧାନ ଅଧିକ ଚାଷ ହୋଇଥାଏ l ଏପରିକି ଆମ ରାଜ୍ୟ ଓଡ଼ିଶାର କୃଷି ନୀତିକୁ ଅନ୍ୟ ରାଜ୍ୟ ଓ ଦେଶ ମଧ୍ୟ ଆପଣାଉଛନ୍ତି l ବର୍ତ୍ତମାନ ଧାନ ଚାଷ ସହିତ ଅନ୍ୟ ପ୍ରକାର ପନିପରିବା ଚାଷ , ମାଣ୍ଡିଆ ଚାଷ , ଫଳ ଚାଷ ମଧ୍ୟ ଚାଷୀ କରୁଛନ୍ତି l ଚାଷୀଙ୍କୁ ସରକାର ବିଭିନ୍ନ ପ୍ରକାର କୃଷି ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି l ବିଭିନ୍ନ ଯୋଜନା ମଧ୍ୟ ଚାଷୀଙ୍କ ପାଇଁ ପ୍ରଚଳିତ କରାଯାଉଛି l

ମାଗଣା ବିହନ ଠାରୁ ଆରମ୍ଭ କରି କୃଷି ଯନ୍ତ୍ରପାତି ମଧ୍ୟ ଅଳ୍ପ ଦର ତଥା ମାଗଣାରେ ମଧ୍ୟ ଚାଷୀଙ୍କୁ ପ୍ରଦାନ କରାଯାଉଛି l ତେବେ ବର୍ତ୍ତମାନ ଠାରୁ ଜୈବିକ କୃଷି ଉପରେ ଦିଆଯିବ ଅହୁରି ଅଧିକ ଗୁରୁତ୍ଵ । ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ନୂଆ ନୂଆ ପଦକ୍ଷେପ । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ବୈଦେଶିକ ବଜାରକୁ ପଠାଇବା ପାଇଁ ବ୍ୟବସ୍ଥା ମଧ୍ୟ କରିବେ ସରକାର। ଏନେଇ ଗତକାଲି ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ।

ଗତକାଲି କୃଷି ନୀତି ଉପରେ ଏକ ବୈଠକ ବସିଥିଲା ଯେଉଁଠି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କୃଷିରେ ଅନ୍ୟ ବିଭିନ୍ନ କୃଷି ସହ ଆନୁସଙ୍ଗିକ କୃଷିକୁ ନଜରରେ ରଖି ନୂତନ କୃଷି କୃଷି ନୀତି ପ୍ରସ୍ତୁତ କରାଯିବ l ଏହି ବୈଠକରେ ବିଭିନ୍ନ କୃଷି ବୈଜ୍ଞାନିକ ସାମିଲ ହୋଇଥିଲେ ଏବଂ ନିଜ କୃଷି ରିସର୍ଚ୍ଚ ଉପରେ ମଧ୍ୟ ବର୍ଣ୍ଣନା କରିଥିଲେ l ତେବେ ସମସ୍ତ ନୂତନ ତଥ୍ୟକୁ ଆଧାର କରି ନୂତନ କୃଷି ନୀତି ପ୍ରସ୍ତୁତ କରାଯିବ କହିଥିଲେ କୃଷି ସଚିବ ଅରବିନ୍ଦ ପାଢ଼ୀ।

Read more:

କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର ମଞ୍ଜୁରୀ!

ପେଷାରେ ଶିକ୍ଷକ, ନିସାରେ ସଫଳ ଚାଷୀ