News

ଜାୟଡେକ୍ସ ଓ କୃଷି ଜାଗରଣ ମଧ୍ୟରେ MoU ସ୍ଵାକ୍ଷର

ଦେଶର କୃଷି ଓ କୃଷକଙ୍କ ପାଇଁ ସର୍ବଦା ଚେଷ୍ଟିତ ଥିବା କୃଷି ଜାଗରଣର ସଂସ୍ଥା ଏବଂ ସମ୍ପାଦକ ଏମ.ସି ଡୋମିନିକଙ୍କ( Editor-in-chief Krishi Jagran Media Group ) ପ୍ରୟାସକୁ ସମସ୍ତେ ଭୂରି ଭୂରି ପ୍ରଶଂସା କରିଥିଲେ । ଏଥି ସହ କୃଷି ଜାଗରଣ (Krishi Jagran) କେଯେ ଚୌପାଲ ପରିସରରେ ସମସ୍ତଙ୍କ ଦ୍ୱାରା ଦିଆଯାଇଥିବା ବକ୍ତବ୍ୟ କୃଷି ଜାଗରଣର ସମସ୍ତ ସଦସ୍ୟଙ୍କୁ ଉତ୍ସାହ ଯୋଗାଇଥିବା ଦେଖିବାକୁ ମିଳିଥିଲା ।

27 January, 2025 4:43 PM IST By: Tanushree Mahapatra

କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୮ ବର୍ଷରୁ ଅଧିକ କୃଷି ଜାଗରଣ ( krishi Jagran ) କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ । ତେବେ, ଆଜି( ସୋମବାର ) କୃଷି ଜାଗରଣ ( Krishi Jagran ) ପାଇଁ ଏକ ବିଶେଷ ଦିନ । କୃଷି ଜାଗରଣ କେଯେ ଚୌପାଲରେ ଯୋଗ ଦେଲେ ଡଃ ଅଜ୍ଞ ଈଶ୍ୱରଲାଲ ରଙ୍କା ( Chairman and Managing Director of Zydex Industries Pvt. Ltd ) ।

ଦେଶର କୃଷି ଓ କୃଷକଙ୍କ ପାଇଁ ସର୍ବଦା ଚେଷ୍ଟିତ ଥିବା କୃଷି ଜାଗରଣର ସଂସ୍ଥା ଏବଂ ସମ୍ପାଦକ ଏମ.ସି ଡୋମିନିକଙ୍କ( Editor-in-chief Krishi Jagran Media Group ) ପ୍ରୟାସକୁ ସମସ୍ତେ ଭୂରି ଭୂରି ପ୍ରଶଂସା କରିଥିଲେ । ଏଥି ସହ କୃଷି ଜାଗରଣ (Krishi Jagran) କେଯେ ଚୌପାଲ ପରିସରରେ ସମସ୍ତଙ୍କ ଦ୍ୱାରା ଦିଆଯାଇଥିବା ବକ୍ତବ୍ୟ କୃଷି ଜାଗରଣର ସମସ୍ତ ସଦସ୍ୟଙ୍କୁ ଉତ୍ସାହ ଯୋଗାଇଥିବା ଦେଖିବାକୁ ମିଳିଥିଲା । ଦେଶରେ ଜୈବିକ ଚାଷରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଜାୟଡେକ୍ସ ଓ କୃଷି ଜାଗରଣ ମଧ୍ୟରେ MoU ସ୍ଵାକ୍ଷର l ଜୈବିକ ଚାଷ କରିବା ଦ୍ୱାରା ଚାଷୀଙ୍କ ଅମଳ ଦ୍ଵିଗୁଣ ହେବା ସହିତ ଆୟ ମଧ୍ୟ ଦ୍ଵିଗୁଣ ହେବ l

ଜୈବିକ କୃଷି:-

ଜୈବିକ କୃଷି ଭାରତରେ ବହୁ ପୁରାତନ ହୋଇ ଆସିଛି । କିନ୍ତୁ, ଚାଷୀ ଅଧିକ ଉତ୍ପାଦନ ଅଳ୍ପ ସମୟ ମଧ୍ୟରେ ପାଇବାକୁ ରାସାୟନିକ ସାର ବ୍ୟବହାର କରିବା ଆରମ୍ଭ କରିବା ଯୋଗୁଁ ଚାଷ ଜମି ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି l କିନ୍ତୁ, ଅନ୍ୟପଟେ ଜୈବିକ କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ଚାଷୀଙ୍କ ଭିତରେ ନୂଆ ଜାଗରଣ ସୃଷ୍ଟି କରିଛି l ଏକ ସୁସ୍ଥ ଓ ସବୁଜ ସମାଜ ଗଢ଼ିବାରେ ଜୈବିକ କୃଷିର ଭୂମକା ଅତୁଳନୀୟ ହୋଇପାରିଛି । ଜୈବିକ ଉତ୍ପାଦକୁ ବ୍ୟବସାୟିକ ଦିଗରେ ମଧ୍ୟ ଚାଷୀ ଉପଯୋଗ କରିପାରିବେ । ଖାଉଟିଙ୍କ ସ୍ବାସ୍ଥ୍ୟ ରକ୍ଷା ହେବା ସହ କୃଷକଙ୍କ ଆୟ ବଢ଼ିବ l ବ୍ୟବସାୟୀଙ୍କ ପାଇଁ ଜୈବ ଉତ୍ପାଦର ବଜାର ସୃଷ୍ଟି ହୋଇଥାଏ । ସରକାର ମଧ୍ୟ ଜୈବିକ ଚାଷକୁ ଉତ୍ସାହିତ କରୁଛନ୍ତି l

ଜାୟଡେକ୍ସ କମ୍ପାନୀ:-

ଜାଇଡେକ୍ସ ଗ୍ରୁପ୍ ଏକ ସ୍ୱତନ୍ତ୍ର ରାସାୟନିକ କମ୍ପାନୀ ଯାହା ୧୯୯୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ସେମାନେ ବୟନ, କୃଷି, ନିର୍ମାଣ ଶିଳ୍ପ ପାଇଁ ରାସାୟନିକ ପ୍ରଯୁକ୍ତିବିଦ୍ୟା ବିକାଶ ଏବଂ ବିକ୍ରୟ କରନ୍ତି । ଜାଇଡେକ୍ସ ର ଉତ୍ପାଦଗୁଡ଼ିକ ସେମାନେ ସେବା ପ୍ରଦାନ କରୁଥିବା ଶିଳ୍ପଗୁଡ଼ିକର ପରିବେଶଗତ ପ୍ରଭାବକୁ ହ୍ରାସ କରିବା ପାଇଁ ଡିଜାଇନ୍ କରାଯାଇଛି । ଜାଇଡେକ୍ସର ଉତ୍ପାଦଗୁଡ଼ିକ ସ୍ଥାୟୀ ଏବଂ ପ୍ରାକୃତିକ ସମ୍ବଳକୁ ସଂରକ୍ଷଣ ପାଇଁ ଡିଜାଇନ୍ କରାଯାଇଛି । ଚାଷୀଙ୍କ ପାଇଁ ଜୈବିକ ଚାଷ କରିବାକୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରାଯାଇଛି l ଯାହାକୁ ବ୍ୟବହାର କରି ଚାଷୀଙ୍କ ଅମଳ ବୃଦ୍ଧି ହେବା ସହିତ ମାଟିର ମାନ ରେ ମଧ୍ୟ ଉନ୍ନତି ଆସିବ l ପନିପରିବା ଠାରୁ ଆରମ୍ଭ କରି ଫଳ ଚାଷରେ ମଧ୍ୟ ଏହି କମ୍ପାନୀର ସାର ବ୍ୟବହାର କରାଯାଇପାରିବ l ତେବେ ଏଭଳି କମ୍ପାନୀର ସହଯୋଗ କୃଷି ଜାଗରଣ ପାଇଁ ନିହାତି ଏକ ଖୁସିର ବିଷୟ l

Read more

Pusa Riddhi: ଏହି ଉନ୍ନତ କିସମରେ ଅଧିକ ଲାଭ !

ବଡ଼ ଖବର: ସବ୍‌ସିଡିରେ ମିଳୁଛି ୨୦ ଲକ୍ଷ ଲୋନ୍‌ !