News

୨ ରୁ ସକାଳୁଆ ସ୍କୁଲ

-ମେ ୭ ରୁ ଖରା ଛୁଟି -୬.୩୦ ରୁ ୧୦.୩୦ ପାଠ ପଢା -୧୦ ଟାରେ ମଧ୍ୟାହ୍ନଭୋଜନ

25 March, 2019 10:25 AM IST By: KJ Staff

-ମେ ୭ ରୁ ଖରା ଛୁଟି
-୬.୩୦ ରୁ ୧୦.୩୦ ପାଠ ପଢା
-୧୦ ଟାରେ ମଧ୍ୟାହ୍ନଭୋଜନ


ଚଳିତବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପ୍ରିଲ ୨ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ସହିତ ସକାଳୁଆ ସ୍କୁଲ କରାଯିବ ଲାଗି ସମସ୍ତ ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି |୩ ରୁ ବିଧିବଦ୍ଧ ଭାବେ ସକାଳୁଆ ସ୍କୁଲ କରିବାକୁ ପ୍ରାଥମିକ ,ଉଚ୍ଚପ୍ରାଥମିକ ,ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ନିର୍ଦେଶକଙ୍କୁ ସମେତ ମଧ୍ୟାହ୍ନ ଭୋଜନ ରାଜ୍ୟ ସଂଯୋଗକ ଙ୍କୁ ବି ନିର୍ଦେଶ ଦିଆଯାଇଛି |


ଶନିବାର ଗଣଶିକ୍ଷା ବିଭାଗ ର  ସଚିବ ଅଶୋକ କୁମାର ରଥ ଦେଇଥିବା ନିର୍ଦେଶନାମାରେ ଦର୍ଶାଇଛନ୍ତି ଯେ ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟିରେ ରଖୁ ସରକାରଙ୍କ ପକ୍ଷରୁ ପୂର୍ବାହ୍ନ ସାଢେ ୭ ଟାରୁ ବିଦ୍ୟାଳୟ ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାଢେ ୧୦ ଟାରେ ସ୍କୁଲ ବନ୍ଦ ହେବ |୧୦ ଟାରେ ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀଙ୍କୁ ପରସା ଯିବା ଏବଂ ୧୧ ଟା ପରେ କୌଣସି ବିଦ୍ୟାଳରେ ଯେପରି ପାଠପଢା ହେଉ ନଥାଏ ସେଥିପ୍ରତି ଧ୍ୟାନ ଦେବାକୁ ସରକାରଙ୍କ ଙ୍କ ପକ୍ଷରୁ କୁହାଯାଇଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)