News

ସେପ୍ଟେମ୍ବର 27 ହାଇଦ୍ରାବାଦରେ ହେବ MSP କମିଟି ଦ୍ବିତୀୟ ବୈଠକ

ସର୍ବନିମ୍ନ ସହାୟତା ମୂଲ୍ୟ (MSP), ପ୍ରାକୃତିକ ଚାଷ, ଫସଲର ବିବିଧକରଣ ଉପରେ ଗଠିତ କମିଟି(MSP panel)ର ଦ୍ୱିତୀୟ ବୌଠକ 27 ସେପ୍ଟେମ୍ବର 2022ରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ।

19 September, 2022 12:29 PM IST By: Shuvanshu Kar

ସର୍ବନିମ୍ନ ସହାୟତା ମୂଲ୍ୟ (MSP), ପ୍ରାକୃତିକ ଚାଷ, ଫସଲର ବିବିଧକରଣ ଉପରେ ଗଠିତ କମିଟି(MSP panel)ର ଦ୍ୱିତୀୟ ବୌଠକ 27 ସେପ୍ଟେମ୍ବର 2022ରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ। ସରକାରଙ୍କ ଦ୍ୱାରା ଗଠିତ ଏହି କମିଟିର ପ୍ରଥମ ବୈଠକ ପୂର୍ବତନ କୃଷି ସଚିବ ସଞ୍ଜୟ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ 22 ଅଗଷ୍ଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ପୂର୍ବ ବୈଠକରେ ବିଭିନ୍ନ ବିଷୟ ଉପରେ ବିଚାରବିମର୍ଶ ପାଇଁ ତିନୋଟି ସବ ଗ୍ରୁପ ଗଠନ ହୋଇଥିଲା ।

ଏମଏସପି କମିଟିରେ ଅଧ୍ୟକ୍ଷଙ୍କ ସମେତ 26 ଜଣ ସଦସ୍ୟ ଥିବାବେଳେ ସଂଯୁକ୍ତ କିସାନ୍ ମୋର୍ଚ୍ଚା (SKM)ର 3 ଜଣ ପ୍ରତିନିଧୀଙ୍କୁ ସାମିଲ କରିବା ନେଇ ପ୍ରସ୍ତାବ ଦିଆଯାଇଥିଲା । ହେଲେ ଏସକେଏମ କମିଟିକୁ ପ୍ରତ୍ୟାଖ୍ୟାନ କରି ବୈଠକରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି ।

ଦ୍ୱିତୀୟ ବୈଠକ ସେପ୍ଟେମ୍ବର 27ରେ ହାଇଦ୍ରାବାଦର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଏଗ୍ରିକଲଚର ଏକ୍ସଟେନସନ ମ୍ୟାନେଜମେଣ୍ଟ (MANAGE) ପରିସରରେ ଅନୁଷ୍ଠିତ ହେବ । ସମ୍ଭବତଃ ଏହି କମିଟି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ନେଇ ସୂଚନା ରହିଛି ।

କୃଷି ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଏହି ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ ଏବଂ ସ୍ୱଚ୍ଛ କରି ଦେଶର କୃଷକମାନଙ୍କୁ ଏମଏସପି ଯୋଗାଇବାର ଉପାୟ ପରାମର୍ଶ ଦେବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ଏହା କୃଷି ମୂଲ୍ୟ (CACP)କୁ ଅଧିକ ସ୍ବତନ୍ତ୍ରତା ପ୍ରଦାନ କରିବାର ବୈଜ୍ଞାନିକ ଏବଂ ବ୍ୟବହାରିକତା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦେବ । ଏଥିସହ, ଘରୋଇ ତଥା ରପ୍ତାନି ସୁବିଧାର ସୁଯୋଗ ନେଇ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ପାରିଶ୍ରମିକ ମୂଲ୍ୟ ଦେଇ ଅଧିକ ଆୟ ସୁନିଶ୍ଚିତ କରିବାକୁ ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ କୃଷି ମାର୍କେଟିଂ ସିଷ୍ଟମକୁ ମଜବୁତ କରିବାକୁ ମଧ୍ୟ କମିଟି ସୁପାରିଶ କରିବ ବୋଲି ଜଣାପଡିଛି ।

ପ୍ରାକୃତିକ ଚାଷ ସମ୍ବନ୍ଧରେ ପାଞ୍ଚଟି ବିଷୟ ଉପରେ ପରାମର୍ଶ ଦେବା ବ୍ୟତୀତ ମୂଲ୍ୟ ଶୃଙ୍ଖଳା ବିକାଶ ପାଇଁ କାର୍ଯ୍ୟକ୍ରମ ଏବଂ ଯୋଜନାଗୁଡିକ ଉପରେ କମିଟି ପରାମର୍ଶ ଦେବାକୁ ପଡିବ । ଏଥିସହ, ଭବିଷ୍ୟତର ଆବଶ୍ୟକତା ତଥା ଭାରତୀୟ ପ୍ରାକୃତିକ କୃଷି ପ୍ରଣାଳୀ ଅଧୀନରେ ପ୍ରଚାର ଏବଂ ଅଂଶଗ୍ରହଣ ମାଧ୍ୟମରେ ପ୍ରୋଟୋକଲ୍ ବୈଧତା ତଥା ଅନୁସନ୍ଧାନ ମାଧ୍ୟମରେ ସହାୟତା କରିବାର ଦାୟିତ୍ବ କମିଟିକୁ ଦିଆଯାଇଛି ।

ପ୍ରଥମ ବୈଠକରେ ବିଭିନ୍ନ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (MSP) ବ୍ୟବସ୍ଥାର କାର୍ଯ୍ୟକାରିତା, କୃଷି ଋଣ ଛାଡ ଏବଂ କୃଷି ତଥା ସହଯୋଗୀ କ୍ଷେତ୍ରରେ ଅଧିକ ସଂସ୍କାରର ଆବଶ୍ୟକତା ଉପରେ ଏମଏସପି କମିଟି(MSP panel) ବିଚାର ବିମର୍ଶ କରିଥିଲା ।

ଚାଷୀଙ୍କ ଆୟ ବୃଦ୍ଧିର ରୋଡମ୍ୟାପ ପ୍ରସ୍ତୁତ ଉପରେ MSP କମିଟିର ଆଲୋଚନା

ଚାଷୀଙ୍କ ପାଇଁ ବଡ ଖବର, MSP ଉପରେ କମିଟି ଗଠନକଲେ ସରକାର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)